ମୁମ୍ବାଇ: ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଭାଇ ତଥା ଅଭିନେତା ଅପାରଶକ୍ତି ଖୁରାନାଙ୍କୁ ନେଇ ଗୁଡନ୍ୟୁଜ । ଘରକୁ ଆସିବେ କୁନି ଅତିଥି । ବାପା ହେବାକୁ ଯାଉଛନ୍ତି ଅଭିନେତା । ଗର୍ଭବତୀ ଅଛନ୍ତି ତାଙ୍କ ପତ୍ନୀ ଆକୃତି ଆହୁଜା। କିନ୍ତୁ ଏଯାବତ ଦୁହେଁ ଏହି ଖୁସି ଖବର ସୋସିଆଲ ମିଡିଆରେ ସେୟାର କରିନାହାଁନ୍ତି ।
ହେଲେ ଚର୍ଚ୍ଚା ଜୋର ଧରିଛି ଯେ ଅପାରଶକ୍ତି ଏବଂ ତାଙ୍କ ପତ୍ନୀ ଆକୃତି ସେମାନଙ୍କର ପ୍ରଥମ ସନ୍ତାନକୁ ନେଇ ଉତ୍ସାହିତ । ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ସେପ୍ଟେମ୍ବରରେ ସନ୍ତାନଙ୍କୁ ଜନ୍ମ ଦେବେ ଆକୃତି। ଏହି ଖବର ପାଇ ଉଭୟ ପରିବାର ବହୁତ ଖୁସି ଅଛନ୍ତି। ଆଉ ଦମ୍ପତି ସେମାନଙ୍କ ପରିବାରର ଏକ ନୂତନ ସଦସ୍ୟଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ମଧ୍ୟ ହୋଇସାରିଲେଣି । ଉଭୟଙ୍କ ଘନିଷ୍ଠ ବନ୍ଧୁ ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି 2014ରେ ଅପରାଶକ୍ତି ନିଜ ଦୀର୍ଘ ସମୟର ଗାର୍ଲଫ୍ରେଣ୍ଡ ଆକୃତିଙ୍କୁ ବିବାହ କରିଥିଲେ । ଦୁଜଣଙ୍କ ପ୍ରଥମ ସାକ୍ଷାତ ଚଣ୍ଡିଗଡର ଏକ ଡାନ୍ସ କ୍ଲାସରେ ହୋଇଥିଲା । ଯାହାପରଠୁ ଗଢି ଉଠିଥିଲା ଦୁଇଜଣଙ୍କ ସମ୍ପର୍କ । ଅନେକ ଦିନ ପରସ୍ପରକୁ ଡେଟ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଦୁହେଁ ।