ETV Bharat / science-and-technology

ଟ୍ରୁକଲରକୁ ପୁଣି ଫେରିଲା କଲ ରେକର୍ଡିଂ ଫିଚର, ଜାଣନ୍ତୁ କେମିତି କରିବେ ରେକର୍ଡ - କଲ ରେକର୍ଡିଂ ଫିଚର

ଗତ ବର୍ଷ ଆଣ୍ଡ୍ରଏଡ୍ ଏବଂ ଆଇଓଏସରେ କଲ୍ ରେକର୍ଡିଂ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଟ୍ରୁକାଲର୍ ପୁଣି ଥରେ ଉଭୟ ଅପରେଟିଂ ସିଷ୍ଟମରେ ଏହି ସେବା ଆରମ୍ଭ କରିଛି । ଅଧିକ ପଢନ୍ତୁ

Truecaller brings back call recording
Truecaller brings back call recording
author img

By

Published : Jun 15, 2023, 5:40 PM IST

ହାଇଦ୍ରାବାଦ: ଆଜିକାଲି ପ୍ରାୟ ସମସ୍ତେ ଟ୍ରୁକଲର ବ୍ୟବହାର କରୁଛନ୍ତି । ଏଥରେ କଲର ଆଇଡେଣ୍ଟିଫିକେସନ, କଲ୍-ରେକର୍ଡିଂ, ଚାଟ୍ ଏବଂ ଭଏସର ସୁବିଧା ରହିଥିବାରୁ ସମସ୍ତେ ଏହାକୁ ପସନ୍ଦ କରିଥାଆନ୍ତି । କିନ୍ତୁ କହିରଖୁଛି କି, ଗତ ବର୍ଷ କମ୍ପାନୀ ଆଇଓଏସ୍ ଏବଂ ଆଣ୍ଡ୍ରଏଡରେ କଲ୍ ରେକର୍ଡିଂ ସେବା ବନ୍ଦ କରି ଦେଇଥିଲା । କିନ୍ତୁ ପୁଣି ଥରେ ଏହି ସେବା କମ୍ପାନୀ ଆରମ୍ଭ ହୋଇଛି । ସମ୍ପ୍ରତି ଏହା ଭାରତରେ ଉପଲବ୍ଧ ନୁହେଁ ଏବଂ ଏହି ଫିଚର ଆଇଓଏସ ଓ ଆଣ୍ଡ୍ରୋଏଡ ଫୋନ୍‌ ବ୍ୟବହାର କରୁଥିବା ପ୍ରିମିୟମ ମେମ୍ବର୍ସଙ୍କ ପାଇଁ ଉପଲ୍ଲବ୍ଧ କରାଯାଇଛି।

ଟ୍ରୁକାଲର୍ ଆମେରିକାରେ କଲ୍ ରେକର୍ଡିଂ ସେବା ଆରମ୍ଭ କରିଛି । ଧୀରେଧୀରେ କମ୍ପାନୀ ଏହାକୁ ଅନ୍ୟ ଦେଶରେ ମଧ୍ୟ ରୋଲ୍‌ ଆଉଟ କରିବ ବୋଲି ଜଣାପଡିଛି । କମ୍ପାନୀ କହିଛି ଯେ ଟ୍ରୁକଲର ଉଭୟ ଆଇଫୋନ୍ ଏବଂ ଆଣ୍ଡ୍ରଏଡରେ 350 ନିୟୁତରୁ ଅଧିକ ସକ୍ରିୟ ଉପଭୋକ୍ତାଙ୍କ ପାଇଁ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ର ବ୍ୟବହାର କରି ପୁଣିଥରେ କଲ୍‌ ରେକର୍ଡିଂ ଫିଚର ଲଞ୍ଚ୍‌ କରିଛି । ଯାହା ଆମେରିକାରେ ଏବଂ ଧୀରେଧୀରେ ବିଶ୍ବର ବିଭିନ୍ନ ସ୍ଥାନରେ ଆଗାମୀ ମାସରେ ଆରମ୍ଭ ହେବ । ଏହା ସହିତ କମ୍ପାନୀ କହିଛି ଯେ ଆପର AI- ପାୱାର୍ କାର୍ଯ୍ୟକାରିତା ଅନ୍ୟ ଆପ୍‌ଠାରୁ ଅଲଗା ରହିବ ।

