ହାଇଦ୍ରାବାଦ: ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ ସର୍ବଦା ଆପରେ ନୂଆ ନୂଆ ଫିଚର ଯୋଡୁଛି । ୟୁଜର୍ସଙ୍କ ଅନୁଭୂତିକୁ ଉନ୍ନତ କରିବା ପାଇଁ ପର୍ଯ୍ୟାୟକ୍ରମେ ନୂଆ ନୂଆ ଫିଚର ଯୋଡୁଛି ହ୍ବାଟ୍ସଆପ । କିଛି ଦିନ ପୂର୍ବରୁ କମ୍ପାନୀ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ 'ଇନଷ୍ଟାଣ୍ଟ ଭିଡିଓ ମେସେଜ୍' ଫିଚର ରୋଲଆଉଟ କରିଥିଲା । ଏହା ଦ୍ବାରା ୟୁଜର୍ସ ହ୍ବାଟ୍ସଆରେ ହିଁ 60 ସେକେଣ୍ଡ ଭିଡିଓ ରେକର୍ଡ କରି ଅନ୍ୟଜଣଙ୍କୁ ପଠାଇବାର ସୁବିଧା ପାଉଥିଲେ । ଏହା ଦ୍ବାରା ଭିଡିଓ କରି ଗ୍ୟାଲେରୀକୁ ଯାଇ ଖୋଜିବାର ଆବଶ୍ୟକତା ପଡୁନଥିଲା । ଏହି ସମୟରେ କମ୍ପାନୀ ଉପଭୋକ୍ତାମାନଙ୍କୁ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସରେ 'ଇନଷ୍ଟାଣ୍ଟ ଭିଡିଓ ମେସେଜ୍' ସହିତ ଜଡିତ ଏକ ସ୍ୱତନ୍ତ୍ର ବିକଳ୍ପ ଦେବାକୁ ଯାଉଛି । ବର୍ତ୍ତମାନ ଏହି ଫିଚର ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି ।
ତେବେ ହ୍ବାଟ୍ସଆପର ଏହି ଅପଡେଟ ବିଷୟରେ Wabetainfo ପକ୍ଷରୁ ସୂଚନା ଦିଆଯାଇଛି । ୱେବସାଇଟର ସୂଚନା ଅନୁଯାୟୀ, କମ୍ପାନୀ ଶୀଘ୍ର ଉପଭୋକ୍ତାମାନଙ୍କୁ 'ଇନଷ୍ଟାଣ୍ଟ ଭିଡିଓ ମେସେଜ୍' ଫିଚର ଡିସେବଲ କରିବା ପାଇଁ ସୁବିଧା ପ୍ରଦାନ କରିବ । ଆପଣ ଇନଷ୍ଟାଗ୍ରାମ ଭିଡିଓ ମେସେଜର ସେଟିଙ୍ଗକୁ ଯାଇ ଅଫ କରିପାରିବେ । ଏହା ଦ୍ବାରା ଆପଣ ଯେତେବେଳେ ଜଣକୁ ଭଏସ ମେସେଜ ପଠାଇବା ପାଇଁ ଚାହୁଁଛନ୍ତି ସେତେବେଳେ ଭିଡିଓ ମେସେଜର ଅପ୍ସନ ଦେଖାଯିବ ନାହିଁ । ଆପଣ ଭଏସ ମେସେଜ ରେକର୍ଡ କରିବାରେ ସମର୍ଥ ହେବେ । ବର୍ତ୍ତମାନ ଡିସେବଲ ଅପ୍ସନ ରହିନଥିବା କାରଣରୁ ଇନଷ୍ଟାଣ୍ଟ ଭିଡିଓ ମେସେଜର ଅପ୍ସନ ଡିଫୋଲ୍ଟ ହିସାବରେ ଦେଖାଯାଉଛି । ଏହା ଦ୍ବାରା ୟୁଜର୍ସଙ୍କୁ ଅଡିଓ ପାଇଁ ପୁଣି ଥରେ ସ୍ବିଚ କରିବାକୁ ପଡୁଛି । ତେବେ ବର୍ତ୍ତମାନ ଏହି ଫିଚର କିଛି ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି । କିନ୍ତୁ ଆଗାମୀ ଦିନରେ କମ୍ପାନୀ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିବ ବୋଲି ସୂଚନା ରହିଛି । ଯଦି ଜଣେ ୟୁଜର୍ସ କମ୍ପାନୀ ପକ୍ଷରୁ ରୋଲଆଉଟ କରାଯାଉଥିବା ଫିଚରକୁ ପ୍ରଥମେ ପାଇବାକୁ ଚାହାନ୍ତି ତେବେ ବିଟା ପ୍ରୋଗ୍ରାମକୁ ଏନରୋଲ କରିବାକୁ ପଡିବ।
ଏହା ମଧ୍ୟ ପଢନ୍ତୁ: WhatsApp changing UI: ହ୍ବାଟ୍ସଆପ UI ବଦଳାଇବ କମ୍ପାନୀ, ଆପ୍ରେ ହେବ ଏହି ପରିବର୍ତ୍ତନ
ଏଭଳି କରିପାରିବେ ଅନ-ଅଫ: ଇନଷ୍ଟାଣ୍ଟ ଭିଡିଓ ମେସେଜ ଅପ୍ସକୁ ଅନ ଅଫ କରିବାକୁ ଚାହୁଁଥିଲେ ପ୍ରଥମେ ପ୍ରୋଫାଇଲକୁ ଆସି ଚାଟ ଅପ୍ସନରେ କ୍ଲିକ କରିବାକୁ ପଡିବ । ଏଥିରେ ଅନଷ୍ଟାଣ୍ଟ ଭିଡିଓ ମେସେଜର ଅପ୍ସନ ଦେଖାଯିବ । ଏଥିରେ ଆପଣ ନିଜ ସୁବିଧା ଅନୁସାରେ ଅନ-ଅଫ କରିପାରିବେ । ଆଇ ଫୋନ ପାଇଁ ମଧ୍ୟ ସମାନ ପ୍ରକ୍ରିୟା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