ହାଇଦ୍ରାବାଦ: ସୁପରଷ୍ଟାର ଆମୀର ଖାନ 'ଗୁରୁ ଦତ୍ତ'ଙ୍କ ବାୟୋପିକରେ ନଜର ଆସିଛନ୍ତି। ଏହି ବାୟୋପିକକୁ ନେଇ ଆମୀର ଫିଲ୍ମ ନିର୍ମାତାମାନଙ୍କ ସହିତ ଆଲୋଚନା କରୁଛନ୍ତି । ଭାବନା ତଲୱାର ଗୁରୁ ଦତ୍ତଙ୍କ ବାୟୋପିକରେ କାମ କରୁଛନ୍ତି ।
![Aamir Khan in talks for Guru Dutt biopic?](https://etvbharatimages.akamaized.net/etvbharat/prod-images/147486-wutfjqcrjp-1600125071_2401newsroom_1611480955_1062.jpeg)
![Aamir Khan in talks for Guru Dutt biopic?](https://etvbharatimages.akamaized.net/etvbharat/prod-images/mv5bmja0mzg2njewn15bml5banbnxkftztgwodq1ndqznze_v1__2401newsroom_1611480955_793.jpg)
ରିପୋର୍ଟ ଅନୁଯାୟୀ, ଆମୀର 'ପ୍ୟାସା' ପ୍ରତି ଆଗ୍ରହ ଦେଖାଇଛନ୍ତି, ଯାହା 120 କୋଟି ଟଙ୍କା ବଜେଟ୍ ସହିତ ବଡ଼ ଆକାରରେ ପ୍ରସ୍ତୁତ ହେବ ବୋଲି ଜଣାଯାଇଛି । ସାତ ବର୍ଷ ଧରି ଫିଲ୍ମର ସ୍କ୍ରିପ୍ଟରେ କାମ କରିବା ପରେ ଭାବନା ବାୟୋପିକ୍ କରିବାକୁ ପ୍ରସ୍ତୁତ ଅଛନ୍ତି ।
ଗୁରୁ ଦତ୍ତଙ୍କ ବାୟୋପିକକୁ ନ୍ୟାୟ ଦେବା ପାଇଁ ଜଣେ ଦମଦାର ଅଭିନେତା ଆବଶ୍ୟକ ଥିଲା, ଆମୀର ଏହି ଚରିତ୍ରରେ ପୁରା ଫିଟ୍ ହେବେ । ଏହି କାହାଣୀକୁ ଅଭିନେତା ମଧ୍ୟ ପସନ୍ଦ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ବାୟୋପିକର ଅଫିସିଆଲ ଘୋଷଣା କରାଯାଇନାହିଁ ।
1950ରୁ 1960 ମଧ୍ୟରେ ଗୁରୁ ଦତ୍ତ 'ପ୍ୟାସା', 'କାଗଜ କେ ଫୁଲ', 'ସାହିବ ବିବି ଅର ଗୁଲାମ', 'ଆର-ପାର', 'ବାଜି', 'ମିଷ୍ଟର ଆଣ୍ତ ମିସେଜ 55' ଏବଂ 'ଚୌଦହବୀ କା ଚାନ୍ଦ' ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
ପ୍ରକାଶ ଥାଉ ଯେ,'ପ୍ୟାସା'ରେ ଗୁରୁ ଦତ୍ତଙ୍କ ଟେଲିଫୋନ୍ ଅପରେଟର ଠାରୁ ଆରମ୍ଭ କରି ଭାରତୀୟ ସିନେମାର ଜଣାଶୁଣା ଚେହେରା ପର୍ଯ୍ୟନ୍ତ ଯାତ୍ରା ଦେଖିବାକୁ ମିଳିବ ।