ETV Bharat / science-and-technology

ଫେବ୍ରୁଆରୀ ପହିଲାରୁ ସର୍ଟସ୍ କ୍ରିଏଟର୍‌ଙ୍କୁ ବିଜ୍ଞାପନ ରାଶି ଦେବ YouTube

ଆସନ୍ତା ଫେବ୍ରୁଆରୀ ପହିଲାରୁ ସର୍ଟସ୍ କ୍ରିଏଟ୍ସଙ୍କୁ(Shorts creators) ବିଜ୍ଞାପନ ବାବଦକୁ ଅର୍ଥ ରାଶି ପ୍ରଦାନ କରିବ ୟୁଟ୍ୟୁବ(YouTube to share ad money with Shorts creators from Feb 1) । ଅଧିକ ପଢନ୍ତୁ

YouTube
YouTube
author img

By

Published : Jan 10, 2023, 2:06 PM IST

ସାନ ଫ୍ରାନ୍ସିସ୍କୋ: ଏଣିକି ବିଜ୍ଞାପନ ପାଇଁ ଟଙ୍କା ପାଇବେ ୟୁଟ୍ୟୁବ୍ ସର୍ଟର୍ସ କ୍ରିଏଟ୍(Shorts creators)ସ । ଆସନ୍ତା ଫେବ୍ରୁଆରୀ ପହିଲାରୁ ସର୍ଟସ୍ କ୍ରିଏଟ୍ସଙ୍କୁ କମ୍ପାନୀ ଅର୍ଥରାଶି ପ୍ରଦାନ କରିବ ବୋଲି ଘୋଷଣା କରିଛି । ଟେକ୍ ଜଏଣ୍ଟ୍ ଗୁଗୁଲ୍ ଘୋଷଣା କରିଛି ଯେ, ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମ୍(YouTube Partner Program, YPP) ସର୍ତ୍ତାବଳୀକୁ 'ଶର୍ଟ ମୋନେଟାଇଜେସନ୍ ମଡ୍ୟୁଲ୍' ଭଳି ନୂତନ ମଡ୍ୟୁଲ୍ ଅନ୍ତର୍ଭୂକ୍ତ କରିବା ପାଇଁ ପୁନଃନିର୍ମାଣ କରିଛି, ଯାହାକି ନିର୍ମାତାମାନଙ୍କୁ ବିଜ୍ଞାପନରୁ ଆୟ କରିବା ପାଇଁ ଅନୁମତି ଦେବ(YouTube to share ad money with Shorts creators from Feb 1) ।

ନୂତନ ମଡ୍ୟୁଲ୍ କ୍ରିଏଟରଙ୍କୁ ସେମାନଙ୍କ କଣ୍ଟେଣ୍ଟରୁ ରୋଜଗାର କରିବାରେ ସହାୟତା ପ୍ରଦାନ କରିବ ବୋଲି ଟେକ୍ ଜଏଣ୍ଟ କହିଛି । କମ୍ପାନୀ ଆହୁରି ମଧ୍ୟ କହିଛି ଯେ, "ବେସ୍ ସର୍ତ୍ତାବଳୀ(Base Terms), ଯାହା ପ୍ଲାଟଫର୍ମରେ ମୋନେଟାଇଜ୍ କରିବାକୁ ଚାହୁଁଥିବା ସମସ୍ତ କ୍ରିଏଟର୍ସଙ୍କ ପାଇଁ ମୂଳ ଚୁକ୍ତିନାମାକୁ ସ୍ବାକ୍ଷର କରିବା ପରେ, କ୍ରିଏଟର୍‌ମାନେ ରୋଜଗାରର ସୁଯୋଗ ପାଇବା ପାଇଁ ଚୁକ୍ତିନାମା ମଡ୍ୟୁଲଗୁଡିକୁ ବାଛି ପାରିବେ ।" ନୂତନ ମଡ୍ୟୁଲଗୁଡ଼ିକରେ 'ୱାଚ୍ ପେଜ୍ ମୋନେଟାଇଜେସନ୍ ମଡ୍ୟୁଲ୍', 'ସର୍ଟସ୍ ମୋନେଟାଇଜେସନ୍ ମଡ୍ୟୁଲ୍' ଏବଂ 'କମନ୍ ପ୍ରଡକ୍ଟ ଆଡେନଡମ୍' ଅନ୍ତର୍ଭୁକ୍ତ ଅଛି ।

