ହାଇଦ୍ରାବାଦ: ଜାରି ରହିଛି ଏକ୍ସ ଏବଂ ଥ୍ରେଡ୍ସ ମଧ୍ୟରେ ଟକ୍କର । ୟୁଜର୍ସଙ୍କୁ ନିଜ ଆଡକୁ ଟାଣିବା ପାଇଁ ଦୁହେଁ ପ୍ରୟାସ ଜାରି ରଖିଛନ୍ତି । ଦିନକୁ ଦିନ ଫିଚର ରୋଲ ଆଉଟ୍ କରି ୟୁଜର୍ସଙ୍କୁ ଆପ୍ରେ ବାନ୍ଧି ରଖିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଇତି ମଧ୍ୟରେ ଆଉ ଏକ ଫିଚର ରୋଲ ଆଉଟ କରିବାକୁ ଯାଉଛି ଥ୍ରେଡ୍ସ ଆପ । ଚଳିତ ସପ୍ତାହରେ ଏହି ଫିଚର ୟୁଜର୍ସଙ୍କୁ ମିଳିବା ନେଇ ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । ଏକ ସପ୍ତାହ ମଧ୍ୟରେ Send on Instagram ଫିଚର ପାଇବେ ୟୁଜର୍ସ । ଏହି ଫିଚର ଥ୍ରେଡ୍ସର ଟ୍ରାଫିକ ବୃଦ୍ଧି କରିବା ପାଇଁ କରାଯାଇଥିବା ଚର୍ଚ୍ଚା ହେଉଛି ।
ଏହି ଫିଚର ଦ୍ବାରା ଆପଣ ଥ୍ରେଡ୍ସ ଆପ୍ରେ ପୋଷ୍ଟ କରିଥିବା ପୋଷ୍ଟକୁ ଇନ୍ଷ୍ଟାଗ୍ରାମରେ ସେୟାର କରିପାରିବେ । ଏନେଇ ଏକ ଅପ୍ସନ ମିଳିବ । ଇନ୍ଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର ହେବା ଦ୍ବାରା ଲୋକ ପୋଷ୍ଟ ଉପରେ କ୍ଲିକ୍ କରିବା ମାତ୍ରେ ଥ୍ରେଡ୍ସ ଆପ ଖୋଲିବ । ଯାହାକି କମ୍ପାନୀର ଟ୍ରାଫିକ ବୃଦ୍ଧି ହେବାରେ ସହାୟକ ହେବ । ପ୍ରକାଶଥାଉକି ଆପ୍ ଲଞ୍ଚ ହେବା ପରେ କମ୍ପାନୀ ପ୍ରାରମ୍ଭରେ ଭଲ ପ୍ରଦର୍ଶନ କରିଥିଲା ଏବଂ 5 ଦିନରେ ରେକର୍ଡ 100 ମିଲିୟନ୍ ଉପଭୋକ୍ତା ଥ୍ରେଡ୍ସରେ ଯୋଡ଼ି ହୋଇ ରହିଥିଲେ । ଅବଶ୍ୟ, ଏହାପରେ ଟ୍ରାଫିକରେ ତୀବ୍ର ହ୍ରାସ ଘଟିଥିଲା ଏବଂ 75% ଉପଭୋକ୍ତା ପ୍ଲାଟ୍ଫର୍ମ ଛାଡ଼ିଥିଲେ ବା ଓହରି ଯାଇଥିଲେ ।
Threads New Feature Soon: ଥ୍ରେଡ୍ସରେ ଆଣିବାକୁ ଯାଉଛି ଅଟୋ ଡିଲିଟ ଫିଚର, ଏହି ସୁବିଧା ପାଇବେ ୟୁଜର୍ସ
ଟ୍ରାଫିକ୍ ହ୍ରାସ ପାଇବା ପରେ ମେଟା ସିଇଓ ମାର୍କ ଜୁକରବର୍ଗ ଏହି ପ୍ରସଙ୍ଗକୁ ନେଇ ମନ୍ତବ୍ୟ ମଧ୍ୟ ଦେଇଥିଲେ । ସେ କହିଥିଲେ ସଂଖ୍ୟାରେ ହ୍ରାସ ପାଇବା ସାମାନ୍ୟ ଅଟେ । ମେଟା ପରବର୍ତ୍ତୀ ସମୟରେ କିଭଳି ପରିବର୍ତ୍ତନ କରିବାକୁ ଚାହୁଁଛି ସେ ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ। ଏହି ବୈଠକରେ ପ୍ରୋଡକ୍ଡ ହେଡ କ୍ରିସ୍ କକ୍ସ କହିଥିଲେ କମ୍ପାନୀ ୟୁଜର୍ସଙ୍କୁ ପୁଣିଥରେ ଫେରାଇ ଆଣିବା ପାଇଁ ରିଣ୍ଟେସନ ଡ୍ରାଇଭିଂ ହୁକ୍ ଯୋଡିବ । ଏହାପରେ ବର୍ତ୍ତମାନ ଇନ୍ଷ୍ଟାଗ୍ରାମରେ ଏହି ଫିଚର ରୋଲଆଉଟ ହେବାକୁ ଯାଉଛି । ଏହାର ଘୋଷଣା ମଙ୍ଗଳବାର ମେଟା ପକ୍ଷରୁ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: Threads New Feature: ଥ୍ରେଡ୍ସରେ ମେଟା ଯୋଡ଼ିଲା ଏହିସବୁ ନୂଆ ଫିଚର, ଜାଣନ୍ତୁ...
ନୂଆ ଫିଚରରେ ୟୁଜର୍ସଙ୍କୁ ଥ୍ରେଡ୍ସ ଆପରୁ ସେଣ୍ଡ ବଟନ ଦ୍ବାରା ଇନ୍ଷ୍ଟାଗ୍ରାମରେ ପୋଷ୍ଟ ସୋୟାର କରିବାରେ ସକ୍ଷମ ହେବେ। କିନ୍ତୁ ମେସେଜ ପଢିବା ପାଇଁ ୟୁଜର୍ସଙ୍କୁ ଥ୍ରେଡ୍ସ ଆପକୁ ଆସିବାକୁ ହେବ । ଯଦି ୟୁଜର୍ସଙ୍କ ପାଖରେ ଥ୍ରେଡ୍ସ ଆପ ନଥିବ ତେବେ ଡାଉନ୍ଲୋଡ କରିବା ପାଇଁ କୁହାଯିବ । ଏହି ଭଳି ଭାବରେ କମ୍ପାନୀ ଥ୍ରେଡ୍ସ ଏବଂ ଇନଷ୍ଟାଗ୍ରାମରେ ଟ୍ରାଫିକ ବଢାଇବାରେ ସଫଳ ହୋଇପାରିବେ।
ଏହି ଫିଚର ଉପରେ ମଧ୍ୟ କାମ ଜାରି ରଖିଛି ଥ୍ରେଡ୍ସ: ମେଟା ଥ୍ରେଡ୍ସ ଆପରେ Your Like ଫିଚର ମଧ୍ୟ ଆଣିବାକୁ ଯାଉଛି । ଏହି ଫିଚର ଦ୍ବାରା ଆପଣ ଲାଇକ କରିଥିବା ପୋଷ୍ଟ ଦେଖିପାରିବେ । ଏହି ଫିଚର ଏକ୍ସ ଆପ୍ରେ ରହିଥିବା ଲାଇକ ଅପ୍ସନ ଭଳି ଅଟେ । ବର୍ତ୍ତମାନ ଥ୍ରେଡ୍ସ ଏହି ଫିଚର ଉପରେ କାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ କିଛି ବେଟା ଟେଷ୍ଟରଙ୍କୁ ଏହି ଫିଚରର ଉପଯୋଗ କରିବା ପାଇଁ ରୋଲ ଆଉଟ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