ETV Bharat / sitara

Aamir Khan Divorce Reason: ଛାଡପତ୍ରର 8 ମାସ ପରେ ମୁହଁ ଖୋଲିଲେ ଅମିର ଖାନ - ଅମିର ଖାନ ଜନ୍ମଦିନ

2021 ମସିହା ଜୁଲାଇ 3 ତାରିଖରେ ବଲିଉଡର ସୁପରଷ୍ଟାର ଅମିର ଖାନ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହ ଛାଡପତ୍ର ଘୋଷଣା କରି ପୁରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଥିଲେ । ବିବାହର ୧୫ ବର୍ଷ ପରେ ଅମିର ଖାନ ଏବଂ କିରଣ ରାଓ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଅମିର ଏହା ଉପରେ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ଛାଡପତ୍ରର 8 ମାସ ପରେ ମୁହଁ ଖୋଲିଲେ ଅମିର ଖାନ
ଛାଡପତ୍ରର 8 ମାସ ପରେ ମୁହଁ ଖୋଲିଲେ ଅମିର ଖାନ
author img

By

Published : Mar 14, 2022, 12:01 PM IST

ହାଇଦ୍ରାବାଦ: ବଲିଉଡ ଫିଲ୍ମ ଜଗତରେ ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ପରିଚିତ ଅମୀର ଖାଁ ଆଜି 57 ବର୍ଷରେ ପାଦ ଥାପିଛନ୍ତି । ବଲିଉଡ ଫିଲ୍ମ ଜଗତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଅମୀର ଜଣେ ଖ୍ୟାତିନାମା ଅଭିନେତା ସହ ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକ ଓ ସ୍ୱଚ୍ଛାସେବୀ ଭାବେ ନିଜର ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

2021 ମସିହା ଜୁଲାଇ 3 ତାରିଖରେ ବଲିଉଡର ସୁପରଷ୍ଟାର ଅମିର ଖାନ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହ ଛାଡପତ୍ର ଘୋଷଣା କରି ପୁରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଥିଲେ । ବିବାହର ୧୫ ବର୍ଷ ପରେ ଅମିର ଖାନ ଏବଂ କିରଣ ରାଓ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ହଠାତ କେହି ବି ବୁଝିପାରିଲେ ନାହିଁ ଯେ ଏହି ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରେ ଏମିତି କ’ଣ ଘଟିଲା ଯେ, ଶେଷରେ ଦୁହେଁ ଏହିଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । କିରଣ ରାଓଙ୍କ ସହ ଛାଡପତ୍ର ଉପରେ ବର୍ତ୍ତମାନ ଅମିର ଖାନ ନୀରବତା ଭାଙ୍ଗିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଅମିର କିରଣ ରାଓଙ୍କ ସହ ଛାଡପତ୍ର ଠାରୁ ଆରମ୍ଭ କରି ସମ୍ପର୍କରେ ଥିବା ଭୁଲ୍‌ ଭଟା ପର୍ଯ୍ୟନ୍ତ ସବୁ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ ।

ଗତ ବର୍ଷ ଜୁଲାଇରେ, ଯେତେବେଳେ ଅମିର ଏବଂ କିରଣ ଛାଡପତ୍ର କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଅନେକ ପ୍ରକାରର କଳ୍ପନା ଜଳ୍ପନାର ଆରମ୍ଭ ହୋଇଥିଲା । ସେଠାରେ ଅନେକ ବିବାଦ ଦେଖାଦେଇଥିଲା, କିନ୍ତୁ ଅମିର ଏବଂ କିରଣ ଚୁପ୍ ରହିଥଲେ । କିନ୍ତୁ ବର୍ତ୍ତମାନ ଅମିର ଏହା ଉପରେ ମୁହଁ ଖୋଲିଛନ୍ତି ।

ଅମିର ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର

ଯେତେବେଳେ କିରଣ ରାଓଙ୍କୁ ଛାଡପତ୍ର ଦେବା ପାଇଁ ଅମିରଙ୍କୁ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ, 'ସେ ମୋତେ କହୁଥଲେ କି ଗୋଟିଏ ପରିବାର ଭାବରେ ଆମେ ଯେତେବେଳେ କିଛି ଡିସ୍କ କରୁଥାଉ, ମୁଁ ସେତେବେଳେ ଅନ୍ୟ କୌଣସି କଥାକୁ ନେଇ ହଜିଯାଇଥାଏ । ସେ କହିଥିଲେ ମୁଁ ଜଣେ ଭିନ୍ନ ପ୍ରକାରର ମଣିଷ । ତା’ପରେ ସେ ବହୁତ ଭଲପାଇବାର ସହିତ କହିଥିଲେ ଯେ ମୁଁ ତୁମକୁ ପରିବର୍ତ୍ତନ କରିବାକୁ ଚାହେଁ ନାହିଁ କାରଣ ଯଦି ତୁମେ ବଦଳିଯିବ ତେବେ ତୁମେ ସେହି ବ୍ୟକ୍ତି ହୋଇ ରହିବ ନାହିଁ ଯାହାକୁ ମୁଁ ଭଲ ପାଇଥିଲି । ମୁଁ ତୁମର ମନ ଏବଂ ବ୍ୟକ୍ତିତ୍ୱକୁ ଭଲ ପାଏ । ତେଣୁ ମୁଁ ଚାହିଁବି ନାହିଁ ଯେ ସେ କେବେ ବଦଳନ୍ତୁ।'

ଅମିର ଆହୁରି କହିଛନ୍ତି, 'କିନ୍ତୁ 7 ବର୍ଷ ପୂର୍ବେ କିରଣ ଯାହା କହିଥିଲି ସେ ବିଷୟରେ ଆଜି ମୁଁ ଭାବୁଛି, ତେବେ ମୁଁ କହିବି ଯେ ଗତ 6-7 ମାସ ମଧ୍ୟରେ ମୁଁ ନିଜ ଭିତରେ ଅନେକ ପରିବର୍ତ୍ତନ ଦେଖିଛି।'

ତେବେ ଛାଡପତ୍ରର କାରଣ କ’ଣ ?

