ETV Bharat / science-and-technology

ଆପ୍ ଅପଡେଟ୍ କଲା Apple, ବିଳମ୍ବ ଅଭିଯୋଗ ଆଣିଥିଲା Telegram

author img

By

Published : Aug 14, 2022, 8:20 AM IST

ଆପ୍ ଅପଡେଟରେ ବିଳମ୍ବ କରୁଥିଲା ଆପଲ୍‌ । CEO Pavel Durovଙ୍କ ଅଭିଯୋଗର ଗୋଟିଏ ଦିନ ପରେ ଆପ୍ ଅପଡେଟ୍ କଲା Apple । ଅଧିକ ପଢନ୍ତୁ

Telegram ଆରୋପର ଦିନକ ପରେ ଆପ୍ ଅପଡେଟ୍ କଲା Apple

ସାନ ଫ୍ରାନ୍ସିସ୍କୋ: ଟେଲିଗ୍ରାମର ଅଭିଯୋଗ ପରେ ଅପଡେଟ୍ କଲା Apple । ଅପଡେଟ୍ ଆପକୁ ରିଲିଜ୍ କରିବାରେ ବିଳମ୍ବ କରୁଥିବା ଅଭିଯୋଗ କରିଥିଲେ ଟେଲିଗ୍ରାମ CEO Pavel Durov । ତେବେ ପାଭେଲଙ୍କ ଅଭିଯୋଗର ଦିନକ ପରେ ଆପୋଲୋ ଆପ୍ ଅପଡେଟ୍ କରିଛି । ଡୁରୋଭ କହିଛନ୍ତି ଯେ, ନୂଆ ଅପଡେଟ ପରେ ଟେଲିଗ୍ରାମରେ ଇମୋଜି ସମ୍ବନ୍ଧୀୟ ଫିଚର୍ସ ଆସିଛି । ତଥାପି ଟେକ୍ ଜିଆଣ୍ଟର ଅନୁରୋଧ କ୍ରମେ ବିଶେଷ କରି ଗୋଟିଏ ଇମୋଜିକୁ ନିଆଯାଇନାହିଁ ।

ଡୁରୋଭ ଆହୁରି ମଧ୍ୟ କହିଛନ୍ତି ଯେ, 'ମୋର ପୂର୍ବ ପୋଷ୍ଟକୁ ବିଭିନ୍ନ ମିଡିଆ ପ୍ରସାରଣ କରିବା ପରେ ଆପୋଲ୍ ଆପ୍ ଅପଡେଟ୍ କରିଛି ଏବଂ ହାଇ କ୍ବାଲିଟିର ଟେଲିମୋଜି ରିମୁଭ୍ କରି vector-animated versionର ଷ୍ଟାଣ୍ଡାର୍ଡ ଇମୋଜି ଆଡ୍ କରିଛି । ଏହା ଆପଲ୍ ତରଫରୁ ଏକ କ୍ରାନ୍ତିକାରୀ ପଦକ୍ଷେପ, କାରଣ ଟେଲିମୋଜି ଏହାର ଷ୍ଟାଟିକ୍ ଲୋ-ରିଜୋଲ୍ୟୁସନ୍ ଇମୋଜିରେ ଏକ ସମ୍ପୂର୍ଣ୍ଣ ନୂଆ ଦିଗ ଆଣିଥାନ୍ତା ଏବଂ ସେମାନଙ୍କ ଇକୋସିଷ୍ଟମକୁ ଯଥେଷ୍ଟ ସମୃଦ୍ଧ କରିଥାନ୍ତା ।'

କିନ୍ତୁ ଏହା ଟେଲିଗ୍ରାମ ପାଇଁ ଭଲ, କାରଣ ଆମେ ବର୍ତ୍ତମାନ ଟେଲିମୋଜିକୁ ଆହୁରି ସ୍ୱତନ୍ତ୍ର ଏବଂ ସ୍ୱୀକୃତିପ୍ରାପ୍ତ କରିବୁ । ଏହା ବ୍ୟତୀତ ଆଜିର ଅପଡେଟରେ ଆମେ ଅନ୍ୟ 10 ଟି ଇମୋଜି ପ୍ୟାକ୍ ଅନ୍ତର୍ଭୁକ୍ତ କରିଛୁ । ଯେକୌଣସି ଉପଭୋକ୍ତାଙ୍କର ନିଜସ୍ୱ ଇମୋଜି ଅପଲୋଡ୍ କରିବାର କ୍ଷମତା ରହିଛି ବୋଲି ଡୁରୋଭ୍ କହିଛନ୍ତି । vector-based emoji ଇମୋଜି ସହ ଏକାସାଙ୍ଗରେ ଯେକୌଣସି ମୋବାଇଲରେ ଆନିମେସନ ପ୍ରସ୍ତୁତ କରିବା ଏକ ବିରାଟ ଇଞ୍ଜିନିୟରିଂ ଚ୍ୟାଲେଞ୍ଜ ଥିଲା ବୋଲି CEO Pavel Durov କହିଛନ୍ତି ।

ଡୁରୋଭ କହିଛନ୍ତି ଯେ, କିଛି ସପ୍ତାହ ମଧ୍ୟରେ, ଉପଭୋକ୍ତା ମାନେ କିଛି ସପ୍ତାହ ମଧ୍ୟରେ ବ୍ୟବହାରକାରୀ ଯେକୌଣସି କଷ୍ଟମ ଇମୋଜିକୁ ସେମାନଙ୍କ ମେସେଜରେ ପ୍ରତିକ୍ରିୟା, ଷ୍ଟାଟସ୍ କିମ୍ବା ନାମ ପାଖରେ ବ୍ୟବହାର କରିପାରିବେ । କମ୍ପାନୀ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ନୂଆ ଅପଡେଟ ପ୍ରଥମେ ପ୍ରିମିୟମ୍ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.