ମୁମ୍ବାଇ: ପୂର୍ବତନ ବିଶ୍ବ ସୁନ୍ଦରୀ ଓ ବଲିଉଡର ନୀଳନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଆଜି 46ତମ ଜନ୍ମଦିନ । ଏହି ଅବସରରେ ଐଶଙ୍କୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଶୁଭେଚ୍ଛା ମିଳିବାରେ ଲାଗିଛି । କିନ୍ତୁ ତାଙ୍କ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ଖାସ୍ ଅନ୍ଦାଜରେ ବର୍ଥଡେ ୱିଶ କରିଛନ୍ତି ।
ଜୁନିୟର ବଚ୍ଚନ ଟ୍ବିଟରରେ ଐଶଙ୍କ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, ‘ହାପି ବର୍ଥଡେ ପ୍ରିନ୍ସେସସା(ପ୍ରିନ୍ସେସ) ।’ ଅଭିଷେକଙ୍କ ବ୍ୟତୀତ ସେକ୍ସୀ ଅଭିନେତ୍ରୀ ବିପାଶା ବାସୁ, ରିତେଶ ଦେଶମୁଖ ଓ ଜେନେଲିୟା ଦେଶମୁଖ ମଧ୍ୟ ଐଶଙ୍କୁ ବର୍ଥଡେ ୱିଶ କିରଛନ୍ତି ।
ପାଖାପାଖି ଐଶ ଓ ଅଭିଷେକଙ୍କ ବିବାହକୁ 12 ବର୍ଷ ପୂରଣ ହୋଇସାରିଲାଣି । ଦୁଇଜଣଙ୍କ ଲାଡଲୀ ଆରାଧ୍ୟା ମଧ୍ୟ ଅଛନ୍ତି । ସେହିପରି ଐଶ ବଲିଉଡରେ ଦୁଇ ଦଶକରୁ ସକ୍ରିୟ ରହିଆସୁଛନ୍ତି । ସେ ହିନ୍ଦୀ ଫିଲ୍ମ ବ୍ୟତୀତ ବଙ୍ଗୀୟ, ତେଲୁଗୁ, ତାମିଲ, ହଲିଉଡରେ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି ।
‘ଉମରାଓ ଜାନ’ ଅଭିନେତ୍ରୀ ଐଶ 2003ରେ ଆସିଥିବା ବଙ୍ଗୀୟ ଫିଲ୍ମ ‘ଚୋକର ବାଲି’ରେ ଅଭିନୟ କରି ଚର୍ଚ୍ଚାରେ ଆସିଥିଲେ । ଗତ ବର୍ଷ ସେ ଅନିଲ କପୁର, ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ଫନ୍ନେ ଖାନ’ରେ ଶେଷଥର ନଜର ଆସିଥିଲେ ।