ETV Bharat / science-and-technology

ଚଳିତ ବର୍ଷର 11 ବୃହତ ମହାକାଶ ଅଭିଯାନ - ବୃହତ ମହାକାଶ ଅଭିଯାନ 2021

ଗତବର୍ଷ ଅର୍ଥାତ୍‌ 2020 ମସିହାରେ ଯୋଜନା ଅନୁଯାୟୀ ସ୍ପେସ୍ ଫ୍ଲାଇଟ୍ କାର୍ଯ୍ୟକାରୀ ହୋଇପାରିନଥିଲା । ସମଗ୍ର ବିଶ୍ବ ସମେତ ମହାକାଶ କାର୍ଯ୍ୟକଳାପ ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ହୋଇଥିଲା । ତଥାପି 2021 ମସିହା ପାଇଁ ଏକ ସୁନ୍ଦର ରୋମାଞ୍ଚକର ମହାକାଶ ଅଭିଯାନର ଯୋଜନା କରାଯାଇଛି । ଯେପରିକି ଚନ୍ଦ୍ର ରାମ୍ପକୁ ଫେରିବା ପାଇଁ ନାସାର ଉଦ୍ୟମ, ଘରୋଇ ମହାକାଶ ଶିଳ୍ପକୁ ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବୃଦ୍ଧି କରିବା ଇତ୍ୟାଦି । ଏହି ବର୍ଷ ମହାକାଶ ଅଭିଯାନ ଦିଗରେ ଏକ ନୂତନ ମାଇଲଖୁଣ୍ଟ ଛୁଇଁବା ପାଇଁ 11 ଟି ମିଶନର ଯୋଜନା କରାଯାଇଛି । ଆସନ୍ତୁ ଏହି ମିଶନ ସମ୍ପର୍କରେ ଅଧିକ ଜାଣିବା...

The 11 biggest space missions of 2021 and their chances of success
ଚଳିତ ବର୍ଷର 11 ବୃହତ ମହାକାଶ ଅଭିଯାନ
author img

By

Published : Jan 9, 2021, 8:19 PM IST

Updated : Feb 16, 2021, 7:53 PM IST

ହାଇଦ୍ରାବାଦ: ଗତବର୍ଷ ବିଶ୍ବରେ ମହାମାରୀର କରାଳ ଛାୟା ସତ୍ତ୍ବେ କିଛି ମହାକାଶ ଅଭିଯାନ ସଫଳତା ଲାଭ କରିଥିଲା । SpaceX ମିଶନ ମହାକାଶଚାରୀଙ୍କୁ ମହାକାଶକୁ ପ୍ରେରଣ କରିଥିଲା । ଏହିପରି ଭାବରେ କିଛି ଯୋଜନା ସଫଳତା ପାଇଥିଲେ ମଧ୍ୟ ମହାମାରୀ ପାଇଁ ଆଉ କିଛି ଅଭିଯାନକୁ ସ୍ଥଗିତ ରଖାଯାଇଛି । ମହାମାରୀ ସ୍ଥିତିରେ ସୁଧାର ଆସିବା ପରେ ଚଳିତ ବର୍ଷ କିଛି ରୋମାଞ୍ଚକର ଅଭିଯାନର ଯୋଜନା କରାଯାଇଛି । ତେବେ ସେଥିମଧ୍ୟରୁ 11ଟି ବୃହତ ଅଭିଯାନ ରହିଛି ।

The 11 biggest space missions of 2021 and their chances of success
ଚଳିତ ବର୍ଷର 11 ବୃହତ ମହାକାଶ ଅଭିଯାନ

