ETV Bharat / sitara

ଜନଙ୍କ ଆଗାମୀ ପ୍ରଯୋଜିତ ଫିଲ୍ମରେ ହର୍ଷବର୍ଦ୍ଧନ-ଅଙ୍ଗିରାଙ୍କ ରୋମାନ୍ସ - ଜନଙ୍କ ପ୍ରଯୋଜିତ ଫିଲ୍ମ ‘ତାରା ଭସେସ ବିଲାଲ୍’

‘ତାରା ଭସେସ୍ ବିଲାଲ୍‌’ର ପ୍ରଯୋଜନା କରିବେ ଜନ ଅବ୍ରାହମ । ମୁଖ୍ୟ ଭୂମିକାରେ ହର୍ଷବର୍ଦ୍ଧନ ଓ ଅଙ୍ଗିରା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 5, 2021, 2:08 PM IST

ମୁମ୍ବାଇ: ନିକଟରେ ରିଲିଜ ହୋଇଥିଲା ଜନ ଅବ୍ରାହମଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମୁମ୍ବାଇ ସାଗା’ । ଯାହା ଉପରେ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଇତିମଧ୍ୟରେ ଜନଙ୍କୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି । ଚର୍ଚ୍ଚା ଜୋର ଧରିଛି ଯେ ସେ ଖୁବଶୀଘ୍ର ନିଜର ଆଗାମୀ ପ୍ରଯୋଜିତ ଫିଲ୍ମ ‘ତାରା ଭସେସ ବିଲାଲ୍’ ନେଇ ଫେରିବେ । ଯେଉଁଥିରେ ନଜର ଆସିବେ ହ୍ୟାଣ୍ଡସମ ଆକ୍ଟର ହର୍ଷବର୍ଦ୍ଧନ ରାଣେ ଓ ଅଙ୍ଗିରା ଧର ।

ସେହିପରି ‘ତାରା ଭସେସେ ବିଲାଲ୍‌’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇପାରନ୍ତି ନିର୍ଦ୍ଦେଶକ ସମର ସୈଖ । ଫିଲ୍ମ ବିଷୟରେ ଆଲୋଚନା କରି ଜନ କହିଛନ୍ତି, ‘ଆମେ ଏହି ଫିଲ୍ମର ଟାଇଟେଲ ତାରା ଭସେସ ବିଲାଲ୍ ରଖିଛୁ । ଯାହାର ପ୍ରଯୋଜନା ଆମେ କରିବୁ । ଏହା ବାସ୍ତବ ଜୀବନର ଏକ ସୁନ୍ଦର କାହାଣୀକୁ ନେଇ ଆଧାରିତ ଫିଲ୍ମ। ଏଥିରେ ହର୍ଷବର୍ଦ୍ଧନ ରାଣେ ଏବଂ ଅଙ୍ଗିରା ଧର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ସୁଟିଂ ଏହି ମାସ କିମ୍ବା ମେ ମାସରେ ଆରମ୍ଭ କରିବୁ ବୋଲି ଯୋଜନା କରିଛୁ ।’

ଏହା ବ୍ୟତୀତ ଜନ ୟଶରାଜ ଫିଲ୍ମସର ଆଗାମୀ ଫିଲ୍ମ ‘ପଠାନ’ରେ ନଜର ଆସିବେ । ସେହିପରି ମୋହିତ ସୁରି ନିର୍ଦ୍ଦେଶିତ ଏକ ଭିଲେନ୍ ରିଟର୍ନସ୍‌ରେ ମଧ୍ୟ ଅଭିନୟ କରୁଛନ୍ତି ସେ ।

ପ୍ରକାଶ ଥାଉକି ହର୍ଷବର୍ଦ୍ଧନ ‘ସନମ ତେରି କସମ’ ଏବଂ ‘ତୈଶ’ରେ ଅଭିନୟ କରିସାରିଛନ୍ତି । ଅନ୍ୟପଟେ ଅଙ୍ଗିରା ପପୁଲାର ୱେବ ସିରିଜ ‘ବ୍ୟାଙ୍ଗ ବାଜା ବାରାତ’ରେ ନଜର ଆସିଥିଲେ । ଏବାବ୍ୟତୀ ସେ ଅଜୟ ଦେବଗନଙ୍କ ଆଗାମୀ ନିର୍ଦ୍ଦେଶିତ ଫିଲ୍ମ ‘ମେଡେ’ରେ ଅଭିନୟ କରୁଥିବାର ଦେଖାଯିବେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.