ETV Bharat / science-and-technology

Twitter Blue Service: ଭାରତରେ ସେବା ଆରମ୍ଭ, ମାସକୁ ଦେବେ ଏତିକି ଟଙ୍କା - ଲାଟେଷ୍ଟ ଟ୍ବିଟର ନ୍ୟୁଜ

ଭାରତରେ ଦେୟଯୁକ୍ତ ଟ୍ବିଟର ବ୍ଲୁ ଟିକ୍ ଭେରିଫିକେସନ ସର୍ଭିସ୍ ଆରମ୍ଭ । ମାସକୁ 900 ଟଙ୍କା ଦେବେ ବ୍ୟବହାରକାରୀ । ଅଧିକ ପଢନ୍ତୁ

Twitter
Twitter
author img

By

Published : Feb 9, 2023, 12:56 PM IST

ନୂଆଦିଲ୍ଲୀ: ଭାରତରେ ଦେୟଯୁକ୍ତ ବ୍ଲୁ ଟିକ୍ ସେବା ଲଞ୍ଚ୍ କଲା ଟ୍ବିଟର୍ । ଏଣିକି ଟ୍ବିଟର୍ ବ୍ଲୁ ଟିକ୍ ସେବା ପାଇଁ ଦେବାକୁ ପଡିବ ଟଙ୍କା । ୱେବ୍‌ରେ ବ୍ଲୁ ସର୍ଭିସ୍ ସବ୍‌ସ୍କ୍ରିପସନ୍ ପାଇଁ ଏଣିକ ଭାରତୀୟ ଟ୍ବିଟର ବ୍ୟବହାରକାରୀଙ୍କୁ ମାସିକ 650 ଟଙ୍କା, ଆଣ୍ଡ୍ରଏଡ୍ ଏବଂ iOS ମୋବାଇଲ୍ ଡିଭାଇସରେ 900 ଟଙ୍କା ଦେବାକୁ ପଡିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । କମ୍ପାନୀ ଏନେଇ ଘୋଷଣା କରିବା ସହ ଟ୍ୱିଟର ବ୍ଲୁ ସର୍ଭିସ୍ ବର୍ତ୍ତମାନ ଭାରତ, ବ୍ରାଜିଲ ଏବଂ ଇଣ୍ଡୋନେସିଆକୁ ବିସ୍ତାର କରିଥିବା କହିଛି ।

ଏଲନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ଟ୍ୱିଟର ଭାରତରେ ମଧ୍ୟ ଟ୍ବିଟର୍ ବ୍ଲୁ ସର୍ଭିସ୍ ପ୍ଲାନ୍ ପାଇଁ ଅଫର୍ ଦେବ । ଏଥିରେ ବ୍ୟବହାରକାରୀଙ୍କୁ ବାର୍ଷିକ 6,800 ଟଙ୍କା ରିହାତି ପ୍ଲାନରେ ମାସକୁ ପ୍ରାୟ 566.67 ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ଟ୍ୱିଟର ବ୍ଲୁ ସର୍ଭିସ୍ ଆମେରିକା, କାନାଡା, ଜାପାନ, ବ୍ରିଟେନ ଏବଂ ସାଉଦି ଆରବ ସମେତ 15ଟି ବିଶ୍ୱ ବଜାରରେ ଉପଲବ୍ଧ । ଏହି ମାସ ଆରମ୍ଭରେ, ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଏହାର ବ୍ଲୁ ସେବାକୁ ଆହୁରି 6ଟି ଦେଶକୁ ବିସ୍ତାର କରିଥିଲା ।

ସେହିପରି ଗତ ବର୍ଷ ଡିସେମ୍ବରରେ ଟ୍ୱିଟର ଏହାର ବ୍ଲୁ ସବସ୍କ୍ରିପସନ୍ ସେବାର ଭେରିଫିକେସନ୍ ସହିତ ପୁନଃ ଲଞ୍ଚ୍ କରିଥିଲା, ଏହାର ମୂଲ୍ୟ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ 8 ଡଲାର ଏବଂ ବିଶ୍ବର ସମସ୍ତ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ 11 ଡଲାର୍ ରଖିଥିଲା । ତେବେ ଏହି ସେବା ଉପଲବ୍ଧ ହେବା ପରେ ବର୍ତ୍ତମାନ ଆମେରିକାର ବ୍ଲୁ ଟିକ୍ ବ୍ୟବହାରକାରୀ 4,000 ଶବ୍ଦର ଟ୍ବିଟ୍ ପୋଷ୍ଟ କରିପାରୁଛନ୍ତି । ସେହିପରି ବ୍ଲୁ ସବ୍‌ସ୍କ୍ରାଇବର୍ ସେମାନଙ୍କ ହୋମେ ଟାଇମ୍‌ଲାଇନରେ 50 ପ୍ରତିଶତରୁ କମ୍ ବିଜ୍ଞାପନ ଦେଖିବେ ।

ବ୍ଲୁ ଚେକ୍ ମାର୍କ ସହିତ, ଟ୍ୱିଟର ବ୍ଲୁ ଫିଚର୍ସ ଗ୍ରାହକମାନେ କଷ୍ଟମ୍ ଆପ୍ ଆଇକନ୍, କଷ୍ଟମ୍ ନେଭିଗେସନ୍, ଟପ୍ ଆର୍ଟିକିଲ୍, ଅନ୍‌ଡୁ ଟ୍ବିଟ୍, ଲମ୍ବା ଭିଡିଓ ଅପଲୋଡ୍ ଆଦି ସୁବିଧା ପାଇପାରୁଛନ୍ତି । ବର୍ତ୍ତମାନ ଭାରତରେ ବ୍ଲୁ ଟିକ୍ ସର୍ଭିସ୍ ଦେୟଯୁକ୍ତ ହେବା ପରେ ଏହି ସବୁ ଫିଚର୍ସ ପାଇପାରିବେ ୟୁଜର୍ସ ।

ଅନ୍ୟପଟେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ମଧ୍ୟ ବିଜ୍‌ନେସ୍ ଆକାଉଣ୍ଟ ପାଇଁ ଟ୍ବିଟର ଭେରିଫିକେସନ୍ ଫର୍ ଅର୍ଗାନାଇଜେସନ୍ ସେବା ଆରମ୍ଭ କରିଛି, ଯେଉଁଥିରେ ଅଫିସିଆଲ୍ ବିଜେନେସ୍ ଆକାଉଣ୍ଟ୍ ଗୋଲ୍ଡ ଚେକ୍‌ମାର୍କ ସର୍ଭିସ୍ ପାଇଛନ୍ତି । ଏଥିପାଇଁ ୟୁଜର୍ସଙ୍କୁ ମାସକୁ 1,000 ଡଲାର୍ ଦେବାକୁ ପଡିଥାଏ । ଯେଉଁମାନେ ଅର୍ଥ ପୈଠ କରୁନାହାନ୍ତି, ସେମାନେ ଗୋଲ୍ଡ୍ ବ୍ୟାଜ୍ ସେବା ହରାଇବେ ବୋଲି ଟ୍ବିଟର କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.