ଉପଭୋକ୍ତାମାନେ ୱାଚ୍ ପେଜରେ ଦେଖାଯାଇଥିବା ଲମ୍ବା ଫର୍ମ କିମ୍ବା ଲାଇଭ୍ ଷ୍ଟ୍ରିମିଂ ଭିଡିଓରେ ବିଜ୍ଞାପନ ଏବଂ ୟୁଟ୍ୟୁବ୍ ପ୍ରିମିୟମ୍ ରାଜସ୍ୱ ପାଇବା ପାଇଁ ୱାଚ୍ ପେଜ୍ ମୋନେଟାଇଜେସନ୍ ମଡ୍ୟୁଲ୍ ଗ୍ରହଣ କରିବାର ଆବଶ୍ୟକତା ରହିଛି । କମ୍ପାନୀ କହିଛି ଯେ, ସର୍ଟସ୍ ଫିଡ୍‌ରେ(Shorts Feed) ଭିଡିଓ ମଧ୍ୟରେ ଦେଖାଯାଇଥିବା ବିଜ୍ଞାପନରୁ ରାଜସ୍ୱ ସେୟାର୍‌(Revenue Share ) କରିବାକୁ ଚ୍ୟାନେଲକୁ ଅନୁମତି ମିଳିବ । ଯଦି ଉପଭୋକ୍ତାମାନେ ପୂର୍ବରୁ 'କମନ୍ ପ୍ରଡକ୍ଟ ଆଡେନଡମ୍' ଗ୍ରହଣ କରିଛନ୍ତି, ତେବେ ସେମାନଙ୍କୁ ପୁନର୍ବାର ଏହାର ସର୍ତ୍ତାବଳୀ ଗ୍ରହଣ କରିବାକୁ ପଡିବ ନାହିଁ । ସମସ୍ତ ଉପଭୋକ୍ତାମାନେ ନୂତନ YPP ସର୍ତ୍ତାବଳୀ ସମୀକ୍ଷା ଏବଂ ବୁଝିବା ଆବଶ୍ୟକ, ଯେହେତୁ YPP ରେ ଯୋଗଦେବା କିମ୍ବା ରହିବାକୁ ମୂଳ ସର୍ତ୍ତାବଳୀ ଗ୍ରହଣ କରିବା ଆବଶ୍ୟକ ।

ଗୁଗୁଲ୍ କହିଛି ଯେ, ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମରେ ରହିବାକୁ ଏବଂ ୟୁଟ୍ୟୁବରେ ମୋନେଟାଇଜିଂ ଜାରି ରଖିବାକୁ, ସମସ୍ତ ମୋନେଟାଇଜିଂ ପାର୍ଟନରଙ୍କୁ ଜୁଲାଇ 10, 2023 ପର୍ଯ୍ୟନ୍ତ ନୂତନ ସର୍ତ୍ତାବଳୀ ସମୀକ୍ଷା ଏବଂ ଗ୍ରହଣ କରିବାକୁ ପଡିବ । ଯଦି ଉପଭୋକ୍ତାମାନେ ସେହି ତାରିଖ ସୁଦ୍ଧା ଆଧାର ସର୍ତ୍ତାବଳୀ ଗ୍ରହଣ ନକରନ୍ତି, ତେବେ ସେମାନଙ୍କ ଚ୍ୟାନେଲକୁ YPP ରୁ ହଟାଇ ଦିଆଯିବ ଏବଂ ସେମାନଙ୍କର ମୋନେଟାଇଜେସନ୍ ଚୁକ୍ତି ବନ୍ଦ ହୋଇଯିବ ବୋଲି କମ୍ପାନୀ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.