ETV Bharat / sitara

ଇନଷ୍ଟାକୁ ବାଏ ବାଏ କଲେ ଅମିତ - ଇନଷ୍ଟାଗ୍ରାମ ପୋଷ୍ଟକୁ ଅଲବିଦା କହିଲେ ଅମିତ ସାଧ

ଦେଶରେ ବଢୁଥିବା କୋରୋନା ପ୍ରକୋପକୁ ନେଇ ନିରାଶ ଅମିତ । ଏଥିପାଇଁ ସୋସିଆଲ ମିଡିଆକୁ ବର୍ତ୍ତମାନ ଅଲବିଦା କହିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତ ସାଧ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତ ସାଧ
author img

By

Published : Apr 8, 2021, 8:27 AM IST

ମୁମ୍ବାଇ: ବୁଧବାର ଅଭିନେତା ଅମିତ ସାଧ ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ ଅପଲୋଡ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। କାରଣ ସେ ସୋସିଆଲ ମିଡିଆକୁ ବର୍ତ୍ତମାନ ବାଏ ବାଏ କହିଦେଇଛନ୍ତି । ଆଉ ପୋଷ୍ଟରେ ସେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ଯେ ସେ ଭଲ ପାଇଁ ସୋସିଆଲ ମିଡିଆ ଛାଡିଛନ୍ତି। ଏକ ଲମ୍ବା ନୋଟରେ ଅଭିନେତା କହିଛନ୍ତି ଯେ ମହାମାରୀର ଏହି କଠିନ ସମୟରେ, ସେ ଛୋଟ ପୋଷ୍ଟ ସହିତ ଲୋକଙ୍କୁ ମନୋରଞ୍ଜନ କରିବା ବିଷୟରେ ଠିକ୍ ଅନୁଭବ କରୁନାହାଁନ୍ତି ।

ସେହିପରି ସେ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଅଫଲାଇନରେ ଯାଉଛି। ସାମ୍ପ୍ରତିକ ଘଟଣା ମୋତେ ମୋର ଫଟୋ ଏବଂ ରିଲ ପୋଷ୍ଟ କରିବା ଉଚିତ କି ନୁହେଁ ତାହା ଉପରେ ପ୍ରତିଫଳିତ କରିଛି। ବିଶେଷ କରି ଯେତେବେଳେ ମୋର ସହର ମୁମ୍ବାଇ ଏବଂ ସମଗ୍ର ରାଜ୍ୟ କୋଭିଡ ସୀମାବଦ୍ଧ ହୋଇପଡିଛି, ସେତେବେଳେ ସମଗ୍ର ଦେଶ ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ମୁଁ ବିଶ୍ବାସ କର ମୋର ପୋଷ୍ଟ ଏବଂ ଜିମ୍ ସେଶନର ରିଲ କାହାକୁ ସୁସ୍ଥ କରିବ ନାହିଁ କିମ୍ବା ମନୋରଞ୍ଜନ କରିପାରିବ ନାହିଁ । ଏହା କାହା ପାଇଁ ସମାଲୋଚନା ନୁହେଁ । ପରିସ୍ଥିତି ଉପରେ ସମ୍ବେଦନଶୀଳ ହେବାର ସର୍ବୋତ୍ତମ ଉପାୟ ହେଉଛି ପ୍ରାର୍ଥନା କରିବା ଏବଂ ଭଲ ଜିନିଷ ପାଇଁ ଆଶା କରିବା’

ଖାଲି ଏତିକି ନୁହେଁ ତାଙ୍କ ପୋଷ୍ଟରେ ସେ ଆବଶ୍ୟକ କରୁଥିବା ଲୋକଙ୍କୁ ବିଶେଷ କରି ଦୈନିକ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.