ETV Bharat / sitara

ମୁମ୍ବାଇ ଧାରବୀ ବସ୍ତିବାସିନ୍ଦାଙ୍କ ପାଇଁ ସିଂଘମଙ୍କ ଅପିଲ

author img

By

Published : May 28, 2020, 6:38 PM IST

ଟ୍ବିଟ କରି ସମସ୍ତଙ୍କୁ ଅନୁରୋଧ କଲେ ଅଜୟ ଦେବଗନ। ଏଥର ସେ ମୁମ୍ବାଇ ବାସିନ୍ଦାଙ୍କ ସାହାଯ୍ୟ ଲୋଡିଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ: ସିଂଘମ ଅଜୟ ଦେବଗନ ବର୍ତ୍ତମାନ ନିଜର ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ। ସେ ଏହି ଟ୍ବିଟ ଜରିଆରେ ସମସ୍ତଙ୍କୁ ଅପିଲ କରିଛନ୍ତି ଯେ ମୁମ୍ବାଇରେ ଥିବା ଧାରାବୀ ବାସିନ୍ଦାଙ୍କୁ ଦାନ କରନ୍ତୁ। ଯାହା ସହରରେ କୋରୋନା ଭାଇରସ ମହାମାରୀର କେନ୍ଦ୍ର ହୋଇ ରହିଛି। ଅଜୟ ନିଜେ ମଧ୍ୟ 700 ପରିବାର ପାଇଁ ସହଯୋଗର ହାତ ବଢାଇଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ

ସେ ଟ୍ବିଟ କରି ଲେଖିଛନ୍ତି, ‘ଧାରାବୀ କୋଭିଡ -19 ର କେନ୍ଦ୍ର ସ୍ଥଳି। ଅନେକ ନାଗରିକ ଏମସିଜିଏମ ସାହାଯ୍ୟରେ ଦିନରାତି କାର୍ଯ୍ୟ ସେଠାରେ କରୁଛନ୍ତି। ଅନେକ ଏନଜିଓ ସହାୟତାରେ ଅଭାବୀ ଲୋକଙ୍କୁ ରାସନ ଏବଂ ସ୍ବଚ୍ଛତା କିଟ ଯୋଗାଇ ଦିଆଯାଉଛି। ଆମେ (ଏଡିଏଫ) 700 ପରିବାରକୁ ସାହାଯ୍ୟ କରୁଛି। ମୁଁ ଲୋକମାନଙ୍କୁ ଆଗକୁ ଆସି ଦାନ କରିବାକୁ ଅନୁରୋଧ କରୁଛି। ’

ପ୍ରକାଶ ଥାଉକି ଅଜୟ କୋରୋନା ବିରୋଧ ଲଢେଇରେ କ୍ରମାଗତ ଭାବରେ ସହଯୋଗ କରୁଆସୁଛନ୍ତି। ପୂର୍ବରୁ ଅଜୟ ପିଏମ କେୟାର ଫଣ୍ଡକୁ ପ୍ରାୟ 10 କୋଟି ଦାନ କରିସାରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.