ETV Bharat / sitara

ଅଭିଷେକ-ରାଜକୁମାରଙ୍କ ଧମାଲ, ଆସିଲା ‘ଲୁଡୋ’ ଟ୍ରେଲର

author img

By

Published : Oct 19, 2020, 8:17 PM IST

ନଭେମ୍ବର 12ରେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଥିବା କମେଡି ଡ୍ରାମା ଫିଲ୍ମ ‘ଲୁଡୋ’ର ଟ୍ରେଲର ଏବେ ରିଲିଜ ହୋଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସବୁବେଳେ ଦମଦାର କଣ୍ଟେଣ୍ଟ ଆଣି ଦର୍ଶକଙ୍କୁ ସରପ୍ରାଇଜ କରୁଥିବା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ପୁଣିଥରେ ଚର୍ଚ୍ଚାରେ । ‘ସିରିୟସ ମ୍ୟାନ’ ପରେ ଏହି ପ୍ଲାଟଫର୍ମରେ ପୁଣି ଧମାଲ କରିବାକୁ ଯାଉଛି । ନିଜ ଟ୍ରାକ ରେକର୍ଡକୁ ବଜାଇ ରଖିବା ପାଇଁ ମଲ୍ଟି ଷ୍ଟାରର ଫିଲ୍ମ ‘ଲୁଡୋ’ ଖୁବଶୀଘ୍ର ରିଲିଜ କରିବି ନେଟଫ୍ଲିକ୍ସ । ଦୀପାବଳି ଅବସରରେ ଦର୍ଶକ ଅଭିଷେକ ବଚ୍ଚନ, ରାଜକୁମାର ରାଓ, ଆଦିତ୍ୟ ଚୋପ୍ରା, ସନୟା ମଲହୋତ୍ରା, ଫତିମା ସନା ସେଖ ଓ ପଙ୍କଜ ତ୍ରିପାଠୀଙ୍କ ଜବରଦସ୍ତ ଅଭିନୟ ‘ଲୁଡୋ’ରେ ଦେଖିବାକୁ ପାଇବେ ।

ଏହା ପୂର୍ବରୁ ଫିଲ୍ମର ଶାନଦାର ଟ୍ରେଲର ରିଲିଜ କରିଛନ୍ତି ମେକର୍ସ । ରିଲିଜ ହେବା ମାତ୍ରେ ଅନୁରାଗ ବାସୁଙ୍କ ‘ଲୁଡୋ’ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଅଢେଇ ମିନିଟର ଏହି ଟ୍ରେଲର ଦେଖି ହସିହସି ବେହାଲ ଦର୍ଶକ। ଫିଲ୍ମକୁ ବଟରଫ୍ଲାଇ ଇଫେକ୍ଟରୁ ନିଆଯାଇଛି ବୋଲି କୁହାଯାଉଛି । ଏହାର ଅର୍ଥ ହେଲା ଯେ ଫିଲ୍ମର ସବୁ ଭୂମିକା ପରସ୍ପର ସହ ଜଡିତ ।

ଟ୍ରେଲରରେ ଦର୍ଶାଯାଇଛି ଯେ ଅଭିଷେକଙ୍କ ଠାରୁ ରାଜକୁମାର ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନରେ ନିଜର ସମସ୍ୟା ରହିଛି। କେହି ଫିଲ୍ମରେ କୁନି ଝିଅକୁ ଅପହରଣ କରିଛନ୍ତି ତ ଆଉ କିଏ ନିଜ ପ୍ରେମିକା ପାଇଁ ଜେଲରୁ ତାଙ୍କ ଅପରାଧି ସ୍ବାମୀକୁ ବାହାର କରିବାକୁ ଚେଷ୍ଟା ଚଳାଇଛନ୍ତି।

ପ୍ରକାଶ ଥାଉକି ‘ଲୁଡୋ’ ଜରିଆରେ ଅନୁରାଗ ଦୀର୍ଘ ସମୟ ପରେ ବଲିଉଡକୁ କମବ୍ୟାକ କରିଛନ୍ତି । ନେଟଫ୍ଲିକ୍ସରେ ନଭେମ୍ବର 12ରେ ରିଲିଜ ହେବ ଫିଲ୍ମ । ଏବେ ଦେଖନ୍ତୁ ଟ୍ରେଲର...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.