1. ଏ ଟ୍ରାଓ ଅଫ୍‌ ମାରିଟାନ ମିଶନ, ଫେବୃଆରୀ:-

ମଙ୍ଗଳ ଗ୍ରହକୁ ଚଳିତ ବର୍ଷ ତିନୋଟି ମିଶନ ଯାତ୍ରା କରିବାର ଯୋଜନା ରହିଛି । ତେବେ ପ୍ରତ୍ୟେକଟି ଏକ ଭିନ୍ନ ରାଷ୍ଟ୍ର ଦ୍ବାରା ଆରମ୍ଭ ଏବଂ ପରିଚାଳିତ ହେବ । ସଂଯୁକ୍ତ ଆରବ ଏମିରେଟ୍ସ ଦ୍ବାରା ହୋପ୍ କକ୍ଷପଥ, ନାସା ଦ୍ବାରା ଆରମ୍ଭ ହୋଇଥିବା ପ୍ରିଜରଭରେନ୍ସ ରୋଭର ଏବଂ ଚୀନ୍ ଦ୍ବାରା ଆରମ୍ଭ ହୋଇଥିବା ତିଆନୱେନ୍-1 ମିଶନ୍ (କକ୍ଷପଥ, ଲ୍ୟାଣ୍ଡର ଏବଂ ରୋଭର ସହିତ) ମଙ୍ଗଳ ଗ୍ରହକୁ ଯାତ୍ରା କରିପାରେ । ସମସ୍ତ ତିନୋଟି ମିଶନ ଫେବୃଆରୀରେ ମଙ୍ଗଳଗ୍ରହର କକ୍ଷପଥରେ ପହଞ୍ଚିବ । ସେହି ମାସରେ ନାସାର ପ୍ରିଜରଭରେନ୍ସ ରୋଭର ଭୂପୃଷ୍ଠକୁ ପହଞ୍ଚିବା ବେଳେ ଚୀନର ତିଆନୱେନ୍‌-1 ଏପ୍ରିଲରେ ପହଞ୍ଚିବ । ପ୍ରିଜରଭରେନ୍ସ ରୋଭର ଓ ତିଆନୱେନ୍‌-1 ବର୍ତ୍ତମାନ ଓ ଅତୀତ ଜୀବନ ସତ୍ତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ଅଭିଯାନ ଆରମ୍ଭ କରୁଛି ।

ସଫଳତାର ସମ୍ଭାବନା:- ତେବେ ଏହି 3ଟି ମିଶନ 10 ଭାଗରୁ 9 ଭାଗ ସଫଳତା ହାସଲ କରିବାର ସମ୍ଭାବନା ରହିଛି । 3ଟି ମିଶନ ଲଞ୍ଚ ହେବା ପରେ ପ୍ରତ୍ୟେକ ନିଜର ଯାତ୍ରାକୁ ସଫଳ କରିବା ଆବଶ୍ୟକ ।

2. ବୋଇଙ୍ଗଙ୍କ ଦ୍ବିତୀୟ ଷ୍ଟାରଲାଇନର ଟେଷ୍ଟ(ମାର୍ଚ୍ଚ 29):-

ବୋଇଙ୍ଗ( ଏରୋସ୍ପେସ କମ୍ପାନୀ)ରେ ଷ୍ଟାରଲିନର୍ ନାମକ ଏକ ଯାନ ରହିଛି ଯାହା ଡିସେମ୍ବର 2019ରେ ISS(ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ)କୁ ଯାଇ ବିଫଳ ହୋଇଥିବା ଏକ ମିଶନ ଥିଲା। ଏହି ମହାକାଶଯାନର ସଫ୍ଟୱେର୍ ତ୍ରୁଟି ଯୋଗୁଁ କମ୍ପାନୀ ତାର ଲକ୍ଷ୍ୟକୁ ପୂରଣ କରିପାରିନଥିଲା । କିନ୍ତୁ କମ୍ପାନୀ ପୁଣି ଥରେ ଏହି ମିଶନକୁ ଆରମ୍ଭ କରୁଛି । ଏହି ମିଶନ ଫଳପ୍ରଦ ହେଲେ ଲୋକମାନେ ଯାଇ ମହାକାଶରେ ଥିବା ସ୍ପେସ ଷ୍ଟେସନରେ ରହିପାରିବେ ।

