ETV Bharat / sitara

‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ ଟ୍ରେଲରର ଲାଇଭ୍ ପ୍ରିମିୟର୍ ଘୋଷଣା କଲେ ଅଭିଷେକ - ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ଟ୍ରେଲରର

ଅଭିଷେକ ବଚ୍ଚନ ଏବଂ ନିତ୍ୟା ମେନନ୍ ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ ସିରିଜ ସହିତ ଡିଜିଟାଲ୍ ଡେବ୍ୟୁ ପାଇଁ ପ୍ରସ୍ତୁତ ଅଛନ୍ତି । ଯାହାର ଏକ ବଡ ଟ୍ରେଲର ଲଞ୍ଚ ହେବାକୁ ଯାଉଛି ଏବଂ ସମସ୍ତ କଳାକାର ଏଥିପାଇଁ ବହୁତ ଉତ୍ସାହିତ ଅଛନ୍ତି । ଅଧିକ ପଢନ୍ତୁ...

abhishek announced the live premiere of the trailer of breathe into the shadows
‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ଟ୍ରେଲରର ଲାଇଭ୍ ପ୍ରିମିୟର୍ ଘୋଷଣା କଲେ ଅଭିଷେକ
author img

By

Published : Jul 1, 2020, 11:31 AM IST

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ନିତ୍ୟା ମେନନ୍ ଆମାଜନ ଅରଜିନାଲ ଧାରାବାହିକ ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ସହିତ ଡିଜିଟାଲ୍ ଡେବ୍ୟୁ କରୁଛନ୍ତି । ଏଥିରେ ସେମାନେ ନିଖୋଜ ଝିଅ ସିଆର ପିତା-ମାତାଙ୍କ ଭୂମିକାରେ ନଜର ଆସିବେ ।

ଶୋ 10 ଜୁଲାଇ 2020 ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ । ନିର୍ମାତାମାନେ ସେମାନଙ୍କର ଆକର୍ଷଣୀୟ ପ୍ରମୋ ଏବଂ ସିରିଜର ପୋଷ୍ଟର ସହିତ ସମସ୍ତଙ୍କୁ ଆକର୍ଷିତ କରିସାରିଛନ୍ତି । ବର୍ତ୍ତମାନ ଏକ ବଡ ଟ୍ରେଲର ଲଞ୍ଚ ହେବାକୁ ଯାଉଛି ଏବଂ ସମସ୍ତ କଳାକାର ଏଥିପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ଅଭିଷେକ ଟ୍ୱିଟରରେ ଲେଖିଛନ୍ତି, ଆସନ୍ତାକାଲି ଲଞ୍ଚ ହେବାକୁ ଥିବା ହ୍ୟାସଟ୍ୟାଗ୍ ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ର ଟ୍ରେଲରକୁ ନେଇ ଆମେ ସମସ୍ତେ ବହୁତ ଖୁସି ଅଛୁ । ଆସନ୍ତାକାଲି ମଧ୍ୟାହ୍ନ 12ରେ ଆମ ସହିତ ଯୋଗ ଦିଅନ୍ତୁ । ଆପଣମାନେ ଏକ ରିମାଇଣ୍ତରକୁ ସେଟ୍ କରିଦିଅନ୍ତୁ ।

ଜୁଲାଇ 1 ରେ ଏହାର ଟ୍ରେଲର ଲଞ୍ଚ ହେବା ପୂର୍ବରୁ ଶୋ’ର କାଷ୍ଟ ଅଭିଷେକ ବଚ୍ଚନ, ନିତ୍ୟା ମେନନ୍, ଅମିତ ସାଧ, ସିଆମି ଖେର ଏବଂ ନିର୍ଦ୍ଦେଶକ ମୟଙ୍କ ଶର୍ମା ଏକ ଭିଡିଓ କଲ୍ ମାଧ୍ୟମରେ ସେମାନଙ୍କର ଆଗାମୀ ସୋ ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ର ଟ୍ରେଲରକୁ ଏକ ସହିତ ଦେଖିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରକାଶ ଥାଉ କି, କଳାକାରମାନେ ସେମାନଙ୍କର ଦର୍ଶକ ଏବଂ ପ୍ରଶଂସକଙ୍କୁ ସିରିଜ ଦେଖିବାକୁ ମନ ଭିତରେ ସ୍ଥିର କରିବାକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.