ମୁମ୍ବାଇ: ବର୍ତ୍ତମାନ ଫ୍ୟାନ୍ସ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ରାଧେ: ୟାରୋ ମୋଷ୍ଟ ୱାଣ୍ଡେଡ ଭାଇ’କୁ ନେଇ ଉତ୍ସାହିତ ଥିଲେ। ହେଲେ ନିକଟରେ ତାଙ୍କ ଦ୍ବିତୀୟ ଫିଲ୍ମ ‘କଭି ଇଦ କଭି ଦିୱାଲୀ’ ଘୋଷଣା ହେବାପରଠୁ ଫ୍ୟାନ୍ସଙ୍କ ଖୁସି ଦୁଇଗୁଣା ବଢିଯାଇଛି। ବର୍ତ୍ତମାନ ଫିଲ୍ମ ଚର୍ଚ୍ଚାରେ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ସଲମାନଙ୍କ ଭିଣୋଇ ତଥା ‘ଲଭଯାତ୍ରୀ’ ଅଭିନେତା ଆୟୁଷ ଶର୍ମାଙ୍କୁ ଏହି ଫିଲ୍ମରେ କାଷ୍ଟ କରାଯାଇଛି। ସଲମାନଙ୍କ ସହ ଏହି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ସେ ।
2018ରେ ଆସିଥିବା ‘ଲଭଯାତ୍ରୀ’ ଜରିଆରେ ବଲିଉଡରେ ପଦାର୍ପଣ କରିଥିଲେ ଆୟୁଷ। ଯାହାର ପ୍ରଯୋଜନା ଦାୟିତ୍ବ ତୁଲାଇଥିଲେ ସଲମାନ। ସେହିପରି ଫିଲ୍ମରେ ଅରବାଜ ଖାନ ଓ ସୋହେଲ ଖାନଙ୍କୁ ଅତିଥି କଳାକାର ରୂପେ ଦେଖିବାକୁ ମିଳିଥିଲା ।
ବର୍ତ୍ତମାନ ‘କଭି ଇଦ କଭି ଦିୱାଲୀ’ ପ୍ରଯୋଜକ ସାଜିଦ ନାଦିୟାଦୱାଲାଙ୍କ ସହ ଫିଲ୍ମର ରିଡିଂ ନେବା ଆରମ୍ଭ କରିଦେଇଛନ୍ତି ଆୟୁଷ। ଫିଲ୍ମରେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗଡେ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି। ହେଲେ ଏଯାବତ ଆୟୁଷଙ୍କୁ କାଷ୍ଟ କରାଯିବାର କୌଣସି ଅଧିକାରୀକ ଘୋଷଣା ହୋଇନାହିଁ। ପ୍ରକାଶ ଥାଉ ଏହି ଫିଲ୍ମରେ ସଲମାନ ପୁଣିଥରେ ପୋଲିସ ଅଫିସର ଅବତାରରେ ଅଭିନୟ କରିବେ।
ଯଦି ଆୟୁଷଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଖୁବଶୀଘ୍ର ମରାଠୀ ଫିଲ୍ମ ‘ମୁଲଶୀ’ର ହିନ୍ଦୀ ରିମେକରେ ନଜର ଆସିବେ। ଏହି ଫିଲ୍ମରେ ସେ ଜାଠ୍ ଗ୍ୟାଙ୍ଗଷ୍ଟାର ଅବତାରରେ ଦେଖାଯିବେ। ଏହାବ୍ୟତୀତ ସେ ତାମିଲ ଫିଲ୍ମ ‘ଗୁଢାଚାରୀ’ର ହିନ୍ଦୀ ରିମେକ ଫିଲ୍ମରେ ମଧ୍ୟ ଅଭିନୟ କରିବେ। ତାଙ୍କ ସହ ଫିଲ୍ମରେ ‘ଦବଙ୍ଗ 3’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ସାଇ ମାଞ୍ଜରେକରଙ୍କ ରୋମାନ୍ସ କରିବେ।