ସଫଳତାର ସମ୍ଭାବନା:- ଏହି ମିଶନ 10 ଭାଗରୁ 8 ଭାଗ ସଫଳ ହେବାର ସମ୍ଭାବନା ରହିଛି ।

3. ଚନ୍ଦ୍ରକୁ ପ୍ରଥମ CLPS ମିଶନ୍:-

ନାସାର ବାଣିଜ୍ୟିକ ଚନ୍ଦ୍ର ପେଲୋଡ୍ ସର୍ଭିସେସ୍ (CLPS) ମାଧ୍ୟମରେ ଛୋଟ କମ୍ପାନୀଗୁଡିକ ଚନ୍ଦ୍ରରେ ନୂତନ ସ୍ପେସ୍ ଫ୍ଲାଇଟ୍(ଚନ୍ଦ୍ରକୁ ଯିବା ଯାତ୍ରା) ଟେକ୍ନୋଲୋଜି ପାଇଁ ପରୀକ୍ଷା କରୁଛି । ତେବେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ 28ଟି ମହାକାଶ ଯାନ ଚନ୍ଦ୍ରକୁ ଯିବାର ଯୋଜନା କରାଯାଇଛି, ସେଥିମଧ୍ୟରୁ 14ଟି ନାସା ପ୍ରେରଣ କରିବ । ତେବେ ଯଦି ଏହି ମିଶନଟି ସଫଳ ହୁଏ, ତେବେ ପ୍ରଥମ ଘରୋଇ ସ୍ପେସକ୍ରାଫ୍ଟ ଭାବେ ଏହା ଜହ୍ନରେ ପଦାର୍ପଣ କରିବ ।

ସଫଳତାର ସମ୍ଭାବନା:- ଏହି ମିଶନ 10 ଭାଗରୁ ପ୍ରାୟ 6 ଭାଗ ସଫଳତା ପାଇବାର ସମ୍ଭାବନା ରହିଛି ।

4. ଏଣ୍ଡ ଅଫ ଜୁନୋ( ଜୁଲାଇ 30):- 2016 ମସିହା ଜୁଲାଇ ମାସଠାରୁ ବୃହସ୍ପତି ଗ୍ରହ ଚାରିପାଖରେ ଘୁରୁଥିବା ଜୁନୋ ଏହି ଗ୍ରହର କକ୍ଷପଥର ବିଭିନ୍ନ ତଥ୍ୟ ପୃଥିବୀକୁ ପ୍ରେରଣ କରିଥାଏ । କିନ୍ତୁ ଏହି ମିଶନ ଚଳିତ ବର୍ଷ ଜୁଲାଇ 30 ତାରିଖରେ ଶେଷ ହେବାକୁ ଯାଉଛି । ବୃହସ୍ପତିର ବଳୟ ଭିତରେ ଏକ ଚାପ ସୃଷ୍ଟି ହେବାକୁ ଥିବାରୁ ଜୁନୋ ଏହାର ବଳୟ ମଧ୍ୟରୁ ହଟିଯିବ । କିନ୍ତୁ ନାସା ଏହି ମିଶନକୁ 2025 ମସିହା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲୁ ରଖିବା ପାଇଁ ଯୋଜନା ରଖିଛି। ଏଣୁ ଜୁନୋ ବୃହସ୍ପତିର ଅନ୍ୟ ଏକ ଭାଗକୁ ଯାଇ ଗ୍ରହକୁ ନିକଟରୁ ଅଧ୍ୟୟନ କରିପାରିବ ।

5. ଲୁନା 25:- ଋଷିଆ 1976 ମସିହାରେ ଜହ୍ନକୁ 'ଲୁନା 24'କୁ ପ୍ରେରଣ କରିଥିଲା । ତେବେ ଜହ୍ନର ସ୍ଥଳଭାଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ଜହ୍ନରେ ଏକ ଭିନ୍ନ ପ୍ରକାରରେ ଲ୍ୟାଣ୍ଡିଂ କରିବା ପାଇଁ ଋଷିଆ ଅକ୍ଟୋବର ମାସରେ ଲୁନା 25 ନାମରେ ଏକ ଯାନ ଜହ୍ନକୁ ପ୍ରେରଣ କରିବାର ଯୋଜନା କରିଛି ।

