ସାନ ଫ୍ରାନ୍ସିକୋ: ସ୍ମାର୍ଟ ୱିଅରେବଲ(Smart Wearable) ଓ GPS ଟ୍ରାକ କରୁଥିବା ବ୍ୟବହୃତ ଜିନିଷ ତିଆରି କରୁଥିବା କମ୍ପାନୀ Garmin ଲଞ୍ଚ କରିଛି ଏହାର ପ୍ରଥମ ସ୍ମାର୍ଟୱାଚ୍ । ଏହାର ନାମ Venu 2 Plus ସ୍ମାର୍ଟୱାଚ୍ ରଖାଯାଇଛି । ଏଥିରେ ଭଏସ କଲିଂ ସୁବିଧା ରହିଥିବା ବେଳେ ହ୍ୟାଣ୍ଡ୍ସ ଫ୍ରି ଭଏସ ଆସିଷ୍ଟାଣ୍ଟର ସୁବିଧା ରହିଛି ।
ଏହି ସ୍ମାର୍ଟୱାଚ୍ର ମୂଲ୍ୟ ୪୬ ହଜାର ୯୯୦ ଟଙ୍କା ରହିଥିବା ବେଳେ ଏହାର ୩ଟି ରଙ୍ଗ ଗ୍ରାଫାଇଟ, ବ୍ଲାକ୍, କ୍ରିମ ଗୋଲ୍ଡ ଓ ପାଉଡ଼ର ଗ୍ରେ ରହିଛି । ଏହି ଘଣ୍ଟାର ୱାଚ୍ କେସ୍ ୪୩ମିମି ରହିଥିବା ବେଳେ ଷ୍ଟେନଲେସ ଷ୍ଟିଲର କୋଟିଂ ରହିଛି । ଏହାସହିତ ଏଥିରେ ୨୦ ମିମିର ସିଲିକନ ବ୍ୟାଣ୍ଡ ରହିଛି । ଏହି ଘଣ୍ଟାରେ ୨୫ଟି ସ୍ପୋର୍ଟ ଆପ୍ଲିକେସନ ରହିଥିବା ବେଳେ ଏଥିରେ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ଅନ୍ୟ ସ୍ମାର୍ଟୱାଚ୍ ପରି ଏଥିରେ ହାର୍ଟବିଟ୍ ମନିଟର୍, ୱାର୍କଆଉଟ୍, ୟୋଗା, ଷ୍ଟେପ କାଉଣ୍ଟିଂ ଭଳି ଫିଚର ରହିଛି ।
ଏହା ବି ପଢନ୍ତୁ: ମେ ୨୦୨୨ରେ ସ୍ମାର୍ଟୱାଚ୍ ଲଞ୍ଚ କରିବ Google !
ଏଥିରେ ୧୪୦୦ରୁ ଅଧିକ ବ୍ୟାୟାମ ପ୍ରଣାଳୀ ମଧ୍ୟ ରହିଛି । ଗ୍ରାହକ ଏହାକୁ ଦେଖି ନିଜ ପସନ୍ଦର ବ୍ୟାୟାମ ପ୍ରଣାଳୀକୁ ବାଛି ପାରିବେ । ଏଥିରେ କାର୍ଡିଓ, ଯୋଗ ଆଦି ପାଇଁ ଆନିମେଟେଡ ବ୍ୟାୟାମ ରହିଛି । ତେବେ ଆପଣ ଶୀଘ୍ର ଫୋନ କଲ୍ କରିବାକୁ ଚାହୁଁଥିଲେ ଏହି ଘଣ୍ଟାର ବ୍ୟବହାର କରିପାରିବେ । ମୋବାଇଲ ବିନା ଏଥିରୁ ଫୋନ କଲ କରିହେବ । ଏହାସହିତ ଆପଣ କୌଣସି ବିପଦରେ ପଡିଥିଲେ Garminର ଟ୍ରାକିଂ ଓ ସେଫ୍ଟି ଫିଚରକୁ ବ୍ୟବହାର କରି ଉକ୍ତ ସ୍ଥାନରେ ପହଞ୍ଚି ପାରିବାର ସୁବିଧା ମଧ୍ୟ ଏଥିରେ ରହିଛି ।
@IANS