ETV Bharat / sitara

ଅଙ୍ଗଦଙ୍କୁ ଘାରିଛି ପରିବାର ଚିନ୍ତା, କହିଲେ ଏମିତି କିଛି

author img

By

Published : Aug 12, 2020, 3:49 PM IST

କୋରୋନା କାଳରେ ନିଜ ପରିବାରକୁ ନେଇ ଚିନ୍ତିତ ଥିବାର ଦେଖାଯାଉଛନ୍ତି ନେହା ଧୂପିୟାଙ୍କ ସ୍ବାମୀ ତଥା ଅଭିନେତା ଅଙ୍ଗଦ । ଅଧିକ ପଢନ୍ତୁ...

ଅଙ୍ଗଦଙ୍କୁ ଘାରିଛି ପରିବାର ଚିନ୍ତା, କହିଲେ ଏମିତି କିଛି
ଅଙ୍ଗଦଙ୍କୁ ଘାରିଛି ପରିବାର ଚିନ୍ତା, କହିଲେ ଏମିତି କିଛି

ମୁମ୍ବାଇ: ଚର୍ଚ୍ଚାରେ ଅଭିନେତା ଅଙ୍ଗଦ ବେଦୀ । ସେ ନିଜ ପରିବାରକୁ ନେଇ ଚିନ୍ତିତ ଥିବାର ନଜର ଆସୁଛନ୍ତି । ଯାହାର ଖୁଲାସା ସେ ଏକ ସାକ୍ଷାତକାରରେ କରିଛନ୍ତି । ତାଙ୍କ ଅନୁଯାୟୀ ବର୍ତ୍ତମାନ ସମୟ ବହୁତ ଖରାପ ଚାଲିଛି । ଯେଉଁ ହିସାବରେ ଦେଶରେ କୋରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି ସେଥିପାଇଁ ସେ ପରିବାର ଲୋକଙ୍କୁ ନେଇ ଖୁବ୍ ଚିନ୍ତିତ ରହୁଛନ୍ତି ।

ବାହାରକୁ ଯିବା ସମୟରେ ସେ ପତ୍ନୀ ତଥା ଅଭିନେତ୍ରୀ ନେହା ଧୂପିୟା ଓ ଝିଅ ମେହରଙ୍କ ପାଇଁ ଡରୁଛନ୍ତି । ଏଥିପାଇଁ ଯେବେ ସେ ଦିଲ୍ଲୀ ଯାଇଥିଲେ 14 ଦିନ ପାଇଁ ନିଜକୁ କ୍ବାରେଣ୍ଟାଇନ କରିଥିଲେ । ଆଉ ମୁମ୍ବାଇ ଆସିଲା ପରେ ମଧ୍ୟ କ୍ବାରେଣ୍ଟାଇନରେ ରହିଥିଲେ । ଏତେ ଦିନ ପରେ ଘରକୁ ଯାଇ ମଧ୍ୟ ଘର ଲୋକଙ୍କୁ ଆଲିଙ୍ଗନ କରିପାରିନଥିଲେ । କାରଣ ସେ ପରିବାରକୁ କୌଣସି ବିପଦରେ ପକାଇବାକୁ ଚାହୁଁନାହାଁନ୍ତି ବୋଲି କହିଥିଲେ ।

ପ୍ରକାଶ ଥାଉକି ନିକଟରେ ନେଟଫ୍ଲିକ୍ସରେ ରିଲିଜ ହୋଇଯାଇଛି ଅଙ୍ଗଦଙ୍କ ଅଭିନୀତ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାରଗିଲ ଗାର୍ଲ’। ଫିଲ୍ମରେ ମୁଖ୍ୟ ଭୂମିକାରେ ଜାହ୍ନବୀ କପୁର ନଜର ଆସୁଛନ୍ତି । ସେହିପରି ଫିଲ୍ମକୁ ଦର୍ଶକଙ୍କ ସହ କ୍ରିଟିକ୍ସଙ୍କ ମଧ୍ୟ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି । ଫିଲ୍ମର ସଫଳତାକୁ ନେଇ ଖୁସି ଅଛନ୍ତି ଅଙ୍ଗଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.