ହାଇଦ୍ରାବାଦ: ଚାଇନା ସ୍ମାର୍ଟଫୋନ ବ୍ରାଣ୍ଡ ରେଡମୀ ଭାରତରେ ରେଡମୀ ନୋଟ 13 ସିରିଜ ଲଞ୍ଚ କରିଛି। ଏହି ଫୋନକୁ ଫ୍ଲିପକାର୍ଡ ମାଧ୍ୟମରେ କିଣିପାରିବେ ୟୁଜର୍ସ। ଏହି ସିରିଜରେ କମ୍ପାନୀ 3 ଟି ସ୍ମାର୍ଟଫୋନ ଲଞ୍ଚ କରିଛି। ଆଜି Redmi Note 13, Redmi Note 13 Pro ଏବଂ Redmi Note 13 Pro Plus ଲଞ୍ଚ ହୋଇଛି। ଟପ ମଡେଲରେ କମ୍ପାନୀ 200 ଏମପିର ପ୍ରାଇମେରୀ କ୍ୟାମେରା ରହିଛି। ଏହି ସେଟକୁ ଆଣ୍ଡ୍ରୋଏଡ 13 ସହିତ ଲଞ୍ଚ କରାଯାଇଛି। ଏହି ସ୍ମାର୍ଟଫୋନର ସେଲ ଆସନ୍ତା 10 ତାରିଖରୁ ଆରମ୍ଭ ହେବ।
ରେଡମୀ ସିରିଜର ଦାମ୍: ରେଡମୀ ନୋଟ 13 5ଜିକୁ 3 ଷ୍ଟୋରେଜ ଭାରିଆଣ୍ଟରେ ଲଞ୍ଚ କରାଯାଇଛି। 6/128GB(16 ହଜାର 999), 8/2568GB(18ହଜାର 999) ଏବଂ 12/256GB(20 ହଜାର 999)। ଷ୍ଟୋରେଜ ଅନୁସାରେ ଫୋନର ଦାମ୍ ମଧ୍ୟ ଅଲଗା ଅଲଗା ରହିଛି। ବେସ ମଡେଲ ସହିତ କମ୍ପାନୀ 1000 ଟଙ୍କାର ବ୍ୟାଙ୍କ ଡିସକାଉଣ୍ଟ ଏବଂ ଏକ୍ସଚେଞ୍ଜ ଡିସକାଉଣ୍ଟ ପ୍ରଦାନ କରୁଛି।
ଅନ୍ୟପଟେ ରେଡମୀ ନୋଟ 13 ପ୍ରୋ 5ଜିକୁ ମଧ୍ୟ କମ୍ପାନୀ 3ଚି ଷ୍ଚୋରେଜରେ ବିଭକ୍ତ କରିଛି। ସିରିଏଲ ଷ୍ଟୋରେଜ ଅନୁସାରେ 23 ହଜାର 999, 25 ହଜାର 999 ଏବଂ 27 ହଜାର 999 ଟଙ୍କା ରହିଛି। ସେହି ଭଳି ଭାବେ ରେଡମୀ ନୋଟ 13 ପ୍ରୋ ପ୍ଲସ 5ଜିର ଦାମ୍ 29 ହଜାର 999, 31 ହଜାର 999 ଏବଂ 33 ହଜାର 999 ଟଙ୍କା ରହିଛି। ପ୍ରୋ ପ୍ଲସ ମୋବାଇଲର ସେଲ 10 ଜାନୁଆରୀରୁ ଆରମ୍ଭ ହେବ। ଏହି ଫୋନ ଉପରେ 2000 ଟଙ୍କାର ଏକ୍ସଚେଞ୍ଜ ଏବଂ ବ୍ୟାଙ୍କ ଡିସକାଉଣ୍ଟ ମଧ୍ୟ ରହିଛି।
ଏହା ମଧ୍ୟ ପଢନ୍ତୁ: ରେଡମୀର ଲାଟେଷ୍ଟ ମଡେଲ ଲଞ୍ଚ, କମ୍ ଦାମରେ ରହିଛି ଦମଦାର ଫିଚର
ରେଡମୀ ସିରିଜର ସ୍ପେସ: ରେଡମୀ ନୋଟ 13 ସିରିଜର ସମସ୍ତ ସ୍ମାର୍ଟଫୋନ 6.67 ଇଞ୍ଚର ଏମ୍ଲୋଏଡ ଡିସପ୍ଲ ସହିତ 120hzର ରିଫ୍ରେସ ରେଟ ରହିଛି। ବେସ ମଡେଲରେ ମିଡିଆ ଟେକ ଡାଇମେନସିଟି 6080 ପ୍ରୋସେସର Mali-G57 MC2 GPU ରହିଥାଏ। ପ୍ରୋ ସିରିଜରେ କମ୍ପାନୀ ସ୍ନାପଡ୍ରାଗନ 7ଜେନ 2 ଏସଓସିର ସପୋର୍ଟ ପ୍ରଦାନ କରିଛି। ଏହାର ମିଡିଆ ଟେକ ଡାଇମେନସିଟି 7200 ଅଲ୍ଟ୍ରା ପ୍ରୋସେସର ରହିଛି।
ଫଟୋଗ୍ରାଫି ପାଇଁ ବେସ ମଡେଲରେ 108+2=2MPର ଟ୍ରିପଲ କ୍ୟାମେରା ସେଟଅପ ମିଳିବ। ସେହିପରି ପ୍ରୋ ଏବଂ ପ୍ଲସ ମଡେଲରେ 200+8+2MPର କ୍ୟାମେରା ସେଟଅପ ରହିଛି। 3ଟି ଫୋନରେ 16ଏମପିର କ୍ୟାମେରା ଦେଇଛି କମ୍ପାନୀ। Redmi Note 13 5Gରେ 5 ହଜାର ଏମଏଏଚର ବ୍ୟାଟେରୀ, ପ୍ରୋ ମଡେଲରେ 5100 ଏମଏଏଚ ଏବଂ ପ୍ରୋ ପ୍ଲସ ମଡେଲରେ 5000 ଏମଏଚର ବ୍ୟାଟେରୀ ରହିଛି। Redmi Note 13 Pro Plusରେ 120 ଓ୍ବାଟର ଫାଷ୍ଟ ଚାର୍ଜର ମିଳିବ। ଫଳରେ 19 ମିନିଟରେ 100ପ୍ରତିଶତ ଚାର୍ଜ ହେବ ଫୋନ। ଟପ୍ ମୋଡେଲରେ IP68ର ରେଟିଂ ମଧ୍ୟ ଦିଆଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