ETV Bharat / science-and-technology

WhatsApp New Features: ଏଣିକି ଷ୍ଟାଟସ୍‌ରେ ଅପଲୋଡ୍ କରିପାରିବେ ଭଏସ୍ ନୋଟ୍‌ - ହ୍ବାଟସ୍ଆପ୍‌ ଷ୍ଟାଟସ୍‌ରେ ଅପଲୋଡ୍ କରିହେବେ ଭଏସ୍ ରେକର୍ଡ

ଆଉ ଏକ ଆକର୍ଷଣୀୟ ଫିଚର୍ସ ଆଣିବାକୁ ଯାଉଛି ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟସ୍ଆପ୍‌ । ଏହି ଫିଚର୍ସ ଆସିଲେ ଏଣିକି ଷ୍ଟାଟସ୍‌ରେ ବି ଭଏସ୍ ନୋଟ୍‌ ପୋଷ୍ଟ କରିପାରିବେ । ଅଧିକ ପଢନ୍ତୁ

WhatsApp New Features coming soon
WhatsApp New Features coming soon
author img

By

Published : Mar 15, 2023, 4:20 PM IST

ସାନ୍ ଫ୍ରାନ୍ସିସ୍କୋ: ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟସ୍ଆପ୍‌ରେ ଆସିବାକୁ ଯାଉଛି ଆଉ ଏକ ନୂଆ ଫିଚର୍ସ । ବ୍ୟବହାରକାରୀଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି କମ୍ପାନୀ ସର୍ବଦା ନୂଆନୂଆ ଫିଚର୍ସ ଅପଡେଟ୍ କରିଥାଏ । ଏଥର ମଧ୍ୟ କିଛି ନୂଆ ଓ ଆକର୍ଷଣୀୟ ଫିଚର୍ସ ଆଣିବାକୁ ଯାଉଛି କମ୍ପାନୀ । ଖବର ଅନୁସାରେ ଏଣିକି ହ୍ବାଟସ୍ଆପ୍ ଷ୍ଟାଟସ୍‌ରେ ଭଏସ୍ ରେକର୍ଡ ଅପଲୋଡ୍ କରିବାର ସୁବିଧା ଆସୁଛି । ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍ଆପ୍ 'ଭଏସ୍ ଷ୍ଟାଟସ୍ ଅପଡେଟ୍' ଫିଚର୍ସ ଆଣିବାକୁ ଯାଉଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ନୂତନ ଫିଚର୍ସ ଆସିବା ପରେ ବ୍ୟବହାରକାରୀମାନେ ଏକ ଭଏସ୍ ନୋଟ୍ ରେକର୍ଡ କରିପାରିବେ ଏବଂ ଏହାକୁ ଷ୍ଟାଟସ୍ ମାଧ୍ୟମରେ ସେୟାର୍‌ କରିପାରିବେ ବୋଲି ୱାବେଟାଲ୍‌ଇନଫୋ ରିପୋର୍ଟ କରିଛି । ଏକ ଭଏସ୍ ଷ୍ଟାଟସ୍ ରେକର୍ଡ କରିବାକୁ ହେଲେ ଷ୍ଟାଟସ୍ ଟ୍ୟାବ୍କୁ ନେଭିଗେଟ୍ କରିବାକୁ ପଡିବ, ଏହାପରେ ପେନ୍ସିଲ୍ ଆଇକନ୍ ଉପରେ ଟ୍ୟାପ୍ କରି ମାଇକ୍ରୋଫୋନ୍ ଆଇକନ୍ ଦବାଇ ରଖି ଭଏସ୍ ରେକର୍ଡ କରିପାରିବେ ଏବଂ ଏହାକୁ ଷ୍ଟାଟସ୍‌ରେ ସେୟାର୍ କରିପାରିବେ । ଆଇଓଏସ(IOS)ରେ ଏହି ସୁବିଧା ଉପଲବ୍ଧ ହେବ ।

ଏହା ମଧ୍ୟ ପଢନ୍ତୁ:- WhatsApp New Features: ଏଣିକି ସେଣ୍ଡ୍ କରିସାରିଥିବା ମେସେଜ୍‌କୁ ବି ଏଡିଟ୍ କରିହେବ

ରିପୋର୍ଟ ଅନୁସାରେ, ଭଏସ୍ ନୋଟ୍ ପାଇଁ ସର୍ବାଧିକ ରେକର୍ଡିଂ ସମୟ ହେଉଛି 30 ସେକେଣ୍ଡ । ଏହି ଫିଚର୍ସରେ ଆହୁରି ମଧ୍ୟ ଏକ ସୁବିଧା ରହିଛି । ଏହି ନୂତନ ଫିଚର୍ସ ଆସିବା ପରେ ବ୍ୟବହାରକାରୀମାନେ ସେମାନଙ୍କ ଚାଟରୁ ଭଏସ୍ ରେକର୍ଡ କରି ଷ୍ଟାଟସ୍‌ରେ ଅପଲୋଡ୍ କରିପାରିବେ । ଏହିପରି ଅପ୍ସନ୍ ମଧ୍ୟ ରହିବ । କମ୍ପାନୀ ଏପର୍ଯ୍ୟନ୍ତ 'ପିକ୍ଚର୍-ଇନ୍-ପିକ୍ଚର୍' ଫିଚର୍ସ ରିଲିଜ୍ କରିନାହିଁ, ଏହି ଫିଚର୍ସ ଆସିଲେ ହ୍ବାଟ୍ସଆପ୍ କଲ୍ ସମୟରେ ମଧ୍ୟ ଭିଡିଓ ବନ୍ଦ ନହୋଇ ମଲ୍ଟିଟାଷ୍କିଂ କରାଯାଇ ପାରିବ । ଅଫିସିଆଲ୍ ଚେଞ୍ଜଲଗ୍ ଅନୁଯାୟୀ, କିଛି ଉପଭୋକ୍ତା ଆସନ୍ତା ସପ୍ତାହରେ ଏହି ଫିଚର୍ସ ପାଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ:- ଟ୍ବିଟର ପରେ ମେଟା ଆଣିଲା ନିୟମ, ବ୍ଲୁ ଟିକ୍ ପାଇଁ ଦେବାକୁ ପଡିବ ଟଙ୍କା

କହି ରଖୁଛୁ ଯେ, ଚଳିତ ବର୍ଷ ଜାନୁଆରୀରେ ମେସେଜିଂ ପ୍ଲାଟଫର୍ମ ଆଇଓଏସ୍ ବିଟାରେ 'ଭଏସ୍ ଷ୍ଟାଟସ୍ ଅପଡେଟ୍' ଫିଚର୍ସ ସୁବିଧା ଆସିପାରେ ବୋଲି ଘୋଷଣା ହୋଇଥିଲା । ଏହି ଫିଚର୍ସରେ ମଧ୍ୟ ଫଟୋ ଓ ଭିଡିଓ ପରି ଷ୍ଟାଟସ୍‌ରେ ଯେପରି 24 ଘଣ୍ଟା ପରେ ସ୍ବତପ୍ରୋତଃ ଭାବେ ଡିଲିଟ୍ ହୋଇଯାଏ, ସେହିପରି ଭଏସ୍ ନୋଟ୍‌ ମଧ୍ୟ ଡିଲିଟ୍ ହୋଇଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.