ETV Bharat / sitara

ପ୍ରଥମଥର ସରକାରଙ୍କ ସମାଲୋଚନା କଲେ ଅନୁପମ, ଜାଣନ୍ତୁ କାହିଁକି...

author img

By

Published : May 13, 2021, 1:19 PM IST

କୋରୋନା ସମସ୍ୟା ଦେଇ ବର୍ତ୍ତମାନ ଗତି କରୁଛନ୍ତି ଦେଶବାସୀ । ଯାହାକୁ ଦେଖି ମୋଦି ସରକାରଙ୍କ ଅବହେଳା ବିଷୟରେ ସମାଲୋଚନା କରିଛନ୍ତି ଅନୁପମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସବୁବେଳେ କେନ୍ଦ୍ର ସରକାରଙ୍କ ଗୁଣଗାନ କରୁଥିବା ଅନୁପମ ଖେର ଏଥର କ୍ରୋଧିତ ନଜର ଆସୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ସେ ପ୍ରାୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରନ୍ତି ଏବଂ ବିଜେପି ନେତୃତ୍ବାଧୀନ ସରକାର ଶକ୍ତିଶାଳୀ ସରକାର ବୋଲି କୁହନ୍ତି । ହେଲେ ଏଥର ତାଙ୍କ ଅନ୍ଦାଜ ଭିନ୍ନ ନଜର ଆସୁଛନ୍ତି ।

କୋରୋନାର ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ସରକାରଙ୍କ ସମାଲୋଚନା କରିଛନ୍ତି । ସେହିପରି ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ମୁଁ ଭାବୁଛି ଅଧିକାଂଶ କ୍ଷେତ୍ରରେ ସମାଲୋଚନା ବୈଧ ଅଟେ ଏବଂ ଏହି ପରିସ୍ଥିତିରେ ସରକାର ଏପରି କାର୍ଯ୍ୟ କରିବା ଜରୁରୀ, ଯାହା ପାଇଁ ଦେଶର ଜନତା ତାଙ୍କୁ ବାଛିଛନ୍ତି। ମୁଁ ଭାବୁଛି ଯେ କେବଳ ଜଣେ ସମ୍ବେଦନଶୀଳ ବ୍ୟକ୍ତି ଏପରି ପରିସ୍ଥିତି ଦ୍ବାରା ପ୍ରଭାବିତ ହେବେ ନାହିଁ । ନଦୀରେ ଭାସୁଥିବା ମୃତଦେହ ବର୍ତ୍ତମାନର ବଡ ପ୍ରସଙ୍ଗ । କିନ୍ତୁ ଅନ୍ୟ ରାଜନୈତିକ ଦଳ ଏହାକୁ ନିଜ ସ୍ବାର୍ଥରେ ବ୍ୟବହାର କରିବା ମଧ୍ୟ ଠିକ୍ ନୁହେଁ।’

ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି, ‘ନାଗରିକ ଭାବରେ ଆମେ କ୍ରୋଧିତ ହେବା ଉଚିତ ଏବଂ ଯାହା ଘଟିଛି ସେଥିପାଇଁ ସରକାରଙ୍କୁ ଦାୟୀ କରିବା ଜରୁରୀ ଅଟେ।’ ପ୍ରକାଶ ଥାଉକି ସରକାରଙ୍କ ଉପରେ ଅନୁପମଙ୍କ ଏପରି ବୟାନ ଦେବା ଦେଖି ଆଶ୍ଚର୍ଯ୍ୟ ସମସ୍ତେ । କାରଣ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କିରନ ଖେର ବିଜେପି ସାଂସଦ । ସେହିପରି ନିକଟରେ ବିରୋଧୀ ଦଳଙ୍କ ଉପରେ କମେଣ୍ଟ କରି ଅନୁପମ ଏକ ଟ୍ବିଟରେ କହିଥିଲେ, ‘ଆଏଗା ତୋ ମୋଦି ହି।’ ଯାହା ପରେ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.