ମୁମ୍ବାଇ: ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ୍ ଆମୀର ଖାନ କେବଳ ଭାରତ ଦର୍ଶକଙ୍କ ମଧ୍ୟରେ ହିଟ୍ ନାହୁଁନ୍ତି । ତାଙ୍କ ଫ୍ୟାନ୍ସ ସଂଖ୍ୟା ବିଦେଶରେ ମଧ୍ୟ ଆକାଶ ଛୁଆଁ । ଚୀନ ଦର୍ଶକଙ୍କ ମଧ୍ୟରେ ଆମୀର 'ନାନ ଶେନ' ନାମରେ ଫେମସ । ଏହାର ମାନେ ହେଲା ଭଗବାନ । ଆମୀରଙ୍କୁ ଚାଇନାବାସୀ ଏତେ ପସନ୍ଦ କରୁଛନ୍ତି ଯେ ତାଙ୍କୁ ଭଗବାନର ଆଖ୍ୟା ଦେଇଛନ୍ତି ।
ଗୋଟିଏ କାର୍ଯ୍ୟକ୍ରମରେ ଆମୀର ଏକ ପ୍ରକାର ହୁଡୀ ପିନ୍ଧିଥିବାର ନଜର ଆସିଥିଲେ । ଏହି ହୁଡୀ ତାଙ୍କୁ ଚାଇନା ପ୍ରଶଂସକଙ୍କଠାରୁ ଉପହାର ସୂରପ ମିଳିଛି । ଏହି ଉପହାର ପାଇଁ ସେ ବହୁତ ଖୁସି ଅଛନ୍ତି ବୋଲି ନିକଟରେ କହିଥିଲେ ।
ବଲିଉଡରୁ ଚୀନ ପର୍ଯ୍ୟନ୍ତ ସାଂସ୍କୃତିକ ଆଦାନ-ପ୍ରଦାନ ଆରମ୍ଭ କରିଥିବା ଆମୀରଙ୍କ ଫିଲ୍ମ 'ଦଙ୍ଗଲ' ଏବଂ 'ସିକ୍ରେଟ ସୁପରଷ୍ଟାର' ଚୀନ ସିନେ ବଜାରରେ ସବୁଠାରୁ ଅଧିକ ଆୟ କରିଥିବା ଭାରତୀୟ ଫିଲ୍ମ ରୁପେ ଫେମସ । ଏହି ଫିଲ୍ମ ପରେ ଚାଇନା ବାସୀ ଆମୀରଙ୍କର ଫ୍ୟାନ୍ସ ପାଲଟିଥିଲେ ।
ଅନ୍ତରାଷ୍ଟ୍ରୀୟ ଷ୍ଟାର ହୋଇସାରିଥିବା ଆମୀର ନିଜ ବହୁମୁଖୀ ପ୍ରତିଭା ଏବଂ ବିଭିନ୍ନ ପାତ୍ର ପାଇଁ ଲୋକପ୍ରିୟ । ସେ ଏଯାବତ ଫିଲ୍ମ ଯାତ୍ରାରେ ଏକ ରୋମାଣ୍ଟିକ ହିରୋ, ଜଣେ ପୋଲିସ ଅଧିକାରୀ, ଜଣେ ପିତା ଇତ୍ୟାଦି ଭୂମିକାରେ ଜବରଦସ୍ତ ଅଭିନୟ କରିସାରିଛନ୍ତି । କିନ୍ତୁ ନିଜର ଆଗାମୀ ଫିଲ୍ମ 'ଲାଲ ସିଂହ ଚଡ୍ଡା'ରେ ସେ ଭିନ୍ନ ଅବତାରରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମଟିକୁ ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ରିଲିଜ କରାଯିବାର ଯୋଜନା ରହିଛି ।