ETV Bharat / sitara

ନକାରାତ୍ମକ ଭୂମିକା ସହ ବନ୍ଧୁତା କରିପାରିବେନି ହଥୋଡା ତ୍ୟାଗି - ପାତାଲ ଲୋକରେ ହତ୍ୟାକାରୀ ସାଜିଥିବା ଅଭିନେତା ଅଭିଷେକ ବାନାର୍ଜୀଙ୍କ ଖାସ୍ କଥା

‘ପାତାଲ ଲୋକ’ରେ ହତ୍ୟାକାରୀ ସାଜିଥିବା ଅଭିନେତା ଅଭିଷେକ ବାନାର୍ଜୀଙ୍କ ଖାସ୍ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 2, 2020, 3:29 PM IST

ମୁମ୍ବାଇ: ଗତ 15 ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହୋଇଥିଲା ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ ପ୍ରଥମ ୱେବ ସିରିଜ ‘ପାତାଲ ଲୋକ’ । ଯାହା ଗୋଟିଏ ଦିନରେ ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଥିଲା । ଆଉ ଏଥିରେ ନିଜର ଜବରଦସ୍ତ ଭୟାନକ ଅଭିନୟରେ ଦର୍ଶକଙ୍କୁ ଡରାଇଥିଲେ ଫେମସ ଅଭିନେତା ଅଭିଷେକ ବାନାର୍ଜୀ । ଦର୍ଶକ ତାଙ୍କ ଶାନଦାର ଅଭିନୟ ‘ପାତାଲ ଲୋକ’ ବ୍ୟତୀତ ‘କାଳି 2’ରେ ମଧ୍ୟ ଦେଖିବାକୁ ପାଇଛନ୍ତି । ଇତିମଧ୍ୟରେ ‘ପାତାଲ ଲୋକ’ର ହଥୋଡା ତ୍ୟାଗି ଭୂମିକା ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଭିଷେକ ।

ସେ କହିଛନ୍ତି ଯେ ଯଦିଓ ସେ ପରଦାରେ କିଛି ଭୟାନକ ଚରିତ୍ରରେ ଅଭିନୟ କରୁଛନ୍ତି ତାର ହ୍ୟାଙ୍ଗଓଭର ନେଇ ସେ ସେଟରେ ବାହାର କରନ୍ତି ନାହିଁ । ଯଦି ନକାରତ୍ମକ ଭୂମିକାଗୁଡିକ ଜଣେ ଅଭିନେତାଙ୍କ ମନ ଉପରେ ପ୍ରଭାବ ସୃଷ୍ଟି କରେ ତେବେ ଆମର ଇଣ୍ଡଷ୍ଟ୍ରିରୁ ଅନେକ ସିରିୟଲ କିଲର ବାହାରନ୍ତେ । ସେ ଏହି ସବୁ ଚରିତ୍ରକୁ ଦୂରରୁ ଜାଣିବାକୁ ଚାହାଁନ୍ତି । ‘ପାତାଲ ଲୋକ’ ପାଇଁ ସୁଟିଂ କରୁଥିବା ସମୟରେ ସେ କ୍ୟାମେରାରେ ତ୍ୟାଗି ଜୀବନ ବିତାଇଥିଲେ । ହେଲେ ଏକ ଚରିତ୍ରରେ ଅଭିନୟ କରିବା ସମୟ ହେଉଛି ଆକ୍ସନ ଆଉ କଟ ମଧ୍ୟରେ । ବାସ୍ତବ ଜୀବନରେ ଏହିଭଳି ଆଚରଣ କରିବାକୁ ସେ ତ୍ୟାଗି ଚରିତ୍ରକୁ ଗମ୍ଭୀରତା ସହ ନେଇ ପାରିବେ ନାହିଁ । ସେ ନେଗେଟିଭ ଭୂମିକାରେ ‘ପାତାଲ ଲୋକ’ ଓ ‘କାଳି 2’ରେ ନଜର ଆସିଛନ୍ତି । ହେଲେ ସେ କେବେ ମଧ୍ୟ ନେଗେଟିଭ ଭୂମିକା ସହ ବନ୍ଧୁତା କରିପାରିବେ ନାହିଁ ବୋଲି କହିଛନ୍ତି ।

ପ୍ରକାଶ ଥାଉକି ‘ପାତାଲ ଲୋକ’ରେ ଅଭିଷେକ ଛୋଟ ସହରର ଜଣେ ହତ୍ୟାକାରୀ ବିଶାଲ ତ୍ୟାଗି ଭୂମିକାରେ ଅଭିନୟ କରିଛନ୍ତି । ଯିଏ ହାତୁଡିରେ ସମସ୍ତଙ୍କୁ ହତ୍ୟା କରୁଥିବାର ନଜର ଆସୁଛନ୍ତି । ଏଥି ନିମନ୍ତେ ତାଙ୍କୁ କ୍ରାଇମ ଦୁନିଆରେ ହଥୋଡା ତ୍ୟାଗିର ଆଖ୍ୟା ଦିଆଯାଇଛି । ସେହିପରି ସେ ‘କାଳି 2’ରେ ଜଣେ ଆନ୍ତର୍ଜାତୀୟ ଅପହରଣକାରୀ ଭୂମିକାରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.