ETV Bharat / science-and-technology

Zoom New Features: ଆହୁରି ସରଳ ହେବ ଆଧୁନିକ କର୍ମଶୈଳୀ - ଜୁମ୍ ବାର୍ଷିକ ଇଭେଣ୍ଟ

ଆଧୁନିକ କର୍ମ ଅଭିଜ୍ଞତାକୁ ଆଉ ଟିକେ ସରଳୀକରଣ କରିବା ପାଇଁ ଏହିସବୁ ନୂଆ ଫିଚର୍ସ ଘୋଷଣା କଲା ଜୁମ୍(Zoom) । ଅଧିକ ପଢନ୍ତୁ

Zoom New Features: ଆହୁରି ସରଳୀକରଣ ହେବ ଆଧୁନିକ କର୍ମଶୈଳୀ

author img

By

Published : Nov 11, 2022, 11:03 AM IST

ସାନ ଫ୍ରାନ୍ସିସ୍କୋ: ଆଧୁନିକ କାର୍ଯ୍ୟକ୍ଷେତ୍ରରେ ଯୋଗାଯୋଗକୁ ଆଉ ଟିକେ ସରଳୀକରଣ କରିବା ସହ ବ୍ୟବହାରକାରୀଙ୍କୁ ସୁବିଧା ଯୋଗାଇ ଦେବାକୁ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ ଜୁମ୍ ନୂତନ ଫିଚର୍ସ ଘୋଷଣା କରିଛି(Zoom new features ) । ଏହି ଫିଚର୍ସ ମାଧ୍ୟମରେ ୟୁଜର୍ସଙ୍କ ପାଇଁ ଅନେକ ଗୁଡିଏ ସୁବିଧା ରହିଛି । କମ୍ପାନୀର ବାର୍ଷିକ ଇଭେଣ୍ଟ(Zoom annual event)ରେ ଚାରୋଟି ନୂତନ ଫିଚର୍ସ 'ମେଲ୍ ଆଣ୍ଡ୍ କ୍ୟାଲେଣ୍ଡର', 'ସ୍ପଟ୍ସ', 'ଭର୍ଚୁଆଲ୍ ଏଜେଣ୍ଟ' ଏବଂ 'IQ ଭର୍ଚୁଆଲ୍ କୋଚ୍'(Mail & Calendar', 'Spots', 'Virtual Agent' and 'IQ Virtual Coach) ଜୁମ୍ ପ୍ଲାଟଫର୍ମରେ ଉପସ୍ଥାନ ହୋଇଛି ।

'ମେଲ୍ ଏବଂ କ୍ୟାଲେଣ୍ଡର କ୍ଲାଏଣ୍ଟ' ଫିଚର୍ସ ସହିତ, ଉପଭୋକ୍ତାମାନେ ଜୁମ୍ ପ୍ଲାଟଫର୍ମରେ ଥାଇ ମଧ୍ୟ ସେମାନଙ୍କର ଇମେଲ୍ ଏବଂ କ୍ୟାଲେଣ୍ଡରକୁ ଏଣ୍ଟ୍ରି କରିପାରିବେ । କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଉଭୟ ସେବା ସିଧାସଳଖ ପ୍ଲାଟଫର୍ମରେ ସଞ୍ଜୁକ୍ତ ହେବ । ଯେଉଁମାନଙ୍କ ପାଖରେ ବିଶେଷ ଆଇଟି ସେବା ନାହିଁ କିନ୍ତୁ ଗୋପନୀୟତା ଏବଂ ନିରାପତ୍ତା ପାଇଁ ଆଗ୍ରହୀ ସେମାନଙ୍କ ପାଇଁ କମ୍ପାନୀ 'ମେଲ୍ ଏବଂ କ୍ୟାଲେଣ୍ଡର ସେବା' ମଧ୍ୟ ଲଞ୍ଚ କରିଛି । ମେଲ ଏବଂ କ୍ୟାଲେଣ୍ଡର ପାଇଁ ଗ୍ରାହକ ଏବଂ ସେବା ବିଟାରେ ଉପଲବ୍ଧ ହେବ ।

ସେହିପରି 'ସ୍ପଟ୍ସ' ହେଉଛି ଏକ 'ଭିଡିଓ-ସକ୍ଷମ ସ୍ଥାୟୀ ସ୍ଥାନ'(video-enabled persistent space) ପ୍ଲାଟଫର୍ମ ମଧ୍ୟରେ ନିର୍ମିତ ଏବଂ ଅନ୍ତର୍ଭୂକ୍ତ ବାର୍ତ୍ତାଳାପକୁ ସପୋର୍ଟ କରିବା ଏବଂ ଟିମ୍‌ର ସଦସ୍ୟମାନଙ୍କୁ ଯୋଗାଯୋଗରେ ରଖିବା ପାଇଁ ଆରମ୍ଭ ହେବାକୁ ଯାଉଛି । ଏହିସେବା 2023 ପ୍ରାରମ୍ଭରୁ ଉପଲବ୍ଧ ହେବ । 'ଭର୍ଚୁଆଲ୍ ଏଜେଣ୍ଟ', ଯାହା କର୍ମଚାରୀଙ୍କ ପ୍ରାକୃତିକ ଭାଷା(natural language)କୁ ବୁଝି ସେମାନଙ୍କ ସମସ୍ୟାକୁ ସରଳୀକରଣ କରିଥାଏ । ଏହା ମଧ୍ୟ 2023 ଆରମ୍ଭରେ ମଧ୍ୟ ଉପଲବ୍ଧ ହେବ ।

ଏହା ସହିତ, ଜୁମ୍ ପକ୍ଷରୁ ଦିଆଯାଇଥିବା ବିବରଣୀ ଅନୁଯାୟୀ, "IQ ଭର୍ଚୁଆଲ୍ କୋଚ୍ ବ୍ୟବସାୟ ପାଇଁ ଏକ IQ ଭଳି କାର୍ଯ୍ୟକରିବ । ପ୍ରଶାସନିକ-ସ୍ବୀକୃତ ସଂସ୍ଥାପିତ ଆପ୍‌ଗୁଡିକୁ ଇନଷ୍ଟଲ୍(Administrative-authorised installed apps) କରି, ଡେଭଲପର୍ମାନଙ୍କ ପାଇଁ ପ୍ଲାଟଫର୍ମ ସହିତ ଯୋଗାଯୋଗ କରୁଥିବା ଆପ୍ ଯୋଗାଇବା ଏବଂ ପରିଚାଳନା କରିବାକୁ ସହଜ ହେବ । କମ୍ପାନୀ କହିଛି ଯେ, ଜୁମ୍ ଆପ୍ ମାର୍କେଟପ୍ଲେସରେ ଡେଭଲପର୍‌ମାନେ ଶୀଘ୍ର ସେମାନଙ୍କ ଆପରୁ ଅର୍ଥ ରୋଜଗାର କରିବାକୁ ସକ୍ଷମ ହେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.