ETV Bharat / science-and-technology

Whatsapp channel feature: ଆସୁଛି ନୂଆ ଫିଚର, କ୍ରିଏଟର୍ସଙ୍କୁ ମିଳିବ ଏହି ଅପ୍ସନ

author img

By ETV Bharat Odisha Team

Published : Oct 28, 2023, 12:16 PM IST

ହ୍ବାଟ୍ସଆପ ଚ୍ୟାନେଲ ପାଇଁ ଆସୁଛି ନୂଆ ଫିଚର । ଏଣିକି ଫଲୋର୍ସଙ୍କ ରିଆକ୍ସନ ଦେଖିପାରିବେ ୟୁଜର୍ସ । ଅଧିକ ପଢନ୍ତୁ

message reaction filtering feature for channels

ହାଇଦ୍ରାବାଦ: କିଛି ଦିନ ପୂର୍ବେ ଚ୍ୟାନେଲ ଫିଚର ଲାଇଭ କରିଥିଲା ହ୍ବାଟ୍ସଆପ । ତେବେ ଏହାରି ଭିତରେ ଚ୍ୟାନେଲ କ୍ରିଏଟର୍ସଙ୍କ ପାଇଁ ଆଉ ଏକ ଫିଚର ଆଣିବାକୁ ଯାଉଛି କମ୍ପାନୀ । ବର୍ତ୍ତମାନ ଏହା ଉପରେ କାମ ଜାରି ରହିଥିବା ବେଳେ ଖୁବଶୀଘ୍ର ଏହା ରୋଲଆଉଟ କରାଯିବା ନେଇ ସୂଚନା ମିଳିଛି । ଏହି ଫିଚର ଦ୍ବାରା କ୍ରିଏଟର୍ସମାନେ ମେସେଜ ଉପରେ ଆସୁଥିବା ରିଆକ୍ସନକୁ All ଏବଂ କଣ୍ଟାକ୍ଟକୁ ଫିଲ୍ଟର କରିପାରିବେ । ଏହାର ଅର୍ଥ ଏହି ଫିଚର ଦ୍ବାରା କଣ୍ଟାକ୍ଟରେ ରହିଥିବା ବ୍ୟକ୍ତିଙ୍କ ମଧ୍ୟରୁ କେଉଁମାନେ ପୋଷ୍ଟରେ ରିଆକ୍ସନ ବା ପ୍ରତିକ୍ରିୟା ଦେଇଛନ୍ତି ତାହା ଜାଣିପାରିବେ ୟୁଜର୍ସ । ତେବେ ବର୍ତ୍ତମାନ ଫଲୋର୍ସ କେବଳ ଇମୋଜି ଦ୍ବାରା ନିଜର ପ୍ରତିକ୍ରିୟା ଦେଇପାରୁଛନ୍ତି ।

ତେବେ ଏନେଇ ହ୍ବାଟ୍ସଆପ ଉପରେ ନଜର ରଖୁଥିବା ଓ୍ବେବସାଇଟ Wabetainfo ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ଏହି ଫିଚର କେତେକ ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇଛି । ଆଗାମୀ ଦିନରେ କମ୍ପାନୀ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିବ ।

ଆପରେ ଶୀଘ୍ର ଆସିବ ଏହି ଅପ୍ସନ: ହ୍ବାଟ୍ସଆପ ଖୁବଶୀଘ୍ର ଚ୍ୟାନେଲରେ ଭଏସ ନୋଟ ସେୟାର କରିବା ନେଇ ଅପ୍ସନ ପ୍ରଦାନ କରିବ । ଏହା ବ୍ୟତୀତ କମ୍ପାନୀ କ୍ରିଏଟର୍ସଙ୍କୁ ଆଡମିନ ସହ ଯୋଡିବା ପାଇଁ ମଧ୍ୟ ବିକଳ୍ପ ପ୍ରଦାନ କରିବ । ଏହାର ସାହାଯ୍ୟରେ କ୍ରିଏଟର୍ସମାନେ ସେମାନଙ୍କର ବିଶ୍ୱସ୍ତ ଲୋକଙ୍କୁ ଚ୍ୟାନେଲର ଆଡମିନ୍ କରିବାରେ ସକ୍ଷମ ହେବେ ଏବଂ କ୍ରିଏଟର୍ସଙ୍କ ଅନୁପସ୍ଥିତିରେ ସେମାନେ ଚ୍ୟାନେଲରେ ପୋଷ୍ଟିଂ ଜାରି ରଖିପାରିବେ । ଯାହା ଦ୍ବାରା ଫଲୋର୍ସଙ୍କ ଏଙ୍ଗେଜମେଣ୍ଟ ବଜାୟ ରହିବ ।

ଏହା ମଧ୍ଯ ପଢନ୍ତୁ: WhatsApp New Feature: ଏଣିକି ଆପେଆପେ ଗାଏବ ହେବ ଭୋଏସ ମେସେଜ, ଆସିବାକୁ ଯାଉଛି ନୂଆ ଫିଚର

ବର୍ତ୍ତମାନ ଲଞ୍ଚ ହୋଇଛି ଏହି ଫିଚର: ହ୍ବାଟ୍ସଆପ ନିକଟରେ ମଲ୍ଟିପଲ ଆକାଉଣ୍ଟ ଫିଚର ଲଞ୍ଚ କରିଛି । ଏହା ଦ୍ବାରା ୟୁଜର୍ସ ଗୋଟିଏ ଆପରେ ଦୁଇଟି ଆକାଉଣ୍ଟ ଖୋଲିପାରିବେ । ଏଭଳି ଫିଚର ଇନଷ୍ଟାଗ୍ରାମରେ ମଧ୍ୟ ରହିଛି । ତେବେ ଆକାଉଣ୍ଟକୁ ଓପନ କରିବାକୁ ହେଲେ ସେଟିଙ୍ଗକୁ ଯାଇ ୟୁଜର୍ସନେମ ପାଖରେ ଥିବା ଡାଉନବୋର୍ଡ ଏରୋରେ କ୍ଲିକ କରିବାକୁ ହେବ । ଏଥିରେ ଆପଣଙ୍କୁ ଆଡ ଆକାଉଣ୍ଟର ଅପ୍ସନ ମିଳିବ । ଏହା ଉପରେ କ୍ଲିକ୍ କରି ମୋବାଇଲ ନମ୍ବର ଦେଇ ଲଗଇନ କରିପାରିବେ ୟୁଜର୍ସ । ଆକାଉଣ୍ଟ ସ୍ବିଚ କରିବାକୁ ଚାହୁଁଥିଲେ ସ୍ବିଚ ଅପ୍ସନକୁ କ୍ଲିକ କରି କରିପାରିବେ । ଏଣିକି ଦୁଇଟି ହ୍ବାଟ୍ସଆପ ଆକାଉଣ୍ଟ ଖୋଲିବାକୁ ହେଲେ ୟୁଜର୍ସଙ୍କୁ ଦୁଇଟି ଆପ ରଖିବାର ଆବଶ୍ୟକ ନାହିଁ । ଏଣିକି ୟୁଜର୍ସ ଗୋଟିଏ ଆପରେ ଦୁଇଟି ଆକାଉଣ୍ଟ ଖୋଲିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.