ETV Bharat / science-and-technology

Ukraine Crisis: ଋଷର ସମସ୍ତ ମିଡ଼ିଆ ସଂସ୍ଥାକୁ ବ୍ଲକ କଲା YouTube

TechCrunchର ରିପୋର୍ଟ ଅନୁସାରେ ୟୁଟ୍ୟୁବ ଏବେ ବିଶ୍ବସ୍ତରରେ ଋଷର ସମସ୍ତ ମିଡ଼ିଆ ଆଉଟଲେଟକୁ ବ୍ଲକ କରିଛି ବୋଲି ଜଣାପଡିଛି । ଅଧିକ ପଢନ୍ତୁ

author img

By

Published : Mar 13, 2022, 1:10 PM IST

Ukraine Crisis: ଋଷର ସମସ୍ତ ମିଡ଼ିଆ ସଂସ୍ଥାକୁ ବ୍ଲକ କଲା YouTube
Ukraine Crisis: ଋଷର ସମସ୍ତ ମିଡ଼ିଆ ସଂସ୍ଥାକୁ ବ୍ଲକ କଲା YouTube

ମସ୍କୋ: ଗୁଗଲ୍‌ ମାଲିକାନା ଷ୍ଟିମିଂ ପ୍ଲାଟଫର୍ମ YouTube ବିଶ୍ବସ୍ତରରେ ଋଷର ସମସ୍ତ ଗଣମାଧ୍ୟମ ସଂସ୍ଥା ଉପରେ କଟକଣା ଲଗାଇଛି । ପୂର୍ବରୁ ଏହା Russia Today (RT) ଓ Sputnik ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଫଳରେ ଏହି ନିର୍ଦ୍ଦିଷ୍ଟ ସଂସ୍ଥା ନିଜର କୌଣସି କଣ୍ଟେଣ୍ଟ ଲୋକଙ୍କ ସହିତ ସେୟାର କରିପାରିବେ ନାହିଁ । ଗତ ସପ୍ତାହରୁ ଏହା ୟୁରୋପିଆନ ୟୁନିଅନରେ ଲାଗୁ କରାଯାଇଛି ।

ଋଷ ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ କରିଆସୁଥିବାରୁ ଆନ୍ତର୍ଜାତିକ ସଂସ୍ଥାଠୁ ଆରମ୍ଭ କରି ଅନେକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏହା ଉପରେ କଟକଣା ଲଗାଇ ଆସୁଛନ୍ତି । ଋଷକୁ ଅନେକ ସେବାରୁ ବଞ୍ଚିତ କରାଯାଉଛି । ଗତ ସପ୍ତାହରେ Apple ଋଷର RT ଓ Sputnik ଆପ୍‌କୁ ନିଜ ଗ୍ଲୋବାଲ ଆପ୍‌ ଷ୍ଟୋରରୁ ହଟାଇଥିଲା । ଏହା କରିବା ଲାଗି ଆପଲ୍‌କୁ ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀ Mykhailo Fedorov ଅନୁରୋଧ କରିଥିଲେ ।

ଏହି କଟକଣା ଲାଗୁ ହେବା ପରେ ଏହି ସଂସ୍ଥାଗୁଡ଼ିକ ୟୁଟ୍ୟୁବର ବ୍ୟବହାର କରିପାରିବେ ନାହିଁ କି କୌଣସି ପ୍ରସଙ୍ଗ ବା ବିଷୟବସ୍ତୁକୁ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେୟାର କରିପାରିବେ ନାହିଁ । ଏହି କଟକଣା ଲାଗୁ ହେବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ କିଛି ସଂସ୍ଥାରେ ଏହାର ପ୍ରଭାବ ପଡ଼ିବାକୁ ଆଉ କିଛି ସମୟ ଲାଗିପାରେ ବୋଲି ମଧ୍ୟ ୟୁଟ୍ୟୁବ ପକ୍ଷରୁ ଟ୍ବିଟ କରି କୁହାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.