ETV Bharat / sitara

22 ବର୍ଷରେ ‘ହମ୍ ଦିଲ ଦେ ଚୁକେ ସନମ’

author img

By

Published : Jun 19, 2021, 7:43 AM IST

ସୁପରହିଟ୍ ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସନମ’ ରିଲିଜକୁ 22 ବର୍ଷ । ସୋସିଆଲ ମିଡିଆରେ ନିର୍ଦ୍ଦେଶକ ସଞ୍ଜୟଙ୍କୁ ଧନ୍ୟବାଦ ଜଣାଇବା ସହ ଫ୍ୟାନ୍ସଙ୍କୁ ପ୍ରେମ ବାଣ୍ଟିଲେ ଷ୍ଟାରକାଷ୍ଟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସନମ’ ରିଲିଜକୁ 22 ବର୍ଷ ପୂରଣ ହୋଇଛି । ଫିଲ୍ମ 1999 ଜୁନ 18ରେ ରିଲିଜ ହୋଇଥିଲା । ସୁପରଷ୍ଟାର ସଲମାନ ଖାନ, ଐଶ୍ଚର୍ଯ୍ୟ ରାୟ ବଚ୍ଚନ ଓ ଅଜୟ ଦେବଗନ ଫିଲ୍ମରେ ଦମଦାର ଅଭିନୟ କରିଥିଲେ । ସେହି ବର୍ଷ ରିଲିଜ ହୋଇଥିବା ସଫଳ ଫିଲ୍ମ ମଧ୍ୟରେ ଏହି ଫିଲ୍ମ ଅନ୍ୟତମ ଥିଲା । ସେପଟେ ଫିଲ୍ମ ରିଲିଜ ଅବସରରେ ଷ୍ଟାରକାଷ୍ଟ ସୋସିଆଲ ମିଡିଆରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଫିଲ୍ମର କିଛି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଐଶ । ଯେଉଁଥିରେ ତାଙ୍କ ସହ ନଜର ଆସୁଛନ୍ତି ସଞ୍ଜୟ । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘2ହମ୍ ଦିଲ ଦେ ଚୁକେ ସନମର 22 ବର୍ଷ । ମତେ ମନେ ଅଛି ପ୍ରେମ ଆଉ ସ୍ନେହ । ହେଲେ ମୋ ସ୍ନେହର ସଞ୍ଜୟ ସବୁବେଳେ ଶାନଦାର । ସବୁ ଜିନିଷ ପାଇଁ ଧନ୍ୟବାଦ । ଦୁନିଆର ସବୁ ଦର୍ଶକ, ପ୍ରେମ କରୁଥିବାର ପରିବାର, ଶୁଭଚିନ୍ତକଙ୍କୁ ମଧ୍ୟ ଧନ୍ୟବାଦ ।’

ଐଶଙ୍କ ବ୍ୟତୀତ ସଲମାନ ମଧ୍ୟ ସଞ୍ଜୟଙ୍କ ସହ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘22 ବର୍ଷ ହୋଇଗଲାଣି ଫିଲ୍ମ ହମ୍ ଦିଲ ଦେ ଚୁକେ ସନମକୁ ।’ ସେହିପରି ଏହି ପୋଷ୍ଟକୁ ସଲମାନ ସଞ୍ଜୟ ଓ ଅଜୟଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି ।

ଅଜୟ ଧ୍ୟ ସଞ୍ଜୟଙ୍କ ସହ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ହମ୍ ଦିଲ ଦେ ଚୁକେ ସନମକୁ 22 ବର୍ଷ । ସଞ୍ଜୟ, ସଲମାନ, ଐଶ ଓ ମତେ ଜଣାଥିଲା ଯେ ଆମେ ଏକ ସୁପର-ସେନ୍ସେଟିଭ ଫିଲ୍ମ ନିର୍ମାଣ କରୁଛୁ । ହେଲେ ଆମେ ଭାବିନଥିଲୁ ଏହା ଇତିହାସ ରଚିବ । ସମସ୍ତଙ୍କର ଋଣି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.