ମୁମ୍ବାଇ: ଏବେ ୱେବ ସିରିଜରେ ଅଭିନୟ କରି ସମସ୍ତଙ୍କ ମନ କିଣିବାରେ ଲାଗିଛନ୍ତି ଅଭିନେତା ଅମିତ ସାଧ । ହେଲେ ଏଥର ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ । ‘କାଇ ପୋ ଚେ’ କୋ-ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ଆଲୋଚନା କରି ମନ କଥା ସମସ୍ତଙ୍କ ସହ ସେୟାର କରିଛନ୍ତି । ଏହାସହ ସେ ନିଜ ସଫଳ ଅଭିନୟ କ୍ୟାରିୟର ବିଷୟରେ ମଧ୍ୟ ଜଣାଇଛନ୍ତି ।
କଥାଟି ହେଲା ଯେ ସେ ନିକଟରେ ଏକ ସାକ୍ଷାତକାରରେ ନିଜ ଅଭିନୟ କ୍ୟାରିୟର ବିଷୟରେ କଥାବାର୍ତ୍ତା କରିଥିଲେ । ଏହାସହ ତାଙ୍କୁ ଯେତେବେଳେ ସୁଶାନ୍ତଙ୍କ ବିଷୟରେ ପଚରା ଯାଉଥିଲା ଏହାର ଜବାବରେ ସେ କହିଥିଲେ, ‘ନିକଟରେ କୁଲୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ମୋର ବୋର୍ଡିଂ ପାସ୍ ସିକ୍ବେନ୍ସ ନଂ ଥିଲା ଏସଏସଆର୍ ଏବଂ ଏହା ମତେ ଅନୁଭବ କରାଇଥିଲା ଯେ ଦିବଙ୍ଗତ ସୁଶାନ୍ତ ମୋ ଚାରିପାଖରେ ଅଛନ୍ତି । ସୁଶାନ୍ତଙ୍କ ଆକସ୍ମିକ ମୃତ୍ୟୁରେ ବଲିଉଡ ସହ ମତେ ମଧ୍ୟ ବଡ ଧକ୍କା ଲାଗିଛି । ଯଦି ଜଣେ ମଣିଷର କ୍ଷତି ଦ୍ବାରା ପ୍ରଭାବିତ ହୁଏ ନାହିଁ, ତେବେ ଲୋକଙ୍କ ବିଷୟରେ କାହାଣୀ କହିବାର ସେମାନଙ୍କର କୌଣସି ଅଧିକାର ନାହିଁ ।’ ଏହାବ୍ୟତୀତ ସେ ପିଲାବେଳେ କିପରି ଥିଲେ ତାହା ମଧ୍ୟ ସେ ଜଣାଇଛନ୍ତି ।
- " class="align-text-top noRightClick twitterSection" data="">
ପ୍ରକାଶ ଥାଉକି ଆଉ ଏକ ୱେବ ସିରିଜ ‘ଜିଦ୍’ ନେଇ ସେ ଫେରିବାକୁ ଯାଉଛନ୍ତି । ଯେଉଁଥିରେ ସେ ସୈନା ଭୂମିକାରେ ନଜର ଆସିବେ । ସିରିଜକୁ ନେଇ ଉତ୍ସାହିତ ଫ୍ୟାନ୍ସ ।