ETV Bharat / sitara

ବଲିଉଡ ଡ୍ରଗ୍ସ ମାମଲା: ଏନସିବି ଅଫିସ୍‌ରେ ହାଜର ହେଲେ ଅର୍ଜୁନ

author img

By

Published : Dec 21, 2020, 12:47 PM IST

ତୃତୀୟଥର ଡ୍ରଗ୍ସ ମାମଲାରେ ନିଜ ବୟାନ ଦେବାକୁ ମୁମ୍ବାଇର ଏନସିବି ଅଫିସରେ ପହଞ୍ଚିଲେ ଅର୍ଜୁନ । ପୂର୍ବରୁ ମଧ୍ୟ ହୋଇସାରିଛନ୍ତି ଜେରା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମୁମ୍ବାଇ: ପପୁଲାର ଆକ୍ଟର ଅର୍ଜୁନ ରାମପାଲ ସୋମବାର ପୁଣିଥରେ ଏନସିବି ଅଫିସରେ ପହଞ୍ଚିଛନ୍ତି । ବଲିଉଡ ଡ୍ରଗ୍ସ ମାମଲାରେ ଏଯାବତ ସେ ଦୁଇଥର ନିଜ ବୟାନ ଦେଇସାରିଲେଣି । ପୁଣିଥରେ କିଛି ତଥ୍ୟା ବିଷୟରେ ପଚାରିବାକୁ ଏନସିବି ନିକଟରେ ତାଙ୍କୁ ସମନ ପଠାଇଥିଲା । ଖାଲି ଅର୍ଜୁନ ନୁହେଁ ତାଙ୍କ ସହ ପୂର୍ବରୁ ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ବୟାନ ନିଆ ସରିଛି ।

ନିକଟରେ ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ଯାହାପରଠୁ ସମସ୍ୟା ଘେରରେ ଅର୍ଜୁନ । ସେହିପରି ଡ୍ରଗ୍ସ ମାମଲାରେ ଫିଲ୍ମ ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ଘରେ ଚଢାଉ କରାଯିବା ପରେ ତାଙ୍କ ପତ୍ନୀ ଶବାନା ସୈଏଦଙ୍କୁ ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (ଏନଡିପିଏସ୍) ଅଧିନିୟମ ଅନୁଯାୟୀ ଗିରଫ କରାଯାଇଥିଲା ।

ପ୍ରକାଶ ଥାଉକି ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଜଡିତ ଥିବା ବଲିଉଡ ଡ୍ରଗ୍ସ କେସରେ ଏଯାବତ ଅନେକ ସେଲିବ୍ରିଟିଙ୍କୁ ପଚରାଉଚରା କରିସାରିଲାଣି ଏନସିବି । ଏହି କ୍ରମରେ ସାମିଲ ଅଛନ୍ତି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ ସିଂ ଭଳି ଅଭିନେତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.