ଅଧିକ ସମୟ କଥାହେଲେ ଆପେଆପେ ହେବ ନୋଟସ:

କଲ୍ ରେକର୍ଡିଂ ବ୍ୟତୀତ କମ୍ପାନୀ ଟେକ୍ସଟ ମେସେଜରେ କଲ ଅନୁବାଦ କରିବାର ସେବା ମଧ୍ୟ ଆରମ୍ଭ କରିଛି । ଯେତେବେଳେ ଲୋକମାନେ କିଛି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରୁଛନ୍ତି, ତେବେ ତାହା ଟେକ୍ସଟ ଆକାରରେ ସେଭ ହୋଇ ରହିବ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଫିଚର କେବଳ ଇଂରାଜୀ ଭାଷା ପାଇଁ ଉପଲବ୍ଧ ରହିଛି । ଅନ୍ୟ କୌଣସି ଭାଷାକୁ ବର୍ତ୍ତମାନ ଅନୁବାଦ କରିପାରୁ ନାହିଁ ଟ୍ରୁକଲର । କଲ ରେକର୍ଡିଂ କରିବା, ଦରକାରୀ କଲ୍‌ ରେକର୍ଡିଂକୁ ସେଭ୍‌ କରି ରଖିବା, ଅଦରକାରୀ କଲ ରେକର୍ଡିଂକୁ ଡିଲିଟ୍‌ କରିବାର ସୁବିଧା ମଧ୍ୟ ପାଇବେ।

କହିରଖୁଛୁ କି, ଏଥର କମ୍ପାନୀ କଲ୍ ରେକର୍ଡିଂ ପାଇଁ ରେକର୍ଡିଂ ଲାଇନ୍ ବ୍ୟବହାର କରୁଛି ଯାହା ଏକ କ୍ଲାଉଡ୍ ଟେଲିଫୋନି ଆଧାରିତ ସର୍ଭିସ ଅଟେ । ସରଳ ଭାବରେ କହିବାକୁ ଗଲେ, ଆପଣ କ୍ଲାଉଡରେ ଆପଣଙ୍କର କଲ୍ ରେକର୍ଡ କରିପାରିବେ ଏବଂ କଲ୍ ସରିବା ପରେ ସେଗୁଡିକ ଶୁଣିବେ ।

ଆଇଫୋନରେ ଏପରି ଅନ କରିବେ ରେକର୍ଡିଂ: ଯଦି ଇନକମିଂ କଲକୁ ରେକର୍ଡିଂ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ କଲ ରିସିଭ୍‌ କରିବା ପରେ ଟ୍ରୁକଲରକୁ ଆସିବାକୁ ପଡ଼ିବ। ଏହାପରେ ରେକର୍ଡିଂକୁ ଅନ୍‌ କରିବାକୁ ପଡ଼ିବ । ଏହପରେ କଲ ରେକର୍ଡ ଆରମ୍ଭ ହୋଇଯିବ ଏବଂ ଏହାକୁ ପୂର୍ବ କଲ ସହ ସଂଯୁକ୍ତ କରିବାକୁ ପଡିବ । ଯଦି ଆପଣ ଆଉଟ ଗୋଇଙ୍ଗ କଲକୁ ରେକର୍ଡିଂ କରିବାକୁ ଚାହୁଁଛନ୍ତି, ତାହାଲେ ପ୍ରଥମେ ମେନ୍‌ କଲ ଲାଇନକୁ ଆରମ୍ଭ କରିବାକୁ ହେବ ଏବଂ ପରେ ଫୋନବୁକରେ ଯେକୌଣସି ବ୍ୟକ୍ତିଙ୍କୁ କଲ କରି ଦୁଇଟି କଲକୁ ମର୍ଜ କରିପାରିବେ । ପ୍ରକାଶଥାଉକି, ୨୦୧୮ରେ କମ୍ପାନୀ ପକ୍ଷରୁ କଲ୍‌ ରେକର୍ଡିଂ ଫିଚର ଲଞ୍ଚ କରାଯାଇଥିଲା । ତେବେ ଗୁଗଲ ପକ୍ଷରୁ ଏହାର ଆକ୍ସେସିବିଲିଟ ଏପିଆଇ ପର୍ଯ୍ୟନ୍ତ ସୀମିତ କରାଇବା ଯୋଗୁଁ ଏହାକୁ ବନ୍ଦ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.