ସଫଳତାର ସମ୍ଭାବନା:- ଜହ୍ନରେ ମହାକାଶ ଯାନର ଲ୍ୟାଣ୍ଡିଂ ସମ୍ପର୍କରେ ଋଷିଆର ଯଥେଷ୍ଟ ଜ୍ଞାନ ରହିଛି । ଏଣୁ ଏହି ମିଶନ 10 ଭାଗରୁ 8 ଭାଗ ସଫଳତା ପାଇବାର ସମ୍ଭାବନା ରହିଛି ।

6. ସ୍ପେସ୍ ଏକ୍ସ ଆକ୍ସିୟମ୍ ସ୍ପେସ୍ 1:- SpaceX(ଏରୋସ୍ପେସ କମ୍ପାନୀ) ପ୍ରଥମ ଥର ପାଇଁ ଘରୋଇ ମହାକାଶ ଯାନକୁ ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ପ୍ରେରଣ କରିବା ପାଇଁ ଯୋଜନା କରିଛି । ଯାହାକି ସେଠାରେ 8 ଦିନ ରହିବ । ଯଦି ଏହି ମିଶନ ସଫଳ ହୁଏ, ତେବେ ISS କୁ ପ୍ରଥମ ଘରୋଇ ଯାନ ଲ୍ୟାଣ୍ଡ କରିବାର ଏହା ରେକର୍ଡ ସୃଷ୍ଟି କରିବ ।

7. ଜେମ୍ସ ୱେବ ସ୍ପେସ ଟେଲିସ୍କୋପ(ଅକ୍ଟୋବର 31):- ଏହି ମିଶନ ଏଲିଏନମାନଙ୍କର ସତ୍ତା ଏବଂ ଦୂରରେ ରହିଥିବା ଅନ୍ୟ ଗ୍ରହ ଓ ଜହ୍ନ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ । ନାସା ଏହି ମିଶନକୁ ପୂର୍ବରୁ ଆରମ୍ଭ କରିବାକୁ ଯୋଜନା କରିଥିଲେ ମଧ୍ୟ ଏହା ଆରମ୍ଭ ହୋଇପାରିନାହିଁ । ତେବେ ଚଳିତ ବର୍ଷ ଅକ୍ଟୋବର 31 ତାରିଖରେ ଏହି ମିଶନ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି ।

8. Artemis 1 / SLS 1(ନଭେମ୍ବର):- ଆର୍ଟେମିସ୍-1 25.5 ଦିନିଆ ମିଶନରେ ଚନ୍ଦ୍ରକୁ ଯିବ । ଏହି ମିଶନରେ କୌଣସି ମନୁଷ୍ୟକୁ ପ୍ରଥମେ ପ୍ରେରଣ କରାଯିବ ନାହିଁ । ଏହି ମିଶନ ଜରିଆରେ ଲାଇଫ୍ ସପୋର୍ଟ ସିଷ୍ଟମର ପରୀକ୍ଷା କରାଯିବ । ଏପରିକି ଏଥିରେ ଦୁଇଟି ଆସନରେ ବନ୍ଧା ହୋଇଥିବା ଦୁଇଟି ମ୍ୟାନିକୁଇନକୁ ପଠାଯିବ । ଏହି ମ୍ୟାନିକୁଇନରେ ଲାଗିଥିବା ସେନ୍ସର ଜରିଆରେ ଯାତ୍ରା ସମୟରେ କ୍ୟାବିନରେ ପଡ଼ୁଥିବା ବିକିରଣର ତଥ୍ୟ ସଂଗ୍ରହ କରାଯିବ ।