ଯେତେବେଳେ ଅମିରଙ୍କୁ ପଚରାଗଲା ଯେ ଏହି କାରଣରୁ ତାଙ୍କ ଛାଡପତ୍ରର ହୋଇଛି କି, ସେ କହିଥିଲେ, 'କିରଣ ଜୀ ଏବଂ ମୁଁ ପରସ୍ପରକୁ ବହୁତ ଭଲପାଉ । ଆମର ପରସ୍ପର ପ୍ରତି ବହୁତ ସମ୍ମାନ ଏବଂ ସ୍ନେହ ଅଛି । ଏବଂ ମୁଁ ଭାବୁଛି ଲୋକମାନେ ଆମକୁ ବୁଝନ୍ତି ନାହିଁ । ଲୋକଙ୍କୁ ବୁଝାଇବା କଷ୍ଟକର । ଏହାର କାରଣ ହେଉଛି, ସାଧାରଣତଃ ଆମେ ବିବାହିତ ବ୍ୟକ୍ତିଙ୍କ ମଧ୍ୟରେ ଏହି ପ୍ରକାରର ବନ୍ଧନ ଦେଖୁନାହୁଁ, ଯେଉଁମାନେ ଅଲଗା ହୋଇଯାଆନ୍ତି ।'

ଅମିର ଆହୁରି ସ୍ପଷ୍ଟ କରିଛନ୍ତି ଯେ, ସେ ଏବଂ କିରଣ ରାଓଙ୍କ ଛାଡପତ୍ର ଅନ୍ୟ କୌଣସି ସମ୍ପର୍କ ହେତୁ ନୁହେଁ। କିରଣ ରାଓଙ୍କ ଛାଡପତ୍ର ପରେ ଏପରି ଅନେକ ଖବର ଆସିଥିଲା ​​ଯେଉଁଥିରେ କୁହାଯାଇଥିଲା ଯେ 'ଦଙ୍ଗଲ'ର ସହ-ତାରକା ଫାତିମା ସନା ଶେଖଙ୍କ କାରଣରୁ ଆମୀର କିରଣଙ୍କୁ ଛାଡପତ୍ର ଦେଇଛନ୍ତି । କିନ୍ତୁ କୌଣସି ସମ୍ପର୍କ ପାଇଁ ଛାଡପତ୍ର ଖବରକୁ ଅମିର ଅସ୍ୱୀକାର କରିଛନ୍ତି। ସେ କହିଥିଲେ, 'ନା, ସେପରି କିଛି ନୁହେଁ, ସେତେବେଳେ ବି କୌଣସି ସମ୍ପର୍କ ନଥିଲା ଏବଂ ବର୍ତ୍ତମାନ ମଧ୍ୟ ନାହିଁ ।

ଏହା ବି ପଢନ୍ତୁ: Celebrity Divorce: ଚର୍ଚ୍ଚାରେ ଥିଲା ବିବାହ, ଚକିତ କଲା ବିଚ୍ଛେଦ

ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ବଦଳିଲା ସମ୍ପର୍କ

ଅମିର ଖାନ କହିଛନ୍ତି କି, କିରଣ ରାଓଙ୍କ ସହ ତାଙ୍କ ସମ୍ପର୍କ ସ୍ୱାମୀ-ସ୍ତ୍ରୀ ଭାବରେ ବଦଳିଛି, ତଥାପି ଦୁହେଁ ପରସ୍ପର ପାଖରେ ଛିଡା ହୋଇଛନ୍ତି । ଏକାଠି କାମ କରିଛୁ । ଅମିର କହିଛନ୍ତି, 'କିରଣ ଜୀ ଏବଂ ମୋ ମଧ୍ୟରେ ଏହି ଆଲୋଚନା ଦୀର୍ଘ ଦିନ ଧରି ଚାଲିଆସୁଛି। ଆମେ ପରସ୍ପରକୁ ପରିବାରର ସଦସ୍ୟ ଭାବରେ ବିବେଚନା କରୁ । ସେ କିରଣ ଜୀ ହୁଅନ୍ତୁ, ତାଙ୍କ ପିତାମାତା, ତାଙ୍କ ଭାଇ, ଭଉଣୀ ଏବଂ ମୋ ପରିବାର ... ତେଣୁ କିରଣ ଜୀ ଏବଂ ମୁଁ ପରିବାର । ସ୍ୱାମୀ-ସ୍ତ୍ରୀ ଭାବରେ ଆମର ସମ୍ପର୍କ ବଦଳି ଯାଇଛି । ଏବଂ ଆମେ ବିବାହ ଭଳି ପବିତ୍ର ବନ୍ଧନକୁ ସମ୍ମାନ ଦେବାକୁ ଚାହୁଁଥିଲୁ । ଆମେ ପରସ୍ପରର ହାତ ଧରି ଆଗକୁ ବଢିବୁ । ଆମେ ଏକାଠି କାମ କରୁଛୁ । ଆମେ ପାନି ଫାଉଣ୍ଡେସନରେ ମଧ୍ୟ ସହଯୋଗ କରୁଛୁ । ସେ ସେହି ବିଲ୍ଡିଂ ରହୁଛନ୍ତି, ଯେଉଁ ବିଲ୍ଡିଂରେ ମୁଁ ରହୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.