ETV Bharat / science-and-technology

ଆବଶ୍ୟକ ହେବନି କଣ୍ଟାକ୍ଟ ନମ୍ବର, ୟୁଜର ନେମରେ ଆକ୍ସେସ ହେବ ହ୍ବାଟ୍ସଆପ୍‌ - ହ୍ବାଟ୍ସଆପ ୟୁଜର ନେମ୍

WhatsApp user name: ଏଣିକି ନମ୍ବର ସେୟାରିଂ ନେଇ ରହିବନି ଚିନ୍ତା । ୟୁଜର ନେମରେ ଆକ୍ସେସ ହେବ ହ୍ବାଟ୍ସଆପ୍‌ । ଅଧିକ ପଢନ୍ତୁ

WhatsApp user name
WhatsApp user name
author img

By ETV Bharat Odisha Team

Published : Dec 28, 2023, 6:38 PM IST

ହାଇଦ୍ରାବାଦ: ଏଣକି ବିନା ନମ୍ବର ନେଣଦେଣରେ ହ୍ବାଟ୍ସଆପରେ ଚାଟ କରିପାରିବେ ୟୁଜର୍ସ। କମ୍ପାନୀ ୟୁଜର ନେମ୍ ଫିଚର ଉପରେ କାର୍ଯ୍ୟ ଜାରି ରଖିଥିବା ବେଳେ ଏହା ବିଟା ୟୁଜର୍ସଙ୍କ ପାଇଁ ମଧ୍ୟ ରୋଲଆଉଟ କରାଯାଇଛି। ଏହି ଫିଚର ଦ୍ବାରା ଅନ୍ୟ ୟୁଜର୍ସ ସହ ଚାଟ୍ କରିବା ପାଇଁ ଆଉ ମୋବାଇଲ ନମ୍ବରର ଆବଶ୍ୟକତା ପଡିବ ନାହିଁ। କେବଳ ୟୁଜର ନେମ ସାହାଯ୍ୟରେ ଚାଟ କରିବା ସମ୍ଭବ ହେବ। ଚାଟ୍ କରିବା ସମୟରେ ମଧ୍ୟ ଅନ୍ୟଜଣଙ୍କୁ ମୋବାଇଲ ନମ୍ବର ଦେଖାଯିବ ନାହିଁ। ତେବେ ଏହି ଫିଚର ବର୍ତ୍ତମାନ ଓ୍ବେବ ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ ହୋଇଛି। ତେବେ ପୂର୍ବରୁ ଆଣ୍ଡ୍ରୋଏଡ ବିଟା ୟୁଜର୍ସଙ୍କ ପାଇଁ ମଧ୍ୟ ରୋଲଆଉଟ କରାଯାଇଥିଲା।

ଏନେଇ ହ୍ବାଟ୍ସଆପ ଡେଭଲପମେଣ୍ଟ ଉପରେ ନଜର ରଖୁଥିବା ଓ୍ବେବସାଇଟ Wabetainfo ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏକ ଫଟୋ ସେୟାର କରାଯାଇ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ଓ୍ବେବ ୟୁଜରଙ୍କ ପାଇଁ କମ୍ପାନୀ ୟୁଜରନେମ ବ୍ୟତୀତ ଷ୍ଟାଟସ ଅପଲୋଡ ଏବଂ ଡାର୍କ ଇଣ୍ଟରଫେସ ଉପରେ କାର୍ଯ୍ୟ ଜାରି ରଖିଛି। ତେବେ ଖୁବଶୀଘ୍ର ଓ୍ବେବ ୟୁଜର୍ସ ବିନା ମୋବାଇଲ ନମ୍ବରରେ ଲାପଟପ କିମ୍ବା ଡେକ୍ସଟପରେ ସିଧାସଳଖ ଷ୍ଟାଟସ ଅପଡେଟ ସେୟାର କରିପାରିବେ। ୟୁଜର ଏହି ଫିଚରକୁ ହ୍ବାଟ୍ସଆପ୍‌ ସେଟିଂ ମେନ୍ୟୁ ଜରିଆରେ ଆକ୍ସେସ୍‌ କରିପାରିବେ । ପ୍ରୋଫାଇଲ ସେକ୍ସନ୍‌ରେ ଆକ୍ସେସ୍‌ କରିପାରିବେ ୟୁଜର୍ସ । ଏହା ଦ୍ବାରା ଏଣ୍ଡ୍‌ ଟୁ ଏଣ୍ଡ୍‌ ଏନସ୍କ୍ରିପସନରେ ସୁରକ୍ଷିତ ରହିବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: WhatsApp user name: କାମରେ ଆସିବନି କଣ୍ଟାକ୍ଟ ନମ୍ବର, ୟୁଜର ନେମ୍‌ରେ ଚାଲିବ ହ୍ବାଟ୍ସଆପ୍‌

ପରିବର୍ତ୍ତନ ହୋଇପାରିବ ୟୁଜର ନେମ୍: ହ୍ବାଟ୍ସଆପର ୟୁଜର ନେମ୍ ଫିଚର ଲୋକଙ୍କ ପ୍ରାଇଭେସିକୁ ଆହୁରି ବୃଦ୍ଧି କରିବ। ୟୁଜରନେମ ଫିଚର ଅନ୍ୟ ସୋସିଆଲ ମିଡିଆ ଆପ ଭଳି ହିଁ କାର୍ଯ୍ୟ କରିବ। ଏହା ଦ୍ବାରା ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ୟୁନିକ ୟୁଜର ନେମ୍ ରହିବ। ଓ୍ବେବସାଇଟ ଅନୁସାରେ, ଏଣିକି ନିଜ ଇଚ୍ଛାରେ ୟୁଜରନେମ ବଦଳାଇପାରିବେ ୟୁଜର୍ସ। ତେବେ ଏଥିପାଇଁ କେତେ ଦିନ ସମୟ ସୀମା ଧାର୍ଯ୍ୟ କରାଯାଇଛି, ସେନେଇ ସୂଚନା ପ୍ରଦାନ କରାଯାଇ ନାହିଁ। କହିରଖୁଛି କି, ଅନ୍ୟ ଆପରେ ୟୁଜର ନେମ ପରିବର୍ତ୍ତନ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରହିଥାଏ। ତେବେ ହ୍ବାଟ୍ସଆପରେ ଏନେଇ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ। ତେବେ ଏହି ଫିଚର ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ ହେବାପରେ ୟୁଜର୍ସ ଏକ୍ସପିରିୟନ୍ସ ଭଲ ରହିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.