ETV Bharat / sitara

5ମ ଭାରତ ଆଇକନ ଆୱାର୍ଡ ସମାରୋହ: ସାମିଲ ହେଲା ଟିଭିରୁ ବଲିଉଡ ଜଗତ

author img

By

Published : Mar 12, 2020, 5:27 PM IST

ଆୟୋଜିତ ହୋଇଯାଇଛି 5ମ ଭାରତ ଆଇକନ ଆୱାର୍ଡ ସମାରୋହ। ଯେଉଁଥିରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଲୋକଙ୍କୁ ଏହି ପୁରସ୍କାରରେ ପୁରସ୍କୃତ କରାଯାଇଛି।

5th india icon award
ଡିଜାଇନ ଫଟୋ

ମୁମ୍ବାଇ: ମୁମ୍ବାଇର ଜୁହୁରେ ଥିବା ଇସ୍କନ ଅଡିଟୋରିୟମରେ 5ମ ଆଇକନ ଆୱାର୍ଡ ଇଭେଣ୍ଟ ଆୟୋଜିତ ହୋଇଯାଇଛି। ଏହି ଇଭେଣ୍ଟରେ ଛୋଟ ପରଦାରୁ ନେଇ ବଡ ପରଦାର ଷ୍ଟାର୍ସ ସାମିଲ ହୋଇଥିଲେ। ଭାରତ ଆଇକନ ଆୱାର୍ଡ୍ସର ସିଏମଡି ଅଖିଲ ବଂସଲ ଇସ୍କନ ଅଡିଟୋରିୟମରେ 5ମ ସଂସ୍କରଣର ଆୟୋଜନ କରିଥିଲେ। ଯେଉଁଠାରେ ବଲିଉଡ ଓ ଟିଭି ବ୍ୟତୀତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଲୋକଙ୍କୁ ସମ୍ମାନିତ କରାଯାଇଛି। ଏହି ପୁରସ୍କାର ରୟାଲ ହେରିଟେଜ ଫାଉଣ୍ଡେଶନ ଦ୍ବାରା ଆୟୋଜିତ କରାଯାଇଛି।

ଏହି ପୁରସ୍କାର ପଛର କାରଣ ସ୍ବଚ୍ଛ ଭାରତ ଅଭିଯାନ ଓ ସେଭ ଦ ଗର୍ଲ ଚାଇଲ୍ଡକୁ ଫୋକସ କରିବା । ଅଭିନେତା ବିକାଶ ଗୁପ୍ତା, ଗୌରବ ଶର୍ମା, ଡିଜାଇନର ରୋହିତ ବର୍ମା, ନିର୍ଦ୍ଦେଶକ-ନିର୍ମାତା ଅନିଲ ଶର୍ମା, କେସି ବୋକାଡିୟା, ଧୀରଜ କୁମାର, ମେହୁଲ କୁମାର, ଫ୍ଲୋରା ସୋନୀ, ରିଧିମା ତିୱାରୀ, ଭୋଜପୁରୀ ଅଭିନେତ୍ରୀ ରାନୀ ଚାଟର୍ଜୀ, ପ୍ରଦୀପ ପାଣ୍ଡେ, ମଞ୍ଜୁ ଲେଢା, ବ୍ରାଇଟ ଆଉଟଡୋରର ଯୋଗେଶ ଲଖାନୀ, ଅଦା ଖାନ ଭଳି ଅନେକ ଲୋକଙ୍କୁ ସମାରୋହରେ ପୁରସ୍କୃତ କରାଯାଇଛି।

ଏହି ଆୱାର୍ଡ ନାଇଟକୁ ମିସ ଇଣ୍ଡିଆ ସିମରନ ଆହୁଜା ହୋଷ୍ଟ କରିଥିଲେ । ଭାରତ ଆଇକନ ଆୱାର୍ଡ କାର୍ଯ୍ୟକ୍ରମରେ ଷ୍ଟାର୍ସଙ୍କ ଭିଡ ଦେଖିବାକୁ ମିଳିଥିଲା । ବଲିଉଡ, ଟିଭି ଜଗତ, ସାମାଜିକ ଓ ବିଜନେସ ସହ ସମ୍ପୃକ୍ତ ଥିବା ଲୋକଙ୍କୁ ଏହି ପୁରସ୍କାର ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.