ETV Bharat / sitara

ଫରାହଙ୍କ ଲାଡଲୀଙ୍କୁ 1 ଲକ୍ଷ ଦେଲେ ଅଭିଷେକ

ଲକଡାଉନର ଏହି ପରିସ୍ଥିତିରେ ଏବେ ଷ୍ଟାରକିଡ୍ସ ସହଯୋଗର ହାତ ବଢାଇବାରେ ଲାଗିଛନ୍ତି। ଏବେ ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇବେ ଫରାହଙ୍କ ଝିଅ...

author img

By

Published : Apr 28, 2020, 12:36 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଅଭିନେତ୍ରୀ ତବ୍ବୁ ଓ ନିର୍ମାତା ଜୋୟା ଅଖତରଙ୍କ ପରେ ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ କୋରିଓଗ୍ରାଫର ତଥା ନିର୍ମାତା ଫରାହ ଖାନଙ୍କ ଲାଡଲୀଙ୍କୁ ସହଯୋଗର ହାତ ବଢାଇଛନ୍ତି । କୋଭିଡ-19 ମହାମାରୀର ଏହି ସମୟରେ ସେ ସାହାଯ୍ୟ କରିବାକୁ ଯାଇ 1 ଲକ୍ଷ ଟଙ୍କା ଦାନ କରିଛନ୍ତି। ସେପଟେ ଅଭିଷେକଙ୍କ ଏହି ମହାନ କାର୍ଯ୍ୟ ପାଇଁ ଫରାହ ସୋସିଆଲ ମିଡିଆରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଫରାହଙ୍କ ଝିଅ ଅନ୍ୟା ଲକଡାଉନରେ ବୁଲା ପଶୁଙ୍କ ସାହାଯ୍ୟ ପାଇଁ ପେଣ୍ଟିଂ କରି ଏହି ଅଭିଯାନ ଆରମ୍ଭ କରିଥିଲେ। ଏଥରୁ ମିଳିବା ଟଙ୍କାରେ ନିରହ ପଶୁଙ୍କୁ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଯିବ।

ଇନଷ୍ଟାଗ୍ରାମରେ ଫରାହ ଅଭିଷେକଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଗୋଟିଏ ସ୍କେଚ ପାଇଁ କିଏ 1 ଲକ୍ଷ ଟଙ୍କା ଦିଏ ? ବଚ୍ଚନ ଚ୍ୟାରିଟି ପାଇଁ ଅନ୍ୟାଙ୍କ ଏହି ପ୍ରୟାସ ଦୁଇଗୁଣା ବଢିଯାଇଛି। ଦୟାଳୁ ଅଭିଷେକଙ୍କୁ ମୋର ଧନ୍ୟବାଦ । ମୁଁ ଜାଣିଛି ତୁମକୁ ଧନ୍ୟବାଦ ପସନ୍ଦ ଆସେନାହିଁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.