ହାଇଦ୍ରାବାଦ: ଜୁନିଅର ବଚ୍ଚନ ଶନିବାର ତାଙ୍କର 46 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତା ଅଭିଷେକ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଚକିତ କରି ସୂଚନା ଦେଇଛନ୍ତି ଯେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଘୁମରର ସୁଟିଂ ଆରମ୍ଭ କରିଛନ୍ତି।
ଚଳଚ୍ଚିତ୍ର ଘୁମରର ସୁଟିଂକୁ ନେଇ ଅଭିଷେକ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଏବଂ ପୋଷ୍ଟ ସେୟାର କରିଛନ୍ତି । ଫଟୋରେ ଭଗବାନ ଗଣେଶଙ୍କ ଚିତ୍ର ଦେଖିବାକୁ ମିଳୁଛି ଏବଂ ଏକ କ୍ଲାପବୋର୍ଡ ମଧ୍ୟ ଦୃଶ୍ୟମାନ ହେଉଛି ଯେଉଁଥିରେ ଘୁମର ଫିଲ୍ମର ନାମ ଲେଖାଯାଇଛି ।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଅଭିଷେକ ବଚ୍ଚନ ଲେଖିଛନ୍ତି, 'ଏହାଠାରୁ ଭଲ ଜନ୍ମଦିନ ଉପହାର ମାଗି ପାରିବ ନାହିଁ । ଘୁମରର କାମ ଆରମ୍ଭ ହୋଇଯାଇଛି। ତେବେ ଚଳଚ୍ଚିତ୍ରର ଚରିତ୍ର ଏବଂ କାହାଣୀ ବିଷୟରେ ନିର୍ମାତାମାନେ କୌଣସି ଅଫିସିଆଲ୍ ସୂଚନା ସେୟାର କରିନାହାଁନ୍ତି । ଏଥିସହ ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ କୌଣସି ସୂଚନା ସେୟାର କରାଯାଇ ନାହିଁ। ଫିଲ୍ମ ଘୋଷଣା ହେବା ଦିନଠାରୁ ଅଭିଷେକ ବଚ୍ଚନଙ୍କ ପ୍ରଶଂସକମାନେ ତାଙ୍କ ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ଥିବା ଏବଂ ପୋଷ୍ଟରେ କମେଣ୍ଟ ଦେଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।
ତୁଷାର ଜଲୋଟାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମରେ ସେ ଜଣେ ଭେଟେରାନ୍ ରାଜନେତାଙ୍କ ଭୂମିକାରେ ନଜର ଆସିବେ । ଅଭିଷେକଙ୍କ ବ୍ୟତୀତ ଅଭିନେତ୍ରୀ ୟାମି ଗୌତମଙ୍କୁ ଏହି ଫିଲ୍ମରେ ପୋଲିସ୍ ଭୂମିକାରେ ଦେଖିବାକୁ ମିଳିଥିବାବେଳେ ଅଭିନେତ୍ରୀ ନ୍ରିମର କୌର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କୁ ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଗୁଲାବ ଜାମୁନରେ ଦେଖିବାକୁ ମିଳିବେ ।
ଏହି ଚଳଚ୍ଚିତ୍ରରେ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସହ ଅଭିନେତା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ତେବେ ନିର୍ମାତାମାନେ ଫିଲ୍ମ ବିଷୟରେ ଏପର୍ଯ୍ୟନ୍ତ ସରକାରୀ ସୂଚନା ସେୟାର କରିନାହାଁନ୍ତି । ଗୁରୁ ଅଭିନେତାଙ୍କୁ ଶେଷଥର ପାଇଁ ଶାହରୁଖ ଖାନଙ୍କ କମ୍ପାନୀ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ବବ ବିଶ୍ବାସରେ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