ETV Bharat / science-and-technology

ଏଥର ଖୋଜା ପଡିବନି ଗୁଗଲ ପ୍ଲେ ଷ୍ଟୋର, ହ୍ବାଟ୍ସଆପ ଆଣିଲା ଅଟୋ ଅପଡେଟ ଫିଚର

WhatsApp Update: ହ୍ବାଟ୍ସଆପରେ ରୋଲଆଉଟ ହେଲା ଅଟୋ-ଅପଡେଟ ଫିଚର । ଏଣିକି ୟୁଜର୍ସଙ୍କୁ ଅପଡେଟ ଯାଞ୍ଚ କରିବା ପାଇଁ ପଡିବନି ପ୍ଲେ ଷ୍ଟୋରର ସାହାଯ୍ୟ । ଅଧିକ ପଢନ୍ତୁ

WhatsApp Update
WhatsApp Update
author img

By ETV Bharat Odisha Team

Published : Jan 15, 2024, 12:41 PM IST

ହାଇଦ୍ରାବାଦ: ଅନେକ ସମୟରେ ହ୍ବାଟ୍ସଆପରେ ନୂଆ ନୂଆ ଫିଚର ଆସିଥାଏ । ମେଟା ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ଅଟେ । ୟୁଜର୍ସଙ୍କୁ ଆପ୍ ପ୍ରତି ଆକୃଷ୍ଟ କରିବା ପାଇଁ କମ୍ପାନୀ ସମୟ ସମୟରେ ଅନେକ ପ୍ରକାର ଅପଡେଟ ଦେଇଥାଏ । ତେବେ ହ୍ବାଟ୍ସଆପରେ ଅନେକ ଅପଡେଟ ଆସିଲା ପରେ ମଧ୍ୟ କିଛି ୟୁଜର୍ସ ଏହା ବିଷୟରେ ଅବଗତ ହୋଇପାରନ୍ତିନାହିଁ । ପୁରୁଣା ଭର୍ସନରେ ହିଁ ହ୍ବାଟ୍ସଆପର ବ୍ୟବହାର କରିଥାଆନ୍ତି । ପୂର୍ବରୁ ହ୍ବାଟ୍ସଆପ ଅପଡେଟ ବିଷୟରେ ଜାଣିବାକୁ ହେଲେ ପ୍ଲେ ଷ୍ଟୋରକୁ ଯାଇ ଅପଡେଟ ବିଷୟରେ ଜାଣିବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଛି କମ୍ପାନୀ । ଏଣିକି ହ୍ବାଟ୍ସଆପ ସେଟିଂରେ ଅପଡେଟ ଅପ୍ସନ ପାଇବେ ୟୁଜର୍ସ । ଏନେଇ ହ୍ବାଟ୍ସଆପ ଉପରେ ନଜର ରଖୁଥିବା ଓ୍ବେବସାଇଟ WABetainfo ପକ୍ଷରୁ ସୂଚନା ଦିଆଯାଇଛି । ହ୍ବାଟ୍ସଆପ ଗୁଗୁଲ ପ୍ଲେ ବିଟା ଭର୍ସନ ଜରିଆରେ ଆଣ୍ଡ୍ରୋଏଡ ୟୁଜର୍ସଙ୍କ ପାଇଁ ବିଟା ଭର୍ସନ 2.24.2.13 ରୋଲଆଉଟ କରିଛି । ଏହି ନୂଆ ବିଟା ଭର୍ସନ ସହିତ ହ୍ବାଟ୍ସଆପ ଆପରେ ଅଟୋ ଆପ ଅପଡେଟ ଫିଚର ଲଞ୍ଚ କରିଛି ।

ରିପୋର୍ଟ ଅନୁସାରେ, ହ୍ବାଟ୍ସଆପର ନୂଆ ଫିଚରର ନାମ ଆପ୍ ଅପଡେଟ ରଖାଯାଇଛି । ଏହି ଫିଚର ବର୍ତ୍ତମାନ ରୋଲିଂ ଆଉଟ ଷ୍ଟାଟସରେ ରହିଛି । ଏହି ଫିଚର ଦ୍ବାରା ୟୁଜର୍ସଙ୍କୁ ହ୍ବାଟ୍ସଆପ ସେଟିଂ ଭିତରେ ଆପର ଲାଟେଷ୍ଟ ଅପଡେଟର ନୋଟିଫିକେସନ ଏବଂ ଅଟୋ ଅପଡେଟର ଅପ୍ସନ ମିଳିବ । ଏଣିକି ହ୍ବାଟ୍ସଆପ ବିଷୟରେ ଅପଡେଟ ପାଇବା ପାଇଁ ୟୁଜର୍ସଙ୍କୁ ପ୍ଲେ ଷ୍ଟୋର ଯିବାକୁ ପଡିବ ନାହିଁ । ବର୍ତ୍ତମାନ ଏହି ଫିଚର ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଛି । ତେବେ ବିଟା ୟୁଜର୍ସଙ୍କ ରେଟିଂ ଅନୁସାରେ ଏହାକୁ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିବ କମ୍ପାନୀ ।

ଏହା ମଧ୍ୟ ପଢନ୍ତୁ: ହ୍ବାଟ୍ସଆପର ନୂଆ ଫିଚର, ଚ୍ୟାନେଲରେ ସେୟାର କରିହେବ ପୋଲ୍

ଖୁବ କମ ଦିନ ଭିତରେ ଏହି ଅପଡେଟ ସମସ୍ତ ୟୁଜର୍ସଙ୍କୁ ମିଳିବ । WABetainfo ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ହ୍ବାଟ୍ସଆପ ସେଟିଙ୍ଗ ଭିତରେ App Update Settingsର ଅପ୍ସନ ରହିବ । ଏହି ଅପ୍ସନକୁ କ୍ଲିକ କରିବା ପରେ ହ୍ବାଟ୍ସଆପରେ ଆସିଥିବା ଅପଡେଟ ଅଟୋମେଟିକ ଅପଡେଟ ହୋଇଯିବ । ଏହି ଅପ୍ସନକୁ ଅନ କରି ରଖିବା ପରେ ଅପଡେଟ ଆସିଲେ ନୋଟିଫିକେସନ ମଧ୍ୟ ପାଇପାରିବେ ୟୁଜର୍ସ । ଏହି ଫିଚର ରୋଲଆଉଟ ହେବା ପରେ ୟୁଜର ଏକ୍ସପେରିୟନ୍ସ ବୃଦ୍ଧି ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.