ETV Bharat / sitara

ଅର୍ଜୁନ@48, ସ୍ପେଶାଲ ନୋଟ୍ ଲେଖି ଭାବୁକ ହେଲେ ଗାବ୍ରିଏଲା

author img

By

Published : Nov 26, 2020, 3:28 PM IST

ନିକଟରେ ଡ୍ରଗ୍ସ ମାମଲାରେ ଅର୍ଜୁନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ନାମ ସାମ୍ନାକୁ ଆସିଥିଲା । ହେଲେ ଏବେ ଅର୍ଜୁନଙ୍କ ବର୍ଥଡେ ସେଲିବ୍ରେଶନ କରିବା ମୁଡରେ ନଜର ଆସୁଛନ୍ତି ଗାବ୍ରିଏଲା । ଭାଇରାଲ ହେଲା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗାବ୍ରିଏଲା ଡେମେଟ୍ରିଏଡ

ମୁମ୍ବାଇ: ଆଜି ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ ରାମପାଲଙ୍କ 48ତମ ଜନ୍ମଦିନ । ସେ ବୟସର ଆଉ ଏକ ପାହାଚରେ ପଦାର୍ପଣ କରିଛନ୍ତି । ବୟଫ୍ରେଣ୍ଡଙ୍କ ଜନ୍ମଦିନକୁ ସ୍ପେଶାଲ କରିବା ପାଇଁ କଥିତ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡ ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳୁଛି ଦୁଇଜଣଙ୍କ ଲାଡଲା ଆରିକ୍‌ଙ୍କ ସହ ଦୁଇ ଝିଅଙ୍କ ଫଟୋ ।

ସେହିପରି ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘ମୋ ଫେଭରେଟ ବଏକୁ ହାପି ବର୍ଥଡେ । ତୁମ ଭଲପାଇବା ମତେ ଶକ୍ତି ଯୋଗାଇ । ଭଲ ଦିନ ଆସିବା ବାକି ଅଛି । ଏଠାରେ ମୋର ରହସ୍ୟ, ଏହା ବହୁତ ସରଳ । କେବଳ ହୃଦୟ ସହିତ ହିଁ ସଠିକ୍ ଭାବରେ ଦେଖିପାରିବେ । ଯାହା ଜରୁରୀ ତାହା ଆଖି ପାଇଁ ଅଦୃଶ୍ୟ ଅଟେ। ।’

ପ୍ରକାଶ ଥାଉକି କିଛି ଦିନରୁ ଏହି ଯୋଡି ବଲିଉଡ ଡ୍ରଗ୍ସ ମାମଲା ପାଇଁ ସମସ୍ୟା ଘେରରେ ରହିଆସୁଛନ୍ତି । ନିକଟରେ ଏହି ମାମଲାରେ ଧରା ପଡିଥିବା ଗାବ୍ରିଏଲାଙ୍କ ଭାଇ ପାଇଁ ଦୁଇ ଦୁଇଥର ଏନସିବିର ଜେରା ହୋଇଥିଲେ ଅର୍ଜୁନ । ତଥାପି ସେ ଏନସିବିର ପ୍ରଶଂସା କରି କହିଥିଲେ, ‘ବଲିଉଡ ଡ୍ରଗ୍ସ ମାମଲାରେ ଏନସିବି ଭଲ କାମ କରୁଛି । ଯାହାର ମୁଁ ସ୍ବାଗତ କରୁଛି । ଯାହା ସତ ତାହା ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.