ETV Bharat / science-and-technology

ମାସକରେ 71 ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ କଲା ହ୍ବାଟ୍ସଆପ

author img

By ETV Bharat Odisha Team

Published : Jan 2, 2024, 12:18 PM IST

WhatsApp Account Ban: ଗୋଟିଏ ମାସରେ 71ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ କଲା ହ୍ବାଟ୍ସଆପ । ଜାଣନ୍ତୁ କାରଣ

WhatsApp Account Ban
WhatsApp Account Ban

ହାଇଦ୍ରାବାଦ: ସୋସିଆଲ ମିଡିଆ କମ୍ପାନୀ କେବଳ ଗୋଟିଏ ମାସରେ 71 ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । ଗତବର୍ଷ ନଭେମ୍ବର ମାସରେ କେବଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇଟି ନିୟମ 2021 ଅନୁଯାୟୀ କମ୍ପାନୀ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ନିୟମ ଅନୁଯାୟୀ, ସମସ୍ତ ସୋସିଆଲ ମିଡିଆ କମ୍ପାନୀକୁ ପ୍ରତ୍ୟେକ ମାସରେ ୟୁଜର ସେଫ୍ଟି ରିପୋର୍ଟ ପ୍ରଦାନ କରିବାକୁ ବାଧ୍ୟତାମୂଳକ ହୋଇଥାଏ ।

ଏହାବ୍ୟତୀତ ସେମାନଙ୍କ ଉପରେ ରହିଥିବା ଅଭିଯୋଗ ଏବଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ଉଲ୍ଲେଖ କରିବାକୁ ହେବ । ଗତ ବର୍ଷ ନଭେମ୍ବର 1ରୁ 30 ନଭେମ୍ବର ମଧ୍ୟରେ କମ୍ପାନୀ ଭାରତରେ 71 ଲକ୍ଷ 96,000 ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିବା ନେଇ ସୂଚନା ପ୍ରଦାନ କରିଛି । ଏଥିମଧ୍ୟରୁ 19 ଲକ୍ଷ 54,000 ଆକାଉଣ୍ଟକୁ କମ୍ପାନୀ ନିଜେ ମନିଟରିଂ କରି ବନ୍ଦ କରିଥିବା ନେଇ ସୂଚନା ଦେଇଛି ।

ନଭେମ୍ବର ମାସରେ ହୋଇଛି ଏତିକି ଅଭିଯୋଗ: ନଭେମ୍ବର ମାସରେ କମ୍ପାନୀ 8 ହଜାର 841 ଅଭିଯୋଗ ଗ୍ରହଣ କରିଥିଲା । ସେଥିମଧ୍ୟରୁ 6 ଜଣଙ୍କ ବିରୋଧରେ କମ୍ପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରତି ମାସରେ କମ୍ପାନୀ ୟୁଜର ସେଫ୍ଟି ରିପୋର୍ଟ ପ୍ରକାଶ କରିଥାଏ । ଯଦି ଆପଣ ହ୍ବାଟ୍ସଆପର ସର୍ତ୍ତାବଳୀ ଅନୁଯାୟୀ ଆକାଉଣ୍ଟ୍ ପରିଚାଳନା କରନ୍ତି ନାହିଁ ତାହେଲେ ଆକାଉଣ୍ଟକୁ ବ୍ୟାନ କରାଯାଇଥାଏ । ଅନ୍ୟପଟେ ୟୁଜର୍ସ ନଗ୍ନତା, ଘୋଟାଲା, ଠକେଇ, ଚୋରି କିମ୍ବା ଦେଶ ବିରୁଦ୍ଧରେ କୌଣସି ପ୍ରକାରର କାର୍ଯ୍ୟକଳାପରେ ଜଡିତ ରହିଥାଆନ୍ତି ତେବେ କମ୍ପାନୀ ଆକାଉଣ୍ଟକୁ ବ୍ୟାନ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଭାରତରେ ୧.୭୫ ମିଲିୟନ ଆକାଉଣ୍ଟ ବ୍ୟାନ କରିଛି WhatsApp, ଜାଣନ୍ତୁ କାହିଁକି

ଗତବର୍ଷ ହ୍ବାଟ୍ସଆପ ୟୁଜର୍ସଙ୍କ ସେଫ୍ଟି ପାଇଁ ଆପରେ ଅନେକ ଫିଚର ଯୋଡିଥିଲା । ଚାଟଲକ, ଇମେଲ ଆଡ୍ରେସ ଲିଙ୍କ, passkey ଫିଚର ରୋଲଆଉଟ କରିବା ଦ୍ବାରା ୟୁଜର ଏକ୍ସପେରିୟନ୍ସ ବୃଦ୍ଧି ପାଇଥିଲା । ଯଦି ହ୍ବାଟ୍ସଆପ ଆକାଉଣ୍ଟ ସହିତ ଇମେଲ୍ ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ନିଶ୍ଚିତ ଭାବରେ ଲିଙ୍କ୍ କରାଇବା ପାଇଁ ଅପିଲ କରାଯାଇଛି । ଏହା କରିବା ଦ୍ୱାରା ଇମେଲ ମାଧ୍ୟମରେ ମଧ୍ୟ ଆକାଉଣ୍ଟକୁ ଲଗ୍ ଇନ୍ କରିବାକୁ ସମର୍ଥ ହେବେ । ଏହା ବ୍ୟତୀତ passkey ମଧ୍ୟ ସେଟ କରିବା ଆବଶ୍ୟକ । ଫିଙ୍ଗର ପ୍ରିଣ୍ଟ ମାଧ୍ୟମରେ ଏହା ଆକାଉଣ୍ଟର ସିକ୍ୟୁରିଟି ବୃଦ୍ଧି କରିବ ।

ପ୍ରକାଶ ଥାଉକି, PassKey ହେଉଛି କିଛି ନମ୍ବର ବା ଓ୍ବାର୍ଡର ସିକ୍ବେନ୍ସ, ଯାହା ୟୁଜର୍ସଙ୍କୁ ଚିହ୍ନିବାରେ ସାହାଯ୍ୟ କରିବ । ଏହା ଏକ ସ୍ବିକ୍ୟୁରିଟି କୋଡ୍ ପରି କାମ କରିବ, ଯାହା କେବଳ ଅଥୋରାଇଜ ଲୋକଙ୍କୁ ହିଁ ହ୍ବାଟ୍ସଆପ ଅନ କରିବା ପାଇଁ ଅନୁମତି ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.