ETV Bharat / sitara

‘ଛପାକ’ ପରେ ଟିକ ଟକ ଷ୍ଟାର ସାଜିଲେ ଲକ୍ଷ୍ମୀ

author img

By

Published : Jan 13, 2020, 1:01 PM IST

ସୋସିଆଲ ମିଡିଆରେ ଛାଇଲେ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲ। ଦୀପିକା ପାଦୁକୋନଙ୍କ ସହ ମିଶି ଟିକ ଟକ ଭିଡିଓରେ ଡାନ୍ସ କରୁଛନ୍ତି ଲକ୍ଷ୍ମୀ। ବଢି ଚାଲିଛି ତାଙ୍କ ଫଲୋର୍ସଙ୍କ ସଂଖ୍ୟା।

lakshmi aggarwal
ଡିଜାଇନ ଫଟୋ

ମୁମ୍ବାଇ: ଦୀପିକା ପାଦୁକୋନଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ’ ଗତ ଶୁକ୍ରବାର ରିଲିଜ ହୋଇଥିଲା। ଫିଲ୍ମକୁ ନେଇ ଦର୍ଶକଙ୍କ କ୍ରେଜ ଦେଖିବାକୁ ମିଳୁଛି । ଶାନଦାର ଓପନିଂ ସହ ଫିଲ୍ମର କଲେକ୍ସନ ଧିରେ ଧିରେ ବଢିଚାଲିଛି। ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିବାରେ ଲାଗିଛି । ‘ଛପାକ’ ପାଇଁ ଯେତେ ହିଟ୍ ଦୀପିକା ହୋଇଛନ୍ତି, ସେତିକି ପପୁଲାର ଏସିଡ ପୀଡିତ ଲକ୍ଷ୍ମୀ ଅଗ୍ରୱାଲ ମଧ୍ୟ।

‘ଛପାକ’ ଲକ୍ଷ୍ମୀଙ୍କ ସଂଘର୍ଷମୟ କାହାଣୀ ନେଇ ଆଧାରିତ । ବର୍ତ୍ତମାନ ସୋସିଆଲ ମିଡିଆରେ ସେ ଷ୍ଟାର ସାଜିଛନ୍ତି । ଆଜ୍ଞା ହଁ, ସୋସିଆଲ ନେଟୱାର୍କିଂ ସାଇଟ ଟିକ ଟକରେ ତାଙ୍କ ଫ୍ୟାନ୍ସ ସଂଖ୍ୟା ଆକାଶ ଛୁଆଁ ।

ନିକଟରେ ଦୀପିକା ଟିକ ଟକରେ ଫିଲ୍ମ ‘ଛପାକ’ର ପ୍ରମୋଶନ ମଧ୍ୟ କରୁଥିବାର ନଜର ଆସିଥିଲେ । ଗୋଟିଏ ଭିଡିଓରେ ଦୀପିକା ଓ ଲକ୍ଷ୍ମୀ ପଞ୍ଜାବୀ ଗୀତ ‘ରାଇଡର’ରେ ଡାନ୍ସ କରୁଥିବାର ଦେଖାଯାଉଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସଙ୍କୁ ଦୁଇଜଣଙ୍କ ‘ନାଗିନ ଗିନ ଗିନ’ ଡାନ୍ସ ଖୁବ୍ ପସନ୍ଦ ଆସିଛି।

ପ୍ରକାଶ ଥାଉକି ଲକ୍ଷ୍ମୀ ମାତ୍ର 19 ବର୍ଷ ବୟସରେ ଏସିଡର ଶିକାର ହୋଇଥିଲେ। ହେଲେ ସେ ସାହସ ଓ ଧୈର୍ଯ୍ୟ ବଳରେ ନିଜ ବଞ୍ଚି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏସିଡ ପୀଡିତାଙ୍କ ପାଇଁ ଅନେକ ସାମାଜିକ କାର୍ଯ୍ୟ କରି ସେ ଆଜି ସମ୍ମାନିତ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.