ETV Bharat / sitara

ଅକ୍ଷୟଙ୍କୁ କୋ-ଷ୍ଟାର ରୂପେ ପାଇ ଖୁସିରେ ପାଗଳ ଅର୍ଶଦ

author img

By

Published : Jan 2, 2021, 3:24 PM IST

‘ବଚ୍ଚନ ପାଣ୍ଡେ’ରେ ଦମଦାର କମେଡି କରିବେ ଅର୍ଶଦ । ପ୍ରଥମଥର ଅକ୍ଷୟଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ଅଭିନେତା । ଜଣାଇଲେ ମନ କଥା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉର ସର୍କିଟ ଅର୍ଶଦ ୱାରସୀ ଖୁବଶୀଘ୍ର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ନଜର ଆସିବେ । ନିକଟରେ ଫିଲ୍ମରେ ତାଙ୍କ ସାମିଲ ହେବାକୁ ନେଇ ଖୁସି ହୋଇଯାଇଥିଲେ ଦର୍ଶକ । କାରଣ ଅକ୍ଷୟଙ୍କ ଆକ୍ସନ ଫିଲ୍ମରେ ପ୍ରଥମଥର ଅର୍ଶଦଙ୍କ କମେଡି ଦେଖିବାକୁ ପାଇବେ ସମସ୍ତେ । ଏହି ଅବସରରେ ଅକ୍ଷୟଙ୍କ ସହ କାମ କରିବା ଅନୁଭୂତି ସେୟାର କରିଛନ୍ତି ସେ ।

‘ମୁନ୍ନା ଭାଇ ଏମବିବିଏସ’ ଏବଂ ‘ଗୋଲମାଲ’ରେ ଦମଦାର କମେଡି କରିସାରିଥିବା ଅର୍ଶଦ କହିଛନ୍ତି, ‘ମୁଁ ଦୀର୍ଘ ସମୟରୁ 53 ବର୍ଷିୟ ସୁପରଷ୍ଟାର ଅକ୍ଷୟଙ୍କ ସହ କାମ କରିବାକୁ ଚାହିଁ ଆସୁଥିଲି । ଆଉ ଏବେ ମଧ୍ୟ ବଚ୍ଚନ ପାଣ୍ଡେ ରୂପେ ଏହି ସୁଯୋଗ ମିଳିଛି । ଅକ୍ଷୟଙ୍କ କମେଡି ଖୁବ୍ ଆକର୍ଷଣୀୟ । ତାଙ୍କ ସହ ପରଦାରେ କାମ କରିବାକୁ ସ୍ବପ୍ନ ମୋର ପୂରଣ ହୋଇଛି । ଯାହା ପାଇଁ ମୁଁ ଗର୍ବିତ ଅନୁଭବ କରୁଛି । ଆମେ ଦୁହେଁ ସବୁବେଳେ ଏକାଠି କାମ କରିବାକୁ ଚାହୁଁଥିଲେ । ହେଲେ ଆମକୁ କେବେ ମଧ୍ୟ ଭଲ ସ୍କ୍ରିପ୍ଟ ମିଳିନଥିଲା । ହେଲେ ଆମ ପ୍ରଥମ ଫିଲ୍ମ ମଜାଦାର ହେବାକୁ ଯାଉଛି । ଦର୍ଶକ ଆମ ଯୋଡିକୁ ପସନ୍ଦ କରିବ ବୋଲି ମୁଁ ଆଶା କରୁଛି । ଆମେ ମଧ୍ୟ ନିଜ ଅନ୍ଦାଜରେ ସମସ୍ତଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରିବୁ ।’

ସେହିପରି ସେ ବଚ୍ଚନ ପାଣ୍ଡେରେ ନିଜ ରୋଲ ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ ବମ୍ବେର ଜଣେ ସଂଘର୍ଷପୂର୍ଣ୍ଣ ଅଭିନେତା ରୂପେ ନଜର ଆସିବି । ମୋର ସିନ୍ସ କିର୍ତ୍ତୀ ସାନନଙ୍କ ସହିତ ସିନ୍ ଅଛି । ମୁଁ ଫିଲ୍ମରେ ଅକ୍ଷୟଙ୍କ ଗ୍ୟାଙ୍ଗର ଅଂଶ ନୁହେଁ ଆମେ ଦୁହେଁ ବିପରୀତ ପାର୍ଶ୍ବରେ ଦେଖାଯିବୁ ।’

ପ୍ରକାଶ ଥାଉକି ‘ହାଉସଫୁଲ 4’ ଭଳି କମେଡି ଫିଲ୍ମ କରିଥିବା ନିର୍ଦ୍ଦେଶକ ଫରହାଦ ସାମଜି ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଥିବାବେଳେ ସାଜିଦ ନାଦିଆଦୱାଲା ପ୍ରଯୋଜନା କରୁଛନ୍ତି । ଫିଲ୍ମ ସୁଟିଂ ଆଉ କିଛି ଦିନ ପରେ ଆରମ୍ଭ କରିବେ ଷ୍ଟାରକାଷ୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.