ମୁମ୍ବାଇ: ବି-ଟାଉନ ସିଂଘମ ଅଜୟ ଦେବଗନ ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ଲେଜେଣ୍ଡ ଅଫ୍ ଭଗବତ ସିଂ’ ରିଲିଜକୁ ସୋମବାର 19 ବର୍ଷ ପୂରଣ ହୋଇଛି । 2002 ଜୁନ 7ରେ ବକ୍ସ ଅଫିସରେ ରିଲିଜ ହୋଇଥିଲା ଏହି ଫିଲ୍ମ । 19 ବର୍ଷ ପୂରଣ ଅବସରରେ ସୋସିଆଲ ମିଡିଆରେ ଅଜୟ ଫିଲ୍ମକୁ ନେଇ ଖାସ୍ କଥା ଲେଖିଛନ୍ତି । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ଫଟୋ ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ନିଜର ଭଗବତ ସିଂ ଲୁକରେ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଆପଣଙ୍କ ଜୀବନ ଏବଂ କ୍ୟାରିୟରରେ ଥରେ ଭାଗବତ ସିଂଙ୍କ ପରି ଏକ ବିପ୍ଳବୀ ରୋଲ କରିବା ଯଥେଷ୍ଟ ନୁହେଁ | ତୁମେ ତାଙ୍କୁ ନିରନ୍ତର ସେଠାରେ ରଖିବା ଆବଶ୍ୟକ । ସର୍ବଶେଷରେ, ସେମାନେ ଯେଉଁମାନେ ନିଜ ସହିତ ଇତିହାସ ଲେଖିଥିଲେ ।’
ପ୍ରକାଶ ଥାଉକି ଅଜୟଙ୍କୁ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ମିଳିଥିବା ବେଳେ ରାଜକୁମାର ସନ୍ତୋଷିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଫିଚର ଫିଲ୍ମ ପାଇଁ ଜାତୀୟ ପୁରସ୍କାର ଲାଭ କରିଥିଲା ।