ମୁମ୍ବାଇ: ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମ ‘ଦଶବି’ର ସୁଟିଂରେ ବର୍ତ୍ତମାନ ଖୁବ୍ ବ୍ୟସ୍ତ । ସୋମବାର ଫିଲ୍ମର ସୁଟିଂ ଆରମ୍ଭ କରିଦେଇଥିଲେ ସୋ। ଆଉ ଏବେ କୋ-ଷ୍ଟାର ୟାମି ଗୌତମ ଏବଂ ନିମ୍ରତ କୌର ସହ ଆଗ୍ରା ଜେଲରେ ଫିଲ୍ମ ସୁଟିଂ କରିଛନ୍ତି । ଯେଉଁଠାରେ ଫିଲ୍ମ ପାଇଁ ବଡ ସେଟର ଆୟୋଜନ କରାଯାଇଛି । କାରଣ କିଛି ଦିନ ଫିଲ୍ମର ସୁଟିଂ ଆଗ୍ରାରେ କରିବେ ବୋଲି ଯୋଜନା କରିଛନ୍ତି ମେକର୍ସ ।
ଫିଲ୍ମରେ ଅଭିଷେକ ଦଶମ ଫେଲ ହୋଇଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ । ସେ ଗଙ୍ଗାରାମ ଚୌଧୁରୀ ଭୂମିକା ଥିବା ବେଳେ ୟାମି ଜଣେ ପୋଲିସ ଅଫିସର ଜ୍ୟୋତି ଦେଶୱାଲ ଭୂମିକାରେ ଦେଖାଯିବେ ।
ଫିଲ୍ମରେ ଦର୍ଶକ ରାଜନୈତିକ, କମେଡି ଡ୍ରାମାରେ ଭରପୁର କାହାଣୀ ଦେଖିବାକୁ ପାଇବେ । ଯାହା ଆଜିର ସମାଜରେ ଶିକ୍ଷାର ମହତ୍ତ୍ବ ବିଷୟରେ ଏକ ବାର୍ତ୍ତା ଦେବ । ନିକଟରେ ଫିଲ୍ମରୁ ଅଭିଷେକଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି କରାଯାଇଥିଲା । ଯେଉଁଥିରେ ତାଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଛି ।
@IANS