ମୁମ୍ବାଇ: କୋଭିଡ -19 ରୋକିବା ପାଇଁ ଚାଲୁଥିବା ଲକଡାଉନରେ ସମୟ ଅତିବାହିତ କରିବାକୁ ଯାଇ ଅଭିନେତା ଅଭୟ ଦେଓଲ ପେଣ୍ଟିଂ କରୁଛନ୍ତି । ଏହି ସମୟରେ ଅଭୟ ଭିକ ମାଗୁଥିବା ଜଣେ ଗରିବ ମହିଳାଙ୍କ ଏକ ପେଣ୍ଟିଂ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
- " class="align-text-top noRightClick twitterSection" data="
">
ଅଭୟ ଏହି ପେଣ୍ଟିଂ ମାଧ୍ୟମରେ କହିଛନ୍ତି ଯେ, ମୁଁ ଏହି ପେଣ୍ଟିଂ ଦ୍ବାରା ସେହି ଲୋକମାନଙ୍କର ସ୍ଥିତି ଦେଖାଉଛନ୍ତି ଯେଉଁମାନେ ବର୍ତ୍ତମାନ ଏହି ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ଅଭୟଙ୍କର ଏହି ପେଣ୍ଟିଂ ମାଧ୍ୟମରେ କରୋନାଭାଇରସ ଦ୍ବାରା ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ସ୍ଥିତିକୁ ଦର୍ଶାଇଛନ୍ତି । କେବଳ ଏତିକି ନୁହେଁ, ଅଭୟ ଆହୁରି କହିଛନ୍ତି ଯେ, ଯେଉଁ ଦେଶରେ ମହାମାରୀ ସମୟରେ ଲୋକମାନେ ଘୃଣାଭାବ ବିସ୍ତାର କରୁଛନ୍ତି, ମୁଁ ଭାବୁଛି ଏହି ପରିସ୍ଥିତିରେ ଏ ମହିଳାଙ୍କର ପେଣ୍ଟିଂ ହିଁ ଉପଯୁକ୍ତ ଅଟେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