ETV Bharat / sitara

ଟାର୍ଜନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ପତ୍ନୀଙ୍କ ସହ ହସ୍ପିଟାଲରେ ଭର୍ତ୍ତି - ଅଭିନେତା ହେମନ୍ତ ବିରଜେ ଦୁର୍ଘଟଣାରେ ଆହତ

ଦୁର୍ଘଟଣାରେ ଆହତ ହେଲେ ବଲିଉଡର ଟାର୍ଜନ ହେମନ୍ତ ବିରଜେ। ଆଡଭେଞ୍ଚର୍ସ ଅଫ୍ ଟାର୍ଜନ (Adventures of tarzan)ର ମୁଖ୍ୟ କଳାକାର ହେମନ୍ତ ବିରଜେ ଏବଂ ତାଙ୍କ ପତ୍ନୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଧିକ ପଢନ୍ତୁ

ଦୁର୍ଘଟଣାରେ ବଲିଉଡ ଅଭିନେତା ହେମନ୍ତ ବିରଜେ ଏବଂ ତାଙ୍କ ପତ୍ନୀ ଆହତ, ହସ୍ପିଟାଲରେ ଭର୍ତ୍ତି

author img

By

Published : Jan 12, 2022, 3:17 PM IST

ହାଇଦ୍ରାବାଦ: ସଡକ ଦୁର୍ଘଟଣାରେ ଆହତ ହେଲେ ବଲିଉଡ ଅଭିନେତା ହେମନ୍ତ ବିରଜେ। 1985ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଆଡଭେଞ୍ଚର୍ସ ଅଫ୍ ଟାର୍ଜନ (Adventures of tarzan) ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବଲିଉଡ ଅଭିନେତା ହେମନ୍ତ ବିରଜେ ଏବଂ ତାଙ୍କ ପତ୍ନୀ ମଙ୍ଗଳବାର ରାତିରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ଘଟିଛି ଏହି ଦୁର୍ଘଟଣା।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଅଭିନେତା ହେମନ୍ତ ବିରଜେ ସାମାନ୍ୟ ଆହତ ହୋଇଛନ୍ତି । ଅଭିନେତା ବିରଜେଙ୍କ କାର ରାତି ପ୍ରାୟ 8ଟା ସମୟରେ ଉର୍ସ ଟୋଲ ପ୍ଲାଜା ନିକଟସ୍ଥ ଏକ ରୋଡ ଡିଭାଇଡରରେ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ତାଙ୍କ ଝିଅ ମଧ୍ୟ କାରରେ ଥିଲେ ମାତ୍ର ସେ ସୁସ୍ଥ ଅଛନ୍ତି । ଦୁର୍ଘଟଣାରେ ଅଭିନେତା ଏବଂ ତାଙ୍କ ପତ୍ନୀ ସାମାନ୍ୟ ଆହତ ହୋଇଛନ୍ତି । ବିରଜେ ଏବଂ ତାଙ୍କ ପତ୍ନୀ ନିକଟସ୍ଥ ପୱାନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.