ETV Bharat / sitara

'ବ୍ରିଦ ଇନଟୁ ଦ ସ୍ୟାଡୋ'ର ଫାଷ୍ଟ ଲୁକ ପୋଷ୍ଟରରେ ଅଭିଷେକ - ଅଭିଷେକ ବଚ୍ଚନଙ୍କ 'ବ୍ରିଥ ଇନଟୁ ଦ ସ୍ୟାଡୋ'ର

ଆମାଜନ୍ ପ୍ରାଇମ୍ ଭିଡିଓ ଅଭିଷେକ ବଚ୍ଚନଙ୍କ ଫାଷ୍ଟ ଲୁକ ପୋଷ୍ଟରକୁ ତାଙ୍କର ଡେବ୍ୟୁ ୱେବ୍ ସୋ 'ବ୍ରିଦ ଇନଟୁ ଦ ସ୍ୟାଡୋ'ରୁ ସେୟାର କରିଛନ୍ତି । ଏଥିରେ ଅଭିଷେକ ଏକ ନିଖୋଜ ଝିଅର ପିତା ଭୂମିକାରେ ଅଭିନୟ କରିଛନ୍ତି । ଅଧିକ ପଢନ୍ତୁ..

abhisek bachchans breathe into the shadows poster out
ଅଭିଷେକ ବଚ୍ଚନଙ୍କ 'ବ୍ରିଥ ଇନଟୁ ଦ ସ୍ୟାଡୋ'ର ଫାଷ୍ଟ ଲୁକ ପୋଷ୍ଟର ଆଉଟ
author img

By

Published : Jun 18, 2020, 7:47 PM IST

ମୁମ୍ବାଇ: ଗୁରୁବାର ଦିନ ଅନଲାଇନ୍ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ଅଭିଷେକ ବଚ୍ଚନଙ୍କ ଡେବ୍ୟୁ ୱେବ୍ ସିରିଜ୍ 'ବ୍ରିଦ ଇନଟୁ ଦ ସ୍ୟାଡୋ'ର ଫାଷ୍ଟ ଲୁକ ପୋଷ୍ଟର ସେୟାର କରିଛନ୍ତି ।

ଏହି ପୋଷ୍ଟରରେ ବଣ୍ଟି ଅର ବବଲି ଅଭିନେତା ଏକ ଅନ୍ଧାର କୋଠରୀରେ ଚେୟାରରେ ଏକ କାଗଜ ଧରି ବସିଥିବାର ଦେଖିବାକୁ ମିଳିଛି । ଅଭିଷେକ ଧରିଥିବା କାଗଜରେ ଏକ ବ୍ୟକ୍ତିଙ୍କ ଫଟୋ ସହ ତାହା ଉପରେ 'ନିଖୋଜ' ଲେଖା ଯାଇଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଏହି ପୋଷ୍ଚରେ ଲେଖାଯାଇଥିଲା, ଏ ଫାଦରର୍ସ ଲଭ କ୍ୟାନ ସେଭ ଏ ଲାଇଭ... ଅର ଟେକ ଓ୍ବାନ ।

ଅଭିଷେକ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ 'ବ୍ରିଦ ଇନଟୁ ଦ ସ୍ୟାଡୋ'ର ଫାଷ୍ଟ ଲୁକ ପୋଷ୍ଟର ସେୟାର କରି ଲେଖିଛନ୍ତି, "କମ୍ ବ୍ୟାକ୍ ସିୟା" ।

ଏହି ୱେବ୍ ସିରିଜରେ ଅମିତ ସାଧ, ନିତ୍ୟା ମେନନ ଏବଂ ସାୟାମି ଖେରଙ୍କ ଭଳି ଅଭିନେତାମାନେ ମଧ୍ୟ ଅଛନ୍ତି । ଆସନ୍ତା ଜୁଲାଇ 10 ରେ ଆମାଜନ ପ୍ରାଇମ ଭିଡିଓରେ ପ୍ରିମିୟର ହେବାକୁ ଯାଉଛି ।

ପ୍ରକାଶ ଥାଉ କି, ଅଭିଷେକ ଏହି ମାସ ଶେଷ ସୁଦ୍ଧା ବଲିଉଡ ଇଣ୍ଡଷ୍ଟ୍ରିରେ 20 ବର୍ଷ ପୂରଣ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.