ମୁମ୍ବାଇ: ଦୀର୍ଘ ସମୟରୁ ଅଭିନୟ ଠୁ ଦୂରେଇ ଅଛନ୍ତି ଫରଦିନ ଖାନ । ଗତ ବର୍ଷ ତାଙ୍କ ନୂଆ ଲୁକ୍ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବଲିଉଡ ଗ୍ୟାଲେରି ଖୁବ୍ ଚର୍ଚ୍ଚା ହୋଇଥିଲା । କାରଣ ସେ ନିଜ ଶରୀରର ଓଜନ କମ୍ କରି ହ୍ୟାଣ୍ଡସମ ନଜର ଆସୁଥିଲେ । ଇତିମଧ୍ୟରେ ତାଙ୍କୁ ନେଇ ଗୁଡନ୍ୟୁଜ ସାମ୍ନାକୁ ଆସିଛି ।
ଶୁଣିବାକୁ ମିଳୁଛି ଯେ ପୁଣିଥରେ ପରଦାରେ ତାଙ୍କ ଅଭିନୟ ଦେଖିବାକୁ ମିଳିବ । ତାଙ୍କ କମବ୍ୟାକୁ ନେଇ ଏବେ ଚର୍ଚ୍ଚା । ଖାଲି ଏତିକି ନୁହେଁ ଅନୀସ ବଜ୍ମିଙ୍କ ‘ନୋ ଏଣ୍ଟ୍ରି’ ସିକ୍ବେଲରେ ତାଙ୍କୁ କାଷ୍ଟ କରିବାକୁ ଯୋଜନା କରୁଛନ୍ତି ମେକର୍ସ । ଏହା ପୂର୍ବ ଫିଲ୍ମରେ ଫରଦିନଙ୍କ ଦମଦାର କମେଡି ଅଭିନୟ ଦେଖିବାକୁ ମିଳିଥିଲା ।
ଏହି ଅବସରରେ ଅନିସ କହିଛନ୍ତି ଯେ ସେ ‘ନୋ ଏଣ୍ଟ୍ରି’ ସିକ୍ବେଲ ପାଇଁ ସ୍କ୍ରିପ୍ଟ ଲେଖିବା ଶେଷ କରିଛନ୍ତି ଏବଂ ଫରଦିନ ଏହି ଫିଲ୍ମର ଅଂଶ ହେବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି । ଆଉ କହିଛନ୍ତି, ‘ଫରଦିନ ମୋର ଭଲ ବନ୍ଧୁ । ସେ ଏହାର ପୂର୍ବ ଫିଲ୍ମରେ ଭଲ ଅଭିନୟ କରିଥିଲେ । ମୁଁ ତାଙ୍କ ହ୍ୟାଣ୍ଡସମ ଫଟୋ ଦେଖିକି ବର୍ତ୍ତମାନ ଆଶ୍ଚର୍ଯ୍ୟ । ଆଉ ସେ ମତେ ପଚାରିଲେ ଅନିସ ଭାଇ ଫଟୋ କେମିତି ଲାଗିଲା । ସେ ଏହାର ଯୋଗ୍ୟ। ଅବଶ୍ୟ ସେ ସର୍ବଦା ଜଣେ ହ୍ୟାଣ୍ଡସମ ଦିଶୁଥିବା ବ୍ୟକ୍ତି, କିନ୍ତୁ ଏତେ ଓଜନ ହ୍ରାସ କରିବା ଏକ ପରିହାସ ନୁହେଁ । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି।’