ETV Bharat / science-and-technology

ମସ୍କଙ୍କ ନୂଆ ଘୋଷଣା, ଏଣିକି ପ୍ରତ୍ୟେକ X ୟୁଜର୍ସଙ୍କୁ ଦେବାକୁ ହେବ ଏତିକି ଟଙ୍କା

ସକାଳୁ ସକାଳୁ ଏଲନ ମସ୍କଙ୍କ ନୂଆ ଘୋଷଣା। ଏଣିକି ବର୍ଷକୁ ୟୁଜର୍ସଙ୍କୁ ଦେବାକୁ ହେବ ଟଙ୍କା। ନଚେତ ଚାଲିବନି ଆକାଉଣ୍ଟ। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 18, 2023, 10:24 AM IST

Updated : Oct 18, 2023, 10:30 AM IST

x users will have to pay 1 dollar
x users will have to pay 1 dollar

ହାଇଦ୍ରାବାଦ: ଆପଣ ମଧ୍ୟ ଏକ୍ସର ବ୍ୟବହାର କରୁଛନ୍ତି କି? ଏଣିକି ଦେୟ ନଦେଲେ ଖୋଲିବନି ଆକାଉଣ୍ଟ । ବ୍ଯବହାରକାରୀ ବା ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଟଙ୍କା। ଏକ୍ସ ୟୁଜର୍ସଙ୍କୁ ବାର୍ଷିକ 1 ଡଲାରର ସବସ୍କ୍ରିପସନ୍ ରାଶି ଦେବାକୁ ପଡ଼ିବ। ଏନେଇ ଘୋଷଣା କରିଲେ ଆରବପତି ଏଲନ୍‌ ମସ୍କ । ତେବେ ଯେଉଁମାନେ ବାର୍ଷିକ ଦେୟ ପ୍ରଦାନ କରିବେ ନାହିଁ ସେମାନେ ଏଣିକି ଏକ୍ସର ବ୍ୟବହାର କରିପାରିବେ ନାହିଁ । ତେବେ ଏନେଇ ସାଧାରଣ ୟୁଜର୍ସମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏଲନ ମସ୍କ ଏହା ୟୁଜର୍ସଙ୍କ ଏବଂ ପ୍ଲାଟଫର୍ମ ପାଇଁ ଲାଭଦାୟୀ ବୋଲି କହିଛନ୍ତି । ଏହା ଦ୍ବାରା ନକଲି ୟୁଜର୍ସଙ୍କ ସଂଖ୍ୟା କମ ହୋଇପାରିବ ବୋଲି କହିଛନ୍ତି ମସ୍କ ।

ଆରମ୍ଭ ହେଲା Not A Botର ଟେଷ୍ଟିଂ: ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କ Xରେ ନଟ୍ ଏ ବଟ୍ ଫିଚର ଉପରେ ଟେଷ୍ଟିଂ ଆରମ୍ଭ କରିଛନ୍ତି । ଏହାର ଟେଷ୍ଟିଂ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଏବଂ ଫିଲିପାଇନ୍ସରେ ଆରମ୍ଭ ହୋଇଛି । ସେଠାରେ ବିନା ଦେୟରେ ୟୁଜର୍ସ ଏକ୍ସର ବ୍ୟବହାର କରିପାରିବେ ନାହିଁ । ଏହି ଫି' ବିନା ୟୁଜର୍ସ Xରେ ପୋଷ୍ଟ, ଲାଇକ୍, କମେଣ୍ଟ ଏବଂ ବୁକମାର୍କ କରିବାକୁ ସମର୍ଥ ହେବେ ନାହିଁ ।

ବ୍ଲଗ୍ ପୋଷ୍ଟ ଅନୁଯାୟୀ, ଏହା Xରେ ବଟ୍ ଏବଂ ସ୍ପାମକୁ ରୋକି ପାରିବ । ଏହି ଫି' ଲାଗୁ ହେବା ଦ୍ବାରା ପ୍ଲାଟଫର୍ମ ମଧ୍ୟ ସୁରକ୍ଷିତ ରହିବ ବୋଲି କହିଛନ୍ତି ମସ୍କ୍‌ । ତେବେ ଏହି ଟେଷ୍ଟ ଦ୍ବାରା ବର୍ତ୍ତମାନ ସୁଦ୍ଧା ୟୁଜର୍ସ ପ୍ରଭାବିତ ହୋଇନଥିବା ରିପୋର୍ଟରେ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: ପ୍ରତିମାସରେ ଏକ୍ସ ୟୁଜର୍ସଙ୍କଠାରୁ ସର୍ବନିମ୍ନ ରାଶି ଆଦାୟ କରାଯିବ, କମିବ ଫେକ୍ ଆକାଉଣ୍ଟ: ମସ୍କ

ଗତବର୍ଷ ଏକ୍ସକୁ କିଣିଥିଲେ ଏଲନ ମସ୍କ । ସେବେଠାରୁ ମସ୍କ୍‌ 13 ବିଲିୟନ ଡ଼ଲାର ଋଣରେ ଥିବା X ପ୍ଲାଟଫର୍ମକୁ ପୁନର୍ଜୀବିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ଏଲନ୍‌ ମସ୍କ । ଅଧିଗ୍ରହଣ ପରଠାରୁ ଏଲୋନ୍ ମସ୍କଙ୍କୁ X ପାଇଁ ବାର୍ଷିକ ପ୍ରାୟ 1.2 ବିଲିୟନ ସୁଧ ଦେବାକୁ ପଡୁଥିବା ନେଇ ଏକ ମିଡିଆ ରିପୋର୍ଟରେ ଦର୍ଶାଯାଇଛି ।

ଏଭଳି ପରିସ୍ଥିତିରେ ପ୍ଲାଟଫର୍ମର ନୂଆ ଆୟ ଉତ୍ସ ଖୋଜିବା ପାଇଁ Xରେ ପ୍ରିମିୟମ୍ ସେବା ଆରମ୍ଭ ହୋଇଥିଲା । ଯେଉଁଥି ପାଇଁ ଉପଭୋକ୍ତାମାନଙ୍କୁ ମାସକୁ 7.99 ଡଲାର୍ ଦେବାକୁ ପଡ଼ିବ । ଏଭଳି ପରିସ୍ଥିତିରେ Xରେ ନୋଟ୍‌ ଏ ବଟ୍ ଫିଚର ଲାଗୁ କରିବା ଦ୍ବାରା ରେଭେନ୍ୟୁ ବଢ଼ିବ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 18, 2023, 10:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.