9. ଚାଇନିଜ ସ୍ପେସ ଷ୍ଟେସନ:- ଚୀନର ଟିଆଙ୍ଗଙ୍ଗ ପ୍ରୋଗ୍ରାମର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଏକ ମଡ୍ୟୁଲାର୍ ଅର୍ବିଟାଲ୍ ସ୍ପେସ୍ ଷ୍ଟେସନ୍ ଯାହା ISSର ଏକ ପଞ୍ଚମାଂଶ । ଚୀନ ଚଳିତ ବର୍ଷ ଏହାର ପ୍ରଥମ ଭାଗ ଆରମ୍ଭ କରିବାକୁ ଯୋଜନା କରିଛି । ଯାହାର ନାମ ରଖାଯାଇଛି 'ତିଆହ୍ନେ' । ଷ୍ଟେସନର ସମ୍ପୂର୍ଣ୍ଣ ନିର୍ମାଣ 2 ବର୍ଷ ମଧ୍ୟରେ ଶେଷ କରାଯାଇ ଏହାକୁ ମହାକାଶକୁ ପଠାଇବାରେ 11 ଟି ମିଶନ ମଧ୍ୟରୁ ଏହା ପ୍ରଥମ ହେବ । ମହାକାଶଚାରୀମାନେ ପ୍ରାୟ ଏକ ଦଶନ୍ଧି ଧରି ଏହି ଷ୍ଟେସନକୁ ବ୍ୟବହାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

10. ଲଞ୍ଚର-1:- କମ୍ପାନୀ ଏହାର ଫ୍ଲାଗସିପ୍ ଲଞ୍ଚର-1 ଲଞ୍ଚ ଯାନର ଏକ ସଫଳ ବିମାନ ପରୀକ୍ଷାକୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ନ କରିଥିଲେ ମଧ୍ୟ ଗ୍ରାହକମାନେ ଭର୍ଜିନ୍ ଅର୍ବିଟ୍ ମିଶନ ପାଇଁ ଚଳିତ ବର୍ଷ ଧାଡିରେ ରହିଛନ୍ତି । ଏହି ମିଶନ ଜରିଆରେ ଲୋକମାନେ ସ୍ପେସକୁ ଯାତ୍ରା କରିପାରିବେ । ଗତବର୍ଷ ମେ ମାସରେ ଏହି ମିଶନ ଆରମ୍ଭ ହୋଇଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଫଳତା ପାଇପାରିନଥିଲା । ତେବେ ଚଳିତ ବର୍ଷ ଡିସେମ୍ବରରେ ଏହି ମିଶନ ଆରମ୍ଭ ହେବାର ଯୋଜନା ରହିଛି ।

11. ବ୍ଲୁ ଅରିଜିନର ବଡ଼ ବର୍ଷ:- ଜେଫ ବେଜୋସ-ଲେଡ଼ କମ୍ପାନୀ ମହାକାଶକୁ ଲୋକମାନଙ୍କୁ ପଠାଇବା ପାଇଁ ଯୋଜନା କରିଛି । ଏହି ମହାକାଶ ଯାନଟି ପୃଥିବୀ ପୃଷ୍ଠରେ ଭର୍ଟିକାଲ ଲ୍ୟାଣ୍ଡିଂ କରିବାର କ୍ଷମତା ରଖୁଛି । ମହାକାଶ ପର୍ଯ୍ୟଟନ ସେବା ମାଧ୍ୟମରେ ଏହି ମିଶନ ଚଳିତ ବର୍ଷ ଆରମ୍ଭ ହେବ । 'ନ୍ୟୁ ଗ୍ଲେନ' ନାମକ ଏକ ଯାନ ଚଳିତ ବର୍ଷ ଲଞ୍ଚ କରାଯିବ ବୋଲି ଆମେରିକୀୟ କମ୍ପାନୀ ବ୍ଲୁ ଅରିଜିନ ସୂଚନା ଦେଇଛି ।

Last Updated : Feb 16, 2021, 7:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.