ମୁମ୍ବାଇ: କୋରୋନା ସଙ୍କଟରୁ ବଞ୍ଚିବା ପାଇଁ ଜନସାଧାରଣଙ୍କଠୁ ନେଇ ସେଲିବ୍ରିଟି ବର୍ତ୍ତମାନ ନିଜ ନିଜ ଘରେ ରହି ଲକଡାଉନର ପାଳନ କରୁଛନ୍ତି । ସେହିପରି ବଲିଉଡର ଫେମସ ଯୋଡି ରିଚା ଚଡ୍ଡା ଓ ଅଲ୍ଲୀ ଫଜଲ ଲକଡାଉନ ପାଇଁ ପରସ୍ପରଠୁ ଦୂରେଇ ଅଛନ୍ତି । ଆଉ ଏବେ ସେ ରିଚାଙ୍କୁ ଖୁବ୍ ମିସ କରୁଛନ୍ତି ବୋଲି ଜଣାପଡୁଛି । ଏକଥା ଆମେ କହୁନାହୁଁ, ଏହା ତାଙ୍କ ଏକ ବୟାନରୁ ଜଣାପଡିଛି ।
ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ରିଚାଙ୍କ ସହ ସବୁବେଳେ ଫୋନରେ କଥା ହେଉଛନ୍ତି । ଏମିତି କିଛି ହୁଅନ୍ତା ସେ ତାଙ୍କୁ ସାକ୍ଷାତ କରିବାକୁ ଯାଇପାରନ୍ତେ । କିନ୍ତୁ କୋରୋନା ଭାଇରାସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତଥାପି ଲୋକ ବିନା ମାସ୍କରେ ରାସ୍ତାରେ ବୁଲୁଛନ୍ତି । ଯାହାକୁ ନେଇ ଭୟ ମଧ୍ୟ ଲାଗୁଛି ।
ଖାଲି ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯଦି ରିଚାଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କୁ ପୋଲିସର ଅନୁମତି ନେବାକୁ ପଡିବ ତେବେ ସେ ନିହାତି ନେବେ । ବର୍ତ୍ତମାନ ତାଙ୍କର ଏପରି ବୟାନରେ ଫ୍ୟାନ୍ସଙ୍କୁ ଲାଗୁଛି ଯେ ସେ ଲକଡାଉନରେ ଗାର୍ଲଫ୍ରେଣ୍ଡକୁ ଖୁବ୍ ମିସ କରୁଛନ୍ତି ।