ନୂଆଦିଲ୍ଲୀ: କୋରୋନା ପାଇଁ ସମଗ୍ର ଦେଶରେ ଲକଡାଉନ ପଡିଛି । ଚାଲିଥିବା ଲକଡାଉନ ସମୟରେ ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଝିଅ ଇରା ଖାନ ତାଙ୍କ ପିତା ଏବଂ ମାଆ କିରଣ ରାଓଙ୍କ ସହ ସମୟ ବିତାଉଛନ୍ତି ।
ନିକଟରେ ଇରା ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ସାବତ ଭାଇ ଆଜାଦ ରାଓ ଖାନଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରିବାବେଳେ ଇରା ଆଠ ବର୍ଷର ବାଳକକୁ ‘କ୍ବାରେନଣ୍ଟାଇନ ବନ୍ଧୁ’ ବୋଲି କହିଥିଲେ ।
ଇରା ଏହି ଫଟୋରେ ଇନଷ୍ଟା ଫିଲ୍ଟର ବ୍ୟବହାର କରି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଫିଲ୍ଟର ବ୍ୟବହାର କରି ଇରା ତାଙ୍କ ମୁଣ୍ଡକୁ ଏକ କ୍ୟାପ ଦ୍ବାରା ଆଚ୍ଛାଦିତ କରିଛନ୍ତି ଏବଂ ତାଙ୍କ ଓଠରେ ଗାଢା ଲାଲ ରଙ୍ଗର ଲିପଷ୍ଟିକ ଲଗାଇ ପାଉଟ୍ କରୁଥିବାର ଦେଖିବାକୁ ମିଳିଛି । ଏହି ଫଟୋରେ ଅନ୍ୟପକ୍ଷରେ ଆଜାଦ ପାଟିରେ ହାତ ରଖିଥିବାର ଦେଖିବାକୁ ମିଳିଛି ।
ପ୍ରକାଶ ଥାଉ କି, ଆମୀର କହିଥିଲେ ଇରା ବଲିଉଡ ଇଣ୍ତଷ୍ଟ୍ରିକୁ ଆସିବେ କି ନାହିଁ ଏପର୍ଯ୍ୟନ୍ଚ ନିଶ୍ଚିତ ନୁହଁନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