-
📝 WhatsApp beta for iOS 24.1.10.70: what's new?
— WABetaInfo (@WABetaInfo) January 5, 2024 " class="align-text-top noRightClick twitterSection" data="
WhatsApp is working on a theme feature to choose the main color of the app, and it will be available in a future update!https://t.co/Teg05Wec04 pic.twitter.com/GeYIZO2r9v
">📝 WhatsApp beta for iOS 24.1.10.70: what's new?
— WABetaInfo (@WABetaInfo) January 5, 2024
WhatsApp is working on a theme feature to choose the main color of the app, and it will be available in a future update!https://t.co/Teg05Wec04 pic.twitter.com/GeYIZO2r9v📝 WhatsApp beta for iOS 24.1.10.70: what's new?
— WABetaInfo (@WABetaInfo) January 5, 2024
WhatsApp is working on a theme feature to choose the main color of the app, and it will be available in a future update!https://t.co/Teg05Wec04 pic.twitter.com/GeYIZO2r9v
ହାଇଦ୍ରାବାଦ: ସୋସିଆଲ ମିଡିଆ କମ୍ପାନୀ ହ୍ବାଟ୍ସଆପ ସର୍ବଦା ନୂଆ ନୂଆ ଫିଚର ଉପରେ କାର୍ଯ୍ୟ ଜାରିଥାଏ । ପ୍ରଥମେ ନୂଆ ଫିଚର ବିଟା ଟେଷ୍ଟରଙ୍କ ପାଇଁ ରୋଲଆଉଟ କରାଯାଇଥାଏ । ପରେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଥାଏ କମ୍ପାନୀ । ଏହିରି ଭିତରେ କମ୍ପାନୀ ୟୁଜର୍ସମାନଙ୍କ ପାଇଁ ଏକ ଥିମ ଫିଚର ରୋଲଆଉଟ କରିଛି। ଏହା ଦ୍ବାରା ୟୁଜର୍ସ ଆପର ରଙ୍ଗରେ ପରିବର୍ତ୍ତନ କରିବାରେ ସକ୍ଷମ ହୋଇପାରିବେ। ଏପିୟରେନ୍ସ ସେକ୍ସନ ଭିତରେ ଆଇଓଏସ ୟୁଜର୍ସଙ୍କୁ ଏହି ଫିଚରଲ ମିଳିବ। କମ୍ପାନୀ ପକ୍ଷରୁ ଏହି ଫିଚରରେ 5ଟି ରଙ୍ଗ ଦିଆଯାଇଛି । ସବୁଜ, ଧଳା, ନୀଳ, ଗୋଲାପୀ ଏବଂ ବାଇଗଣୀ ରଙ୍ଗ ଦିଆଯାଇଛି। ଏଥି ମଧ୍ୟରୁ ୟୁଜର୍ସ କୌଣସି ଗୋଟିଏ ରଙ୍ଗକୁ ହ୍ବାଟ୍ସଆପରେ ପ୍ରମୁଖ ରଙ୍ଗ ଭାବେ ରଖି ପାରିବେ। ଏହା ଦ୍ବାରା ହ୍ବାଟ୍ସଆପ ଏକ ନୂଆ ରଙ୍ଗରେ ଦେଖାଯିବ ।
ଏହି ଥିମ ଫିଚର ନେଇ ହ୍ବାଟ୍ସଆପ ଡେଭଲପମେଣ୍ଟ ଉପରେ ନଜର ରଖୁଥିବା ଓ୍ବେବସାଇଟ Wabetainfo ପକ୍ଷରୁ ସୂଚନା ଦିଆଯାଇଛି। ଏକ ସ୍କ୍ରିନସଟ ସେୟାର କରାଯାଇ ଏହି ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ଏହି ଫିଚର iOS 24.1.10.70 ବିଟା ଭର୍ସନରେ ଉପଲବ୍ଧ ରହିଛି। ଓ୍ବେବସାଇଟ ଅନୁସାରେ, ଏହି ନୂଆ ଫିଚର ୟୁଜର୍ସଙ୍କୁ ନିଜ ପର୍ସନାଲିଟି ଅନୁସାରେ ଆପର ରଙ୍ଗରେ ପରିବର୍ତ୍ତନ କରିପାରିବେ। ଏହା ଦ୍ବାରା ୟୁଜର ଏକ୍ସପେରିୟନ୍ସ ମଧ୍ୟ ବୃଦ୍ଧି ପାଇବ।
ଏହା ମଧ୍ୟ ପଢନ୍ତୁ: ଆବଶ୍ୟକ ହେବନି କଣ୍ଟାକ୍ଟ ନମ୍ବର, ୟୁଜର ନେମରେ ଆକ୍ସେସ ହେବ ହ୍ବାଟ୍ସଆପ୍
ହ୍ବାଟ୍ସଆପ ବିଟା ୟୁଜର୍ସଙ୍କ ପାଇଁ ଚାଟବ୍ୟାକଅପକୁ ଗୁଗଲ ଡ୍ରାଇଭ ଆକାଉଣ୍ଟ ଷ୍ଟୋରେଜରେ କାଉଣ୍ଟିଂ ଚାଟ ଆରମ୍ଭ କରିଛି। ବର୍ତ୍ତମାନ ସମୟରେ ଚାଟ ବ୍ୟାକଅପ ପାଇଁ ଡ୍ରାଇଭ ଆକାଉଣ୍ଟର ଷ୍ଟୋରେଜ ବ୍ୟବହାର ହେବ। ଯଦି ଆକାଉଣ୍ଟରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ ତାହାଲେ କୌଣସି ତଥ୍ୟ ବା ଡାଟାକୁ ଡିଲିଟ କରିବାକୁ ହେବ କିମ୍ବା ଗୁଗଲରୁ କିଛି ଆଡିସନାଲ ସ୍ସେସକୁ କିଣିବାକୁ ହେବ। ବର୍ତ୍ତମାନ ସୁଦ୍ଧା ଏହି ୟୁଜର୍ସ କିଛି ବିଟା ଟେଷ୍ଟରଙ୍କ ପାଇଁ ରୋଲଆଉଟ କରାଯାଇଛି। କିନ୍ତୁ ଚଳିତ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ସମସ୍ତଙ୍କ ପାଇଁ ଲାଗୁ ହେବ ବୋଲି କୁହାଯାଇଛି।
ପ୍ରକାଶଥାଉକି, ଏଣକି ବିନା ନମ୍ବର ନେଣଦେଣରେ ହ୍ବାଟ୍ସଆପରେ ଚାଟ କରିପାରିବେ ୟୁଜର୍ସ। କମ୍ପାନୀ ୟୁଜର ନେମ୍ ଫିଚର ଉପରେ କାର୍ଯ୍ୟ ଜାରି ରଖିଥିବା ବେଳେ ଏହା ବିଟା ୟୁଜର୍ସଙ୍କ ପାଇଁ ମଧ୍ୟ ରୋଲଆଉଟ କରାଯାଇଛି। ଏହି ଫିଚର ଦ୍ବାରା ଅନ୍ୟ ୟୁଜର୍ସ ସହ ଚାଟ୍ କରିବା ପାଇଁ ଆଉ ମୋବାଇଲ ନମ୍ବରର ଆବଶ୍ୟକତା ପଡିବ ନାହିଁ।