ETV Bharat / sitara

ଅନୁପମଙ୍କ ସର୍ଟ ଫିଲ୍ମ ‘ହାପି ବର୍ଥଡେ’ର ଫାଷ୍ଟଲୁକ ଜାରି

author img

By

Published : Apr 6, 2021, 10:29 AM IST

ଏଥର ସର୍ଟ ଫିଲ୍ମରେ ଦେଖିବାକୁ ମିଳିବ ଅନୁପମଙ୍କ ଅଭିନୟର ଯାଦୁ । ଆସିଲା ତାଙ୍କ ‘ହାପି ବର୍ଥଡେ’ ଫିଲ୍ମର ଫାଷ୍ଟଲୁକ ପୋଷ୍ଟର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର

ମୁମ୍ବାଇ: ସୋମବାର ଲୋକପ୍ରିୟ ଅଭିନେତା ଅନୁପମ ଖେର ଓ ଅହନା କୁମାରଙ୍କ ଅପକମିଂ ସର୍ଟ ଫିଲ୍ମ ‘ହାପି ବର୍ଥ’ର ଫାଷ୍ଟଲୁକ ପୋଷ୍ଟର ଜାରି ହୋଇଯାଇଛି । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ପ୍ରସାଦ କଦମ । ସେହିପରି ବର୍ତ୍ତମାନ ଭାଇରାଲ ହେଉଥିବା ଫିଲ୍ମର ପୋଷ୍ଟରେ ଅନୁପମ ପାର୍ସି ଆଉଟଫିଟ୍‌ରେ ନଜର ଆସୁଥିବା ବେଳେ ତାଙ୍କ ପଛରେ ଠିଆ ହୋଇଥିବା ଅହନାଙ୍କ ଇନଟେନ୍ସ ଲୁକ ଦେଖିବାକୁ ମିଳୁଛି ।

ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଅନୁପମ ଲେଖିଛନ୍ତି, ‘ଉତ୍ସାହିତ ସହ ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ସେୟାର କରୁଛି । ହାପି ବର୍ଥଡେ ଫିଲ୍ମ କେତେକ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମନୋନୀତ ହୋଇସାରିଛି। ଆଶା କରୁଛି ଆପଣ ଏହାକୁ ପସନ୍ଦ କରିବେ । ନୂଆ ଟ୍ୟାଲେଣ୍ଟଙ୍କ ସହ କାମ କରି ଭଲ ଲାଗିଲା ।’

ଅହନା ମଧ୍ୟ ସମାନ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମୋର ସର୍ଟ ଫିଲ୍ମ ହାପି ବର୍ଥଡେର ପୋଷ୍ଟର ସେୟାର କରି ଉତ୍ସାହିତ ଏବଂ ଗର୍ବିତ ଅନୁଭବ କରୁଛି । ଅନୁପମ ସାର୍‌ଙ୍କ ଶାନଦାର ଅଭିନୟ ।’

ପ୍ରକାଶ ଥାଉକି ଏହି ଫିଲ୍ମ ନିକଟରେ ପ୍ୟାରିସ ପ୍ଲେ ଫିଲ୍ମ ଫେଷ୍ଟିଭାଲର ଫାଇନାଲରେ ପ୍ରବେଶ କରିଥିଲା ​​ଏବଂ ନ୍ୟୁୟର୍କ ସିଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମଧ୍ୟ ମନୋନୀତ ହୋଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.